ଭୁବନେଶ୍ବର: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ରହସ୍ୟ ଘେରରେ ରହିଛି । ଦିନକୁ ନୂଆ ହତ୍ୟାକାଣ୍ଡର ଫଟୋ ଓ ଭିଡିଓ ସାମ୍ନାକୁ ଆସୁଛି । ନବ ଦାସ ହତ୍ୟାକାଣ୍ଡ କମ୍ପନରେ କମ୍ପୁଛି ବିଧାନସଭା । ଏହାରି ଭିତରେ ପୋଲିସ ଡ଼ିଜିଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଭେଟିଛନ୍ତି । ବିଧାନସଭା ଅଭିମୁଖେ ଟପ୍ ଅଫିସିଆଲ ଟିମ ନଜର ଆସିଛନ୍ତି । ପୋଲିସ ଡିଜି ଓ ଅରୁଣ ବୋଥ୍ରାଙ୍କ ମଧ୍ୟରେ ଆଲୋଚନା ହୋଇଛି । ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ମଧ୍ୟ ଥିଲେ । ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ସମ୍ପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।
ନବ ଦାସ ହତ୍ୟା ମାମଲାରେ ଟପ୍ ପୋଲିସ ଅଧିକାରୀ ଏକାଠି ହେଉଛନ୍ତି । ଡିଜି କ୍ୟାମ୍ପ ଅଫିସରେ ଏକାଧିକ ସିନିୟର ଆଇପିଏସ ଅଫିସର ଏକାଠି ହୋଇଛନ୍ତି । ପୋଲିସ ଡିଜିଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଭେଟି ତଥା ନବ ଦାସ ହତ୍ୟା ମାମଲାର ତଦନ୍ତ ସମ୍ପର୍କରେ ଆଲୋଚନା କରିଛନ୍ତି । ଡିଜି କ୍ୟାମ୍ପ ଅଫିସରେ ପୋଲିସ ଆଇନଶୃଙ୍ଖଳା, ଗୁଇନ୍ଦା ନିର୍ଦ୍ଦେଶକ, ଗୁଇନ୍ଦା ଡିଆଇଜି ଭଳି ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ବିଧାନସଭା ଅଭିମୁଖେ ସମସ୍ତ ଅଧିକାରୀ ଗସ୍ତ କରିଛନ୍ତି ।
ଏହା ବି ପଢନ୍ତୁ...Assembly Budget Session: ବିରୋଧିଙ୍କ ହଟ୍ଟଗୋଳରେ କମ୍ପିଲା ଗୃହ, ଅପରାହ୍ନ ୪ଟା ଯାଏ ମୁଲତବୀ
ସେପଟେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ନବ ଦାସ ହତ୍ୟା ମାମଲାରେ ଗୃହରେ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିଛନ୍ତି । ହତ୍ୟାକାଣ୍ଡ ମାମଲାରେ କଣ ରହିଛି ଅପଡେଟ । ଏଯାବତ ପୋଲିସ ପାଖରେ କଣ ତଥ୍ୟ ରହିଛି । ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା ପରେ କଣ ଓଡ଼ିଶା ପୋଲିସ ତଥ୍ୟ ସଂଗ୍ରହ କରିଛି । ଏହା ପଛରେ କିଛି ଷଡଯନ୍ତ୍ରର ସୁରାକ ଲାଗିଛି କି । ଏନେଇ ତମାମ ଦିଗକୁ ନେଇ ପୋଲିସ କଣ ତଥ୍ୟ ହାସଲ କରିଛି ସେନେଇ କଣ ଗୃହରେ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ।
ତେବେ କିଛି ଦିନ ତଳେ ଥାର୍ଡ ଫ୍ଲୋରକୁ ନିଶାନ କରିଥିଲେ ବିରୋଧୀ ଦଳ ମୁଖ୍ୟସଚେତକ ମୋହନ ମାଝୀ । ଏନେଇ ତୃତୀୟ ମହଲା ନା ରାଜ୍ୟ ସରକାରଙ୍କ ସମ୍ପୃକ୍ତି ରହିଛି ସେନେଇ ସନ୍ଦେହ ପ୍ରକଟ କରି ବର୍ଷଥିଲେ । ଏନେଇ କହିଥିଲେ ଗୃହ ବିଭାଗର ପୋଲିସ ଅଧିକାରୀ ଯେଭଳି ବନ୍ଧୁକ ମୁନରେ କ୍ୟାବିନେଟ ମନ୍ତ୍ରୀକୁ ମାରି ଦେଉଛି ଏହା କରିବାକୁ ଗୋପାଳ ଦାସର ସତସାହସ ଅଛି ନା କୌଣସି ପୋଲିସ ଅଫିସରର ନିଜ ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ସତ ସାହସ ଅଛି । ଏଥିରେ ସରକାରଙ୍କ ଯଦି ଷଡ଼ଯନ୍ତ୍ର ନ ରହିବ ଏପ୍ରକାର ଘଟଣା ମାନ ଘଟିବ ନାହିଁ ବୋଲି ସନ୍ଦେହ କରି ଏ ଘଟଣା ସାମ୍ନାକୁ ଆଣିବା ପାଇଁ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଥିଲେ।
ଏହା ବି ପଢନ୍ତୁ...ବାମରା ଷ୍ଟେସନରେ ରେଳ ରହଣି ଦାବିରେ ଆନ୍ଦୋଳନ
ପ୍ରକାଶ ଥାଉ କି, ଜାନୁଆରୀ 29 ତାରିଖରେ ମନ୍ତ୍ରୀ ନବ ଦାସ ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଗସ୍ତ କରିଥିଲେ । ଏହି ସମୟରେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା । ପୋଲିସ ଏଏସଆଇ ଗୋପାଳ ଦାସ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ସେହିଦିନ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ନବ ଦାସଙ୍କର ଦେହାନ୍ତ ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ବର୍ତ୍ତମାନ ଚୌଦ୍ବାର ଜେଲରେ ଅଛି । ଘଟଣାକୁ ମାସେ ପୁରଣ ହେବାକୁ ଯାଉଛି ତଥାପି ପୋଲିସ ହାତ ଖାଲି ।
ଇଟିଭି ଭାରତ, ଭୁବନେଶ୍ବର