ETV Bharat / state

Naba Das Murder Case: ଷଡଯନ୍ତ୍ର ଦିଗରେ ତଦନ୍ତ ହେଉନାହିଁ କହିଲେ ନରସିଂହ - ନରସିଂହ ମିଶ୍ର

ନରସିଂହ କହିଛନ୍ତି, ‘‘ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ମୁଁହ ଖୋଲିଲେ କିନ୍ତୁ ଦୁଃଖର ବିଷୟ ନୁଆଁ କିଛି ନାହିଁ। ବିରୋଧୀ ଦାବି ଉପରେ କିଛି କହିଲେ ନାହିଁ । ଏଏସଆଇ ହତ୍ୟା କରିଛି କି ନାହିଁ କେବଳ ତା ଉପରେ ତଦନ୍ତ ଚାଲିଛି । ନବଙ୍କ ପରିବାର କହିଛନ୍ତି ଷଡଯନ୍ତ୍ର ଅଛି ଏବଂ ମୁଁ ମଧ୍ୟ କହୁଛି ସୁ-ଚିତିନ୍ତ ଭାବରେ ନବ ଙ୍କୁ ହତ୍ୟା କରାଯାଇଛି ।" ଅଧିକ ପଢନ୍ତୁ

Narasinha Mishra alleges
Narasinha Mishra alleges
author img

By

Published : Feb 22, 2023, 10:53 PM IST

ଷଡଯନ୍ତ୍ର ଦିଗରେ ତଦନ୍ତ ହେଉନାହିଁ: ନରସିଂହ ମିଶ୍ର

ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବିସ୍ଫୋରଣ । ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ଆଜି ବିଧାନସଭାରେ ବିବୃତ୍ତି ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ବିବୃତ୍ତି ପରେ ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଶାଣିତ ଆକ୍ରମଣ କରି ପଢାଇଛନ୍ତି ଆଇନର ପାଠ ।

ନରସିଂହ କହିଛନ୍ତି, ‘‘ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ମୁଁହ ଖୋଲିଲେ କିନ୍ତୁ ଦୁଃଖର ବିଷୟ ନୁଆଁ କିଛି ନାହିଁ । ବିରୋଧୀ ଦାବି ଉପରେ କିଛି କହିଲେ ନାହିଁ । ଏଏସଆଇ ହତ୍ୟା କରିଛି କି ନାହିଁ କେବଳ ତା ଉପରେ ତଦନ୍ତ ଚାଲିଛି । ନବଙ୍କ ପରିବାର କହିଛନ୍ତି ଷଡଯନ୍ତ୍ର ଅଛି ଏବଂ ମୁଁ ମଧ୍ୟ କହୁଛି ସୁ-ଚିତିନ୍ତ ଭାବରେ ନବ ଙ୍କୁ ହତ୍ୟା କରାଯାଇଛି ।"

ଏହାବି ପଢନ୍ତୁ- War of Words: ଜୁନିୟର ମହାରଥୀଙ୍କୁ ସିଧା ଜବାବ ଦେଲେ ସୂରଜ ସୂର୍ଯ୍ୟବଂଶୀ

ନରସିଂହ ଆହୁରି କହିଛନ୍ତି ଜଣେ ପୋଲିସ ଏତେ ସୁବିଧା ପାଇବ ନାହିଁ ମନ୍ତ୍ରୀଙ୍କୁ ହତ୍ୟା କରିବାର । ଅଭିଯୁକ୍ତ ଏଏସଆଇର ଦାୟିତ୍ୱ ଥିଲା ଟ୍ରାଫିକ ନିୟନ୍ତ୍ରଣ କରିବା । କେମିତି ନବଙ୍କ ପାଖକୁ ଆସିଲା । ସ୍ଥାନୀୟ ଆଇଆଇସି କେମିତି ଜାଣିପାରିଲେ ନାହିଁ ? କାହିଁକି ଅଟକାଇଲେ ନାହିଁ? କ୍ରାଇମବ୍ରାଞ୍ଚ ଠିକ ସେ ତଦନ୍ତ କରୁନାହିଁ ଏଭଳି ଷ୍ଟେଟମେଣ୍ଟ୍ ମୁଁ ଆଶା କରିନଥିଲି ମୁଖ୍ୟମନ୍ତ୍ରୀଙ୍କ ଠାରୁ । ଏସଆଇଟି ତଦନ୍ତ ଦାବି କରୁଛି କଂଗ୍ରେସ। ମୁଖ୍ୟମନ୍ତ୍ରୀ କହୁଛନ୍ତି ବିଚାର ବିଭାଗ ଉପରେ ଭରସା ନାହିଁ ତ କାହା ଉପରେ ଅଛି ମୁଁ କହିବି କଂଗ୍ରେସ ଦଳର ଅଛି ସେ କାହିଁକି ଚିଠି ଲେଖୁନାହାନ୍ତି ଏସଆଇଟି ତଦନ୍ତ ପାଇଁ ।

ରାଜ୍ୟ ସରକାରଙ୍କୁ ଆହ୍ବାନ ଦେଇ କହିଛନ୍ତି ଯଦି ଦମ ଅଛି ଏ ଚିଠି ଲେଖିବାରେ ଅସୁବିଧା ନାହିଁ । ମୁଖ୍ୟମନ୍ତ୍ରୀ ତାଙ୍କ ସ୍ୱର, ଚିନ୍ତାଧାରା ବଦଳାନ୍ତୁ କଂଗ୍ରେସ ଦାବି ମାନନ୍ତୁ । ନରସିଂହ କହିଛନ୍ତି ଘଟଣା ସ୍ଥଳରେ ନବଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ୱର କାହିଁକି ଅଣା ଗଲା । ତଦନ୍ତ ଏମିତି ହୁଏ ନାହିଁ । ବ୍ୟକ୍ତିଗତ ଶତ୍ରୁତା ପାଇଁ ହତ୍ୟା ହୋଇଥାଇ ପାରେ । ପ୍ରମାଣ ଅଛି ନବ ବାବୁ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡି ଗଲା ପରେ ବିଜେଡି ଭିତରେ ଅସନ୍ତୋଷ ବଢିଥିଲା । ପଶ୍ଚିମ ଓଡିଶାର ଜଣେ ପ୍ରଭାବଶାଳୀ ନେତା ତଥା ବରଗଡ ଜିଲ୍ଲାର ପୂର୍ବତନ ମନ୍ତ୍ରୀଙ୍କ ସହ ନବଙ୍କ ପଡୁନଥିଲା । ସେ ହାତ୍ୟାକାରୀ ହୋଇନଥିବେ ବୋଲି କିଏ କହିବ? କାରଣ ସେହି ନିର୍ଦ୍ଦିଷ୍ଟ ନେତା ଲୋକଙ୍କ ଦୃଷ୍ଟିରେ ଜଣେ ଅପରାଧୀ । ପ୍ରକୃତ ତଥ୍ୟ ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ନାହିଁ କିମ୍ବା ତଥ୍ୟ ଲୁଚାଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ବିଧାୟକ ନରସିଂହ ମିଶ୍ରଙ୍କ ଏହି ସଂଗୀନ ଅଭିଯୋଗକୁ ନେଇ ଶାସକ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଜବାବ ମିଳିପାରି ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.