ETV Bharat / state

ବଳିଦାନର ପର୍ବ ଇଦ୍‌, ଦେଶର ଏକତା ମନାସିଲେ ମୁସଲିମ ସମ୍ପ୍ରଦାୟ

author img

By

Published : Apr 22, 2023, 5:38 PM IST

ରାଜଧାନୀ ଭୁବନେଶ୍ବରରେ ଧୁମଧାମରେ ଇଦ୍‌ ପାଳନ କରିଛନ୍ତି ଇସଲାମ ଧର୍ମାବଲମ୍ବୀ । ଅଧିକ ପଢ଼ନ୍ତୁ

eid celebrated in bhubaneswar
ରାଜଧାନୀରେ ଇଦ୍ ପାଳନ
ରାଜଧାନୀରେ ଇଦ୍ ପାଳନ

ଭୁବନେଶ୍ବର: ଆଜି ହେଉଛି ଭାଇଚାରାର ପର୍ବ ପବିତ୍ର ଇଦ୍ । ସରିଛି ପବିତ୍ର ରମଜାନ ମାସ । ବହୁ ଧୁମଧାମରେ ପାଳନ ହୋଇଛି ଇଦ୍‌ ଉଲ୍ ଫିତର୍ । ମାସ ତମାମ ନିଷ୍ଠାର ସହ ରମଜାନ ପାଳନ କରି ଆଜି ଉପାସ ବା ରୋଜା ଭାଙ୍ଗି ଇସଲାମ ଧର୍ମାବଲମ୍ବୀ ଇଦ୍ ପାଳିଛନ୍ତି । ଏହି ଅବସରରେ ମସଜିଦରେ ଏକାଠି ହୋଇ ସମୂହ ନମାଜ ପାଠ କରିଛନ୍ତି । ପରସ୍ପରକୁ ଆଲିଙ୍ଗନ କରି ଇଦ୍‌ର ଶୁଭେଚ୍ଛା ଜଣାଇଛନ୍ତି । ପବିତ୍ର ଇଦ୍‌ ପାଇଁ ଚଳଚଞ୍ଚଳ ହୋଇଉଠିଛି ବିଭିନ୍ନ ମସଜିଦ ।

ଭୁବନେଶ୍ୱରର ୧୪ଟି ମସଜିଦରେ ପବିତ୍ର ଭାଇଚାରାର ପର୍ବ ଇଦ୍‌ ପାଲନ ହେଉଛି । ଏହି ପରିପ୍ରେକ୍ଷୀରେ ୟୁନିଟ-୪ ଜାମା ମସଜିଦରରେ ମଧ୍ୟ ଧୁମ ଧାମରେ ପର୍ବକୁ ପାଳନ କରାଯାଇଛି । ସକାଳ ୮ଟା ୪୫ ଏବଂ ଦିନ ୧. ୨୦ ରେ ସମସ୍ତ ମୁସଲମାନ ସମ୍ପ୍ରଦାୟର ଶ୍ରଦ୍ଧାଳୁ ଏକାଠି ହୋଇ ସାମୂହିକ ନମାଜ ପାଠ କରିଛନ୍ତି । ନମାଜ ପାଠ କରି ସାରିବା ପରେ ସମସ୍ତେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଇଦ୍‌ ମୁବାରକ କହି ଭାଇଚାରର ପ୍ରୀତି ଓ ଶ୍ରଦ୍ଧା ଅର୍ପଣ କରିଛନ୍ତି । ଆଜିର ଦିନରେ ଦାନ ଧର୍ମ କରିବାର ପ୍ରଥା ରହିଥିବା ବେଳେ ମୁସଲମାନ ସମ୍ପ୍ରଦାୟର ଲୋକେ ମସଜିଦ ସମ୍ମୁଖରେ ଥିବା ଗରିବଙ୍କୁ ଦାନ କରିଛନ୍ତି । ଏହି ଅବସରରେ ଶ୍ରଦ୍ଧାଳୁ କହିଛନ୍ତି, " ଇଦ୍‌ ଏକ ଭାଇଚାରାର ପର୍ବ । ଆଜିର ଦିନରେ ସମସ୍ତେ ଏକାଠି ହୋଇ ସମାଜର କଲ୍ୟାଣ ପାଇଁ ପ୍ରାର୍ଥନା କରିଥାଉ । ଓଡ଼ିଶା ହେଉଛି ଜଗନ୍ନାଥଙ୍କ ରାଜ୍ୟ । ତେଣୁ ସମଗ୍ର ରାଜ୍ୟରେ ଭାଇଚାରା ଜାରି ରହୁ, ସମସ୍ତେ ଏକାଠି ଚଳନ୍ତୁ ।"

ଇଦ୍‌ ଉଲ୍ ଫିତର୍ ଇସଲାମିକ ଧର୍ମାବଲମ୍ବୀ ମାନଙ୍କର ଏକ ବଡ଼ ପର୍ବ ଅଟେ । ଏହା ରମଜାନ ମାସର ଶେଷରେ ପାଳନ କରାଯାଏ । ଇଦ୍‌ ଏକ ଆରବୀ ଶବ୍ଦ ଯାହାର ଅର୍ଥହେଲା ଆନନ୍ଦ ଉତ୍ସବ ଓ ଫିତର ବା ଉପବାସ ଭାଙ୍ଗିବା । ଏଇ ପର୍ବଟି ଅଣତିରିସିଆ ବା ତିରିସିଆ ମାସରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ କରାଯାଉଥିବା ଉପବାସର ଉପସଂହାର । ସେଥିପାଇଁ ଇଦର ପ୍ରଥମ ଦିନ ମାସର ପ୍ରଥମ ଦିନ ହୋଇଥାଏ । ଏହି ଦିନ ସାରାବିଶ୍ୱରେ ମୁସଲମାନମାନେ ଏକତାର ସାମୂହିକ ଲକ୍ଷ୍ୟକୁ ଉପସ୍ଥାପିତ କରିବାର ପ୍ରୟାସ କରିଥାନ୍ତି । ଏହି ଦିନକୁ ଆଲ୍ଲାଙ୍କର ପରିଚୟ ଦିବସ ବୋଲି ମନାଯାଇଥାଏ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.