ETV Bharat / state

Naba Das Murder case: ଯୋଜନାବଦ୍ଧ ହତ୍ୟା ଅଭିଯୋଗ ଆଣିଲେ ପତ୍ନୀ ଓ ପୁଅ ବିଶାଲ

ନବ ଦାସଙ୍କ ପତ୍ନୀ ମିନତୀ ଦାସ ଓ ପୁଅ ବିଶାଲଙ୍କ ଆଣିଲେ ସାଙ୍ଘାତିକ ଅଭିଯୋଗ । ନବ ଦାସଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଚାର୍ଜସିଟରେ କହିଛନ୍ତି ପରିବାର । ଅଧିକ ପଢନ୍ତୁ

Naba Das Murder case
Naba Das Murder case
author img

By

Published : Jul 15, 2023, 5:44 PM IST

ଭୁବନେଶ୍ବର: ମନ୍ତ୍ରୀ ନବ ଦାସଙ୍କୁ କାହା ଇସାରାରେ ହତ୍ୟା କରଗଲା ? ହତ୍ୟାକାଣ୍ଡ ପଛର ଷଡଯନ୍ତ୍ରକାରୀ କିଏ ? କାହା ଇସାରାରେ ଗୋପାଳ ଗୁଳି ଚଳାଇଥିଲା ? ଏହି ପ୍ରଶ୍ନ ଉପରୁ ପରଦା ହଟିନଥିବା ବେଳେ ଏବେ କ୍ରାଇମବ୍ରାଞ୍ଚର ଚାର୍ଜସିଟରେ ସାଙ୍ଘାତିକ ଅଭିଯୋଗ ସାମନାକୁ ଆସିଛି । ନବ ଦାସଙ୍କ ପତ୍ନୀ ମିନତୀ ଦାସ କହିଛନ୍ତି ତାଙ୍କ ସ୍ବାମୀଙ୍କୁ ପ୍ରି-ପ୍ଲାନ ମର୍ଡର କରାଯାଇଛି । ସ୍ବାମୀ ତାଙ୍କ ସହିତ କଥା ହୋଇଥିଲେ । ତାଙ୍କର ଅନେକ ଶତ୍ରୁ ଥିବା କଥା କହିଥିଲେ । ତେଣୁ ନବ ଦାସଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଚାର୍ଜସିଟରେ କହିଛନ୍ତି ମିନତୀ ।

Naba Das Murder case
ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଚାର୍ଜସିଟରେ ପରିବାରର ଅଭିଯୋଗ

ଚାର୍ଜସିଟର ତଥ୍ୟ ଅନୁସାରେ ମିନତୀ କହିବା ଅନୁସାରେ ସେ ସମ୍ବଲପୁରରେ ଥିବା ବିଜନେସ କଥା ବୁଝାବୁଝି କରୁଥିଲେ । ସରବାହାଲରେ ଥିବା ଘରକୁ ଆସିକି ମାସରେ 4ରୁ5 ଦିନ ରୁହନ୍ତି । ଗତ ଜାନୁଆରୀ 29 ତାରିଖରେ ସେ ଟିଭି ଦେଖି ଜାଣିଲେ ଯେ ତାଙ୍କ ସ୍ବାମୀଙ୍କୁ ବ୍ରଜରାଜ ନଗର ମ୍ୟୁନିସପାଲିଟିର ଚେୟାରମ୍ୟାନ ଓ ଭାଇସ ଚେୟାରମ୍ୟାନଙ୍କ ଅଫିସ ରୁମର ଉଦଘାଟନକୁ ଯିବା ସମୟରେ କିଏ ଗୁଳି କରିଦେଇଛି । ପରେ ସେ ଜାଣିବାକୁ ପାଇଲେ ତାଙ୍କ ସ୍ବାମୀଙ୍କୁ ଗାନ୍ଧିଛକ ଫାଣ୍ଡି ଏଏସଆଇ ଗୋପାଳ ଦାସ ଗୁଳି କରିଛି । ସେ ସଙ୍ଗେ ସଙ୍ଗେ ଝାରସୁଗୁଡା ମେଡିକାଲକୁ ଆସିଲେ । ସେଠାରୁ ତାଙ୍କ ସ୍ବାମୀଙ୍କୁ ଭୁବନେଶ୍ବର ସିଫ୍ଟ କରାଗଲା ।

ଏହା ବି ପଢନ୍ତୁ- 'ନବ ଦାସ ନିଆଁ ଲିଭିବ ନାହିଁ, ବଢୁଥିବା ସନ୍ଦେହକୁ ଦୂର କରନ୍ତୁ ସରକାର'

ସେ ତାଙ୍କ ବୋହୂ ଓ ପୁଅ ସହିତ ଆପୋଲୋ ହସ୍ପିଟାଲରେ ପହଞ୍ଚିଲେ । ସେତେବେଳକୁ ସ୍ବାମୀ ନବ ଦାସଙ୍କ ମୃତ୍ୟୁ ଘଟିସାରିଥିଲା । ସେ ଅଭିଯୋଗ କରି କହିଛନ୍ତି, " ମୋ ସ୍ବାମୀଙ୍କୁ ପ୍ରି-ପ୍ଲାନ ମର୍ଡର କରାଯାଇଛି । କାରଣ ଏହାର ଆଗରୁ ମୋତେ ମୋର ସ୍ବାମୀ ତାଙ୍କର ବହୁତ ଶତ୍ରୁ ଅଛନ୍ତି ବୋଲି କହିଥିଲେ ।" ଏପରିକି ନବ ଦାସଙ୍କ ପୁଅ ବିଶାଲ ମଧ୍ୟ ଚାର୍ଜସିଟରେ ସମାନ ଅଭିଯୋଗ କରିଛନ୍ତି । ସେ ମଧ୍ୟ କହିଛନ୍ତି ବାପାଙ୍କୁ ପ୍ରି ପ୍ଲାନ୍ସ ମର୍ଡର କରାଯାଇଛି । ଏବେ ବଡ଼ ପ୍ରଶ୍ନ ହେଲା କ୍ରାଇମବ୍ରାଞ୍ଚ ଯଦି ଘଟଣାର ତଦନ୍ତ କରିଛି, ମିନତୀ ଏବଂ ବିଶାଲଙ୍କ ବୟାନ ଆଧାରରେ ତଦନ୍ତ କରିଛି ନା ନାହିଁ ? ନା ତଦନ୍ତ କେବଳ ଗୋପାଳ ପାଖରେ ସୀମିତ ରହିଛି ?

କିଏ କରିଛି ଏହି ପ୍ରି ପ୍ଲାନ ମର୍ଡର ? ସେ ସମ୍ପର୍କରେ କ୍ରାଇମବ୍ରାଞ୍ଚ କାହାରିକୁ ପଚରା ଉଚରା କରିଛି ନା ନାହିଁ ? କୌଣସି ବ୍ୟବସାୟୀ କିମ୍ବା ରାଜନେତାଙ୍କୁ ତଦନ୍ତ ପରିସରଭୁକ୍ତ କରିଛି ନା ନାହିଁ ? ଚାର୍ଜସିଟରେ ଏତେ ବଡ଼ ବୟାନ ସାମନାକୁ ଆସିବା ପରେ ଏବେ କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଛି । ସୂଚନା ଅନୁସାରେ ଜାନୁଆରୀ 29 ତାରିଖରେ ନବ ଦାସଙ୍କୁ ଏଏସଆଇ ଗୋପାଳ ଦାସ ଗୁଳି କରି ହତ୍ୟା କରିଥିଲା । ଏହା ପରେ କ୍ରାଇମବ୍ରାଞ୍ଚ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.