ETV Bharat / state

3ଟି ବିଶ୍ବବିଦ୍ୟାଳୟକୁ ଆସିବ NAAC ଟିମ, ସରକାରୀ ପ୍ରସ୍ତୁତି ଆରମ୍ଭ - ଉତ୍କଳ ବିଶ୍ବବିଦ୍ୟାଳୟ

ନାକ ଟିମ ଟିମ ଆସିବାକୁ ଥିବା ବିଶ୍ବବିଦ୍ୟାଳୟ ମଧ୍ୟରେ ରହିଛି ରେଭେନ୍ସା ବିଶ୍ବବିଦ୍ୟାଳୟ, ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ୩ ଟି ବିଶ୍ବବିଦ୍ୟାଳୟର କୁଳସଚିବଙ୍କୁ ପତ୍ର ଲେଖି ଅବଗତ କରାଇଛି । ମଞ୍ଜୁରିପ୍ରାପ୍ତ ପଦ, କାର୍ଯ୍ୟରତ ଏବଂ ଖାଲିଥିବା ଅଧ୍ୟାପକ କର୍ମଚାରୀଙ୍କ ତଥ୍ୟ ବିଭାଗକୁ ଦେବାକୁ କୁହାଯାଇଛି । ଅଧିକ ପଢନ୍ତୁ

3 ଟି ବିଶ୍ବବିଦ୍ୟାଳୟକୁ ଆସିବ NAAC ଟିମ, ସରକାରୀ ପ୍ରସ୍ତୁତି ଆରମ୍ଭ

author img

By

Published : Jun 29, 2023, 9:39 PM IST

ଭୁବନେଶ୍ବର: ଚଳିତ ବର୍ଷ ରାଜ୍ୟର ଆଉ ୩ଟି ବିଶ୍ବବିଦ୍ୟାଳୟକୁ ପରିଦର୍ଶନରେ ଆସିବ ନାକ ଟିମ। ଏନେଇ ଉଚ୍ଚଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ୩ ଦିନ ମଧ୍ୟରେ ଖାଲିଥିବା ଅଧ୍ୟାପକଙ୍କ ପଦ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ 3 ଟି ବିଶ୍ବବିଦ୍ୟାଳୟ ଗୁଡ଼ିକୁ ନିର୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ।

3 ଟି ବିଶ୍ବବିଦ୍ୟାଳୟକୁ ଆସିବ NAAC ଟିମ, ସରକାରୀ ପ୍ରସ୍ତୁତି ଆରମ୍ଭ
3 ଟି ବିଶ୍ବବିଦ୍ୟାଳୟକୁ ଆସିବ NAAC ଟିମ, ସରକାରୀ ପ୍ରସ୍ତୁତି ଆରମ୍ଭ

ନାକ ଟିମ ଟିମ ଆସିବାକୁ ଥିବା ବିଶ୍ବବିଦ୍ୟାଳୟ ମଧ୍ୟରେ ରହିଛି ରେଭେନ୍ସା ବିଶ୍ବବିଦ୍ୟାଳୟ, ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ୩ ଟି ବିଶ୍ବବିଦ୍ୟାଳୟର କୁଳସଚିବଙ୍କୁ ପତ୍ର ଲେଖି ଅବଗତ କରାଇଛି। ମଞ୍ଜୁରିପ୍ରାପ୍ତ ପଦ, କାର୍ଯ୍ୟରତ ଏବଂ ଖାଲିଥିବା ଅଧ୍ୟାପକ କର୍ମଚାରୀଙ୍କ ତଥ୍ୟ ବିଭାଗକୁ ଦେବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ନିକଟରେ ନାକ ଦଳ ଉତ୍କଳ ବିଶ୍ବବିଦ୍ୟାଳୟ ପରିଦର୍ଶନରେ ଆସିଥିଲା। ତିନି ଦିନ ଅନୁଧ୍ୟାନ କରିବା ପରେ ସେମାନେ ଫେରିଯାଇଥିଲେ। ୨୦୧୬ ରେ ଉତ୍କଳ ବିଶ୍ବବିଦ୍ୟାଳୟ ‘ଏ+’ ଗ୍ରେଡ ପାଇଥିଲାବେଳେ ଚଳିତଥର ‘ଏ’ ଗ୍ରେଡ କୁ ହ୍ରାସ ପାଇଛି।

ଅନ୍ୟପଟେ ରାଜ୍ୟରେ ଅନେକ ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ନାକର ମାନ୍ୟତା ନାହିଁ। ରାଜ୍ୟରେ ବର୍ଷ ବର୍ଷ ଧରି ବିନା ନାକ ମାନ୍ୟତାରେ ଚାଲିଛି ଉଚ୍ଚ ଶିକ୍ଷାନୁଷ୍ଠାନ। ଯାହା ଫଳରେ ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକକୁ ସଠିକ ସମୟରେ ଅନୁଦାନ ମିଳିବାରେ ସମସ୍ୟା ଦେଖାଯାଉଛି। ରାଜ୍ୟରେ ପଞ୍ଜୀକୃତ ହୋଇଥିବା ମୋଟ 517 ମହାବିଦ୍ୟାଳୟ ମଧ୍ୟରୁ 188 ମହାବିଦ୍ୟାଳୟ ନାକ ମାନ୍ୟତା ପାଇଛନ୍ତି। ବାକି ମହାବିଦ୍ୟାଳୟ ଗୁଡ଼ିକ କିଭଳି ନାକ ମାନ୍ୟତା ପାଇବେ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଗୁଡ଼ିଏ ପଦକ୍ଷେପ ନିଆଯାଉଛି।

ରାଜ୍ୟରେ ଥିବା ମୋଟ 16 ଟି ସରକାରୀ ବିଶ୍ବବିଦ୍ୟାଳୟ ମଧ୍ୟରୁ 7 ଟି ବିଶ୍ବବିଦ୍ୟାଳୟର ନାକ ମାନ୍ୟତା ହାସଲ କରିଛ। ନାକ ମାନ୍ୟତା ପାଇନଥିବା ବିଶ୍ବବିଦ୍ୟାଳୟ ମଧ୍ୟରେ ରହିଛି କଳାହାଣ୍ଡି ବିଶ୍ବବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ, ବିକ୍ରମଦେବ ବିଶ୍ବବିଦ୍ୟାଳୟ, ଧରଣୀଧର ବିଶ୍ବବିଦ୍ୟାଳୟ ଏବଂ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ନାକ ମାପଦଣ୍ଡକୁ ପୂର୍ଣ୍ଣ ମାତ୍ରାରେ ପୂରଣ କରି ପାରିନାହାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.