ETV Bharat / state

ରାଜ୍ୟରେ ଧାନ କିଣାବିକା ଦୁର୍ନୀତି, ସରକାରଙ୍କ ଉପରେ ବର୍ଷିଲା ନବ ନିର୍ମାଣ କୃଷକ ସଙ୍ଗଠନ - ନବ ନିର୍ମାଣ କୃଷକ ସଙ୍ଗଠନ

ଟୋକନ ଲାପ୍ସ, କଟନୀ-ଛଟନୀ ସମସ୍ୟା, ମଣ୍ଡିରେ ତ୍ରୁଟିପୂର୍ଣ୍ଣ ପରିଚାଳନା ପ୍ରଶାସନ ଓ ମିଲରଙ୍କ ମଧ୍ୟରେ ପ୍ରିୟାପ୍ରୀତି ପୋଷଣ ବିଶେଷ ଭାବରେ ଚାଷୀ ମାନଙ୍କ ଚିନ୍ତାର କାରଣ ହୋଇଛି । ଏନେଇ ସାମ୍ବିଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛନ୍ତି ନବ ନିର୍ମାଣ କୃଷକ ସଙ୍ଗଠନ । ଅଧିକ ପଢନ୍ତ

naba nirmana kushak union press meet
ରାଜ୍ୟରେ ଧାନ କିଣାବିକା ଦୁର୍ନୀତି, ସରକାରଙ୍କ ଉପରେ ବର୍ଷିଲା ନବ ନିର୍ମାଣ କୃଷକ ସଙ୍ଗଠନ
author img

By

Published : Jan 16, 2023, 2:07 PM IST

ରାଜ୍ୟରେ ଧାନ କିଣାବିକା ଦୁର୍ନୀତି, ସରକାରଙ୍କ ଉପରେ ବର୍ଷିଲା ନବ ନିର୍ମାଣ କୃଷକ ସଙ୍ଗଠନ

ଭୁବନେଶ୍ବର: ରାଜ୍ୟରେ ଧାନକିଣାବିକାରେ ଦୁର୍ନୀତି ଓ ମଣ୍ଡି ପରିଚାଳନାରେ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ନବ ନିର୍ମାଣ କୃଷକ ସଂଗଠନ । ଧାନମଣ୍ଡିରେ ମିଲରଙ୍କ ମନମାନି ଓ କଟନୀ ଛଟନୀ ପାଇଁ ସମସ୍ୟା ଭୋଗୁଛି ଚାଷୀ । ଖରା ବର୍ଷାରେ ଧାନ ଅମଳ କରି ଦୁଇପଇସା ରୋଜଗାର କରିବା ଆଶା ଆଶାରେ ରହୁଛି । ଟୋକନ ଲାପ୍ସ, କଟନୀ-ଛଟନୀ ସମସ୍ୟା, ମଣ୍ଡିରେ ତ୍ରୁଟିପୂର୍ଣ୍ଣ ପରିଚାଳନା ପ୍ରଶାସନ ଓ ମିଲରଙ୍କ ମଧ୍ୟରେ ପ୍ରିୟାପ୍ରୀତି ପୋଷଣ ବିଶେଷ ଭାବରେ ଚାଷୀ ମାନଙ୍କ ଚିନ୍ତାର କାରଣ ହୋଇଛି । ଏ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ ନବ ନିର୍ମାଣ କୃଷକ ସଂଗଠନ ।

ମିଲର ମାନଙ୍କ ମନମାନି ପାଇଁ ଚାଷୀ ଆଜି ହତାଶ । ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ନବ ନିର୍ମାଣ କୃଷକ ସଙ୍ଗଠନ ନେତା ଶେଷଦେବ ନନ୍ଦ । ଧାନ ବିକ୍ରି ପାଇଁ କଲବଲ ହେଉଛି ଚାଷୀ । ସବୁଠି କଟନି ଛଟନି ଚାଲିଛି । କେଉଁଠି 10 କିଲୋ ତ କେଉଁଠି 12 କିଲୋ କଟନି ହେଉଛି । ଯାହାକୁ ନେଇ ପୂର୍ବରୁ ନବ ନିର୍ମାଣ କୃଷକ ସଙ୍ଗଠନ ନବୀନ ନିବାସ ଘେରାଉ କରିଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀ କରି କଟନି ଛଟନିକୁ ବନ୍ଦ କରିବାକୁ ଚେତାବନୀ ଦେଇଛି ସଙ୍ଗଠନ । କଟନି ଛଟନି ଆଳରେ ମିଲରମାନେ କୋଟି କୋଟି ଟଙ୍କା ଚାଷୀଙ୍କ ଠାରୁ ଲୁଟି ନେଉଛନ୍ତି । ଯଦି ଆଗାମୀ ଦିନରେ କଟନି ଛଟନି ବନ୍ଦ ନହୁଏ ତେବେ ଆନ୍ଦୋଳନକୁ ଜୋରଦାର କରିବା ସହ ଜିଲ୍ଲା ସ୍ତରରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ସରକାରୀ ଅଫିସର ଠାରୁ ଆରମ୍ଭ କରି କୃଷିମନ୍ତ୍ରୀ, ଯୋଗାଣ ମନ୍ତ୍ରୀ, 5ଟି ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଘେରାଉ ହେବ ବୋଲି କହିଛି ନବ ନିର୍ମାଣ କୃଷକ ସଙ୍ଗଠନ।

ଏହା ବି ପଢନ୍ତୁ....ସମ୍ପ୍ରସାରଣ ହେବ ଅନୁଗୋଳ ଏନଏଚ୍-୫୩, ରାଜପଥକୁ ଦୁଇ ଲେନ୍ ବିଶିଷ୍ଟ କରିବାକୁ ୧୭୪ କୋଟି ମଞ୍ଜୁର

ଅସାଧୁ ମିଲରମାନଙ୍କ ବିରୋଧରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଅଧିକ ଶାଣିତ କରିବ ବୋଲି କହିଛି ନବ ନିର୍ମାଣ କୃଷକ ସଙ୍ଗଠନ । ବିଭିନ୍ନ ସମୟରେ ଚାଷୀମାନେ ମିଲର ମାନଙ୍କ ଦ୍ବାରା ଶୋଷଣ ହେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି । ଅସାଧୁ ମିଲରଙ୍କ ସହ ସରକାରୀ ଅଧିକାରୀ ମାନଙ୍କର ଭିତରେ ସମ୍ପର୍କ ରହିଛି ବୋଲି ଅନେକ ଅଭିଯୋଗ ମଧ୍ୟ ଆସିଛି । ରାଜ୍ୟରେ ଧାନକିଣାବିକାରେ ଅବବ୍ୟବସ୍ଥା ନୂଆ ନୁହେଁ । ପ୍ରତିବର୍ଷ ଚାଷୀ ଏହି ସମସ୍ୟା ଭୋଗୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.