ETV Bharat / state

ରାଜଧାନୀରେ ନାଗାସାଧୁଙ୍କୁ ନେଇ ହଟଚମଟ, ରାଜ୍ୟ ପାଇଁ ଆଣିପାରେ ବଦନାମ

author img

By

Published : Jun 27, 2023, 11:28 AM IST

Updated : Jun 27, 2023, 11:59 AM IST

ନାଗାସାଧୁ ବେଶରେ ରାଜଧାନୀରେ ଲୁଟ ଘଟଣା । ପଚରାଉଚରା ପରେ 5 ନାଗାସାଧୁଙ୍କୁ ଛାଡିଲା ମଞ୍ଚେଶ୍ବର ପୋଲିସ । ଅଧିକ ପଢନ୍ତୁ

Naga Sadhu Detained By Police In Loot Allegation

ଭୁବନେଶ୍ବର: ନାଗାସାଧୁଙ୍କୁ ନେଇ ରାଜ୍ୟରେ ହଟଚମଟ । ଲୁଟେରା ସନ୍ଦେହରେ 5 ଜଣ ନାଗାସାଧୁଙ୍କୁ ଥାନାକୁ ଉଠାଇ ନେଲା ପୋଲିସ । ତେବେ ପଚରାଉଚରା ପରେ ଲୁଟରେ ସେମାନଙ୍କ ସମ୍ପୃକ୍ତ ନଥିବା ଜାଣି ସମସ୍ତ ନାଗାସାଧୁଙ୍କୁ ପୋଲିସ ଛାଡି ଦେଇଥିବା ଜଣାପଡିଛି । କିଛି ଦିନ ତଳେ ନନ୍ଦନକାନନ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ହୋଇଥିଲା । ଦୁର୍ବୃତ୍ତମାନେ ସାଧୁବେଶରେ ଆସି ପ୍ରାଣକୃଷ୍ଣ ପଢ଼ିହାରିଙ୍କ ଘରୁ ଲୁଟ କରିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଭୁବନେଶ୍ୱରରେ ସାଧୁଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ ଲୋକେ । ଏହି ଲୁଟପାଟ ଲିଙ୍କରେ ଉତ୍ତରପ୍ରଦେଶରୁ ଆସିଥିବା 5 ଜଣ ସାଧୁଙ୍କୁ ପୋଲିସ ମଞ୍ଚେଶ୍ବର ଥାନା ଅଞ୍ଚଳରୁ ଉଠାଇ ନେଇଥିଲା ।

ରଥଯାତ୍ରା ସାଙ୍ଗକୁ ଏବେ ଭୁବନେଶ୍ବରରେ ଏକାମ୍ର ପ୍ରକଳ୍ପର ଭୂମି ପୂଜନ ଆରମ୍ଭ ହୋଇଛି । ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ସାଧୁସନ୍ଥଙ୍କ ସମାଗମ ଜାରି ରହିଛି । ଏହାରି ମଧ୍ୟରେ ଗତ କିଛି ଦିନ ସାଧୁ ବେଶରେ ଆସି କିଛି ବାବା ନନ୍ଦନକାନନ ଥାନା ଅଞ୍ଚଳରେ ରହୁଥିବା ପ୍ରାଣକୃଷ୍ଣ ପଢ଼ିହାରିଙ୍କ ଘରୁ ଲୁଟ କରିଥିଲେ । ଏନେଇ ସେ ଅଭିଯୋଗ ମଧ୍ୟ କରିଥିଲେ । ସୋମବାର ମଞ୍ଚେଶ୍ବର ଥାନା ଅଞ୍ଚଳରେ 5 ଜଣ ନାଗାସାଧୁ ବୁଲିଥିବା ଦେଖି ପୋଲିସ ତାଙ୍କୁ ଉଠାଇ ନେଇ ଥାନାରେ ପଚରାଉଚରା କରିଥିଲା । ଏହାପରେ ପୋଲିସ ଜାଣିବାକୁ ପାଇଥିଲା ଯେ, ଏମାନେ ଉତ୍ତରପ୍ରଦେଶ ବରେଲି ଜିଲ୍ଲାର ଓ ସାହି ଥାନା ଅଞ୍ଚଳର । ପୁରୀ ବୁଲିବାକୁ ଆସିଥିବା ବେଳେ ଭୁବନେଶ୍ୱର ମନ୍ଦିର ମାଳିନୀ ସହର‌ ଆସିଥିଲେ । ଏମାନେ କୌଣସି ଲୁଟ ସହ ଜଡିତ ନାହାନ୍ତି କି ଲୁଟ କରିବାକୁ ଆସିନାହାନ୍ତି । ଫଳରେ ପୋଲିସ ସେମାନଙ୍କୁ ଛାଡି ଦେଇଥିବା ସୂଚନା ଦେଇଛି କମିଶନରେଟ ପୋଲିସ ।

ଏହା ମଧ୍ୟ ପଢନ୍ତୁ-ପୋଲିସ ଯନ୍ତାରେ ଭଣ୍ଡବାବା, ନିଃସନ୍ତାନ ମହିଳାଙ୍କୁ କରୁଥିଲା ଟାର୍ଗେଟ୍, ଲୁଟୁଥିଲା ଲକ୍ଷାଧିକ ଟଙ୍କା

ଏନେଇ ଅନ୍ତର୍ଜାତୀୟ ମାନବଧିକାର କମିଶନର ଖୋର୍ଦ୍ଧା ସଭାପତି ନାରାୟଣ ସାହୁ କହିଛନ୍ତି, ''ଭୁବନେଶ୍ବରର ଜଣେ ବାସିନ୍ଦା ସାଧୁଙ୍କ ଦ୍ବାରା ଲୁଟର ଶିକାର ହୋଇଥିଲେ । ଏହି କେସକୁ ଆଧାର କରି କିଛି ସାଧୁ ବାବାଙ୍କୁ ପୋଲିସ ଉଠାଇ ଆଣିଥିଲା । କିଛି ଭଣ୍ଡ ସାଧୁଙ୍କ ପାଇଁ ପୋଲିସ ସାଧୁ ବାବଙ୍କୁ ଉଠାଇ ଆଣି ଥାନାରେ ପଚରାଉଚରା କରିବା ନିନ୍ଦନୀୟ ଘଟଣା । ଏହାକୁ ମୁଁ ଘୋର ନିନ୍ଦା କରୁଛି । ଯଦି ଆଗାମୀ ଦିନରେ ଏମିତି ହୁଏ ତେବେ ସାମଜ ପାଇଁ ଏହା ଖରାପ ବାର୍ତ୍ତା ଯାଉଛି । ଏହା ବନ୍ଦ ହେବା ଦରକାର । ଅନେକ ବାବା ବେଶ ଧରି ଭୁଲ ରାସ୍ତାକୁ ଆପଣାଉଛନ୍ତି । ପୋଲିସ ଏମାନଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ।''

ତେବେ ନାଗାସାଧୁ ରାଜ୍ୟରେ ଖବର ଶିରୋନାମା ପାଲଟିଥିବା ବେଳେ ଏଭଳି ସମୟରେ ପୋଲିସ ପ୍ରଥମେ ସାଧୁ ବେଶରେ ହୋଇଥିବା ଲୁଟପାଟ ଘଟଣାରେ ସ୍ପଷ୍ଟୀକରଣ ରଖିନାହିଁ । ଲୋକଙ୍କୁ ଏହି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ନଦେବା ବା ଘଟଣା ସମ୍ପର୍କରେ ସଚେତନ ନକରିବା ଏବେ ନାଗା ସାଧୁଙ୍କୁ ପାଇଁ ବିପଦ ସୃଷ୍ଟି କରିଛି । ଏବେ ସାଧୁଙ୍କୁ ଦେଖି ଲୋକଙ୍କ ମନରେ ସୃଷ୍ଟି ହେଉଥିବା ଭ୍ରମ, ନାଗାସାଧୁଙ୍କ‌ ପାଇଁ ବିପଦ ସୃଷ୍ଟି କରିଛି । ଯାହକି ରାଜ୍ୟ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି । ରାଜ୍ୟରେ ସାଧୁମାନଙ୍କ ପ୍ରତି ଉପୁଜିବା ଭ୍ରମକୁ ନେଇ ପୋଲିସ ସ୍ପଷ୍ଟୀକରଣ ଦେବା ଆବଶ୍ୟକ ହୋଇପଡିଛି । ବର୍ତ୍ତମାନ ପର୍ଯ୍ୟଟନ ଓ ଧାର୍ମିକ କ୍ଷେତ୍ର ଭାବେ ପରିଚିତ ରାଜଧାନୀ ଭୁବନେଶ୍ୱର ଛୁଟୁଥିବା ଭକ୍ତ ବା ସାଧୁଙ୍କ ଅନୁଭୁତି ଯେପରି ଖରାପ ନ ହୁଏ ତାହା ପ୍ରତି ଦୃଷ୍ଟି ଦେବାର ସମୟ ଆସିଛି । ନଚେତ ଯେଉଁଥିପାଇଁ ଏମାନେ ଆକର୍ଷିତ ହୋଇ ଓଡ଼ିଶା ଆସୁଛନ୍ତି ଏଠାରେ ସାଧୁ ହଟହଟା ହେବା ନେଇ ସେମାନଙ୍କ ମନରେ ଖରାପ ଛବି ସଷ୍ଟି ହୋଇପାରେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 27, 2023, 11:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.