ETV Bharat / state

କଥା ନୁହେଁ ଗୀତର ଅଭିନୟରେ ପରିବେଷଣ ହେବ ପ୍ରେମକାହାଣୀ

author img

By

Published : Apr 23, 2023, 12:26 PM IST

ଆସନ୍ତା ୨୭ ତାରିଖ ଦିନ ରବୀନ୍ଦ୍ର ମଣ୍ଡପରେ ଓଡ଼ିଆରେ ପ୍ରଥମ ଥର ପାଇଁ “ଦେବଦାସ” ମ୍ୟୁଜିକାଲ ପ୍ଲେ ଅନୁଷ୍ଠିତ ହେବ । ଅଧିକ ପଢ଼ନ୍ତୁ

Debdas musical paly
ଓଡିଆରେ ଦେବଦାସ ମ୍ୟୁଜିକାଲ ପ୍ଲେ

ଭୁବନେଶ୍ବର: ପ୍ରଥମ ଥର ପାଇଁ ଓଡ଼ିଆରେ ମଞ୍ଚସ୍ଥ ହେବାକୁ ଯାଉଛି, 'ଦେବଦାସ -ମ୍ୟୁଜିକାଲ୍ ପ୍ଲେ' l ଅରୋମିରା ଏଣ୍ଟରଟେନମେଣ୍ଟ ପକ୍ଷରୁ ଏହି କାଳଜୟୀ ପ୍ରେମ ଗାଥା ଦେବଦାସର ମ୍ୟୁଜିକ ପ୍ଲେ ପ୍ରଦର୍ଶିତ ହେବ । ଆସନ୍ତା ୨୭ ତାରିଖ ଦିନ ରବୀନ୍ଦ୍ର ମଣ୍ଡପରେ ଏହା ଅନୁଷ୍ଠିତ ହେବାକୁ ଯାଉଛି । ଦେବଦାସ ଛୋଟରାୟଙ୍କ ଲିଖିତ ଓ ଦେବ ମେହେରଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡ଼ିଶାର ଏହି ପ୍ରଥମ ମ୍ୟୁଜିକାଲ୍ ପ୍ଲେ, "ଦେବଦାସ"ର ମୁଖ୍ୟ ଭୂମିକାରେ ବଙ୍ଗାଳି ଅଭିନେତା ରଣୋ ଜୟ ନଜର ଆସିବେ । ସେହିପରି ପାରୋ ଭୂମିକାରେ ଅଛନ୍ତି ସିନେ ନାୟିକା ଶୀତଲ ପାତ୍ର ଏବଂ ଚନ୍ଦ୍ରମୁଖୀ ଭୂମିକାରେ ଅଛନ୍ତି ଅଭିନେତ୍ରୀ ବୈଶାଳୀ l ନାଟକ 'ଆହେ ନୀଳ ଶୈଳ', 'ନବକଳେବର', 'ବୟସର ଅନ୍ତେ'ର ସଫଳତା ପରେ ମଲ୍ଟି ସିନେ ଷ୍ଟାରଙ୍କୁ ନେଇ ପ୍ରଥମ ଥର ରବୀନ୍ଦ୍ର ମଣ୍ଡପ ଠାରେ ମ୍ୟୁଜିକାଲ ପ୍ଲେ ଅନୁଷ୍ଠିତ ହେବ l

“ଦେବଦାସ” ମ୍ୟୁଜିକାଲ ପ୍ଲେରେ ରହିଛି ଦେବଦାସ ଛୋଟରାୟଙ୍କ ରଚନା, ଓମ୍ ପ୍ରକାଶ ମହାନ୍ତିଙ୍କ ଦ୍ୱାରା ସଙ୍ଗୀତ ସଂଯୋଜନା ଏବଂ ସୁସ୍ମିତା ଦାସ, ଅରବିନ୍ଦ ଦତ୍ତ ଓ ଦେବସ୍ମିତା ମିଶ୍ରଙ୍କ ଦ୍ୱାରା କଣ୍ଠଦାନ କରାଯାଇଥିବା ୧୦ ଟି ସଙ୍ଗୀତ ଯାହାକି ଜେସିକେ ଷ୍ଟୁଡିଓରେ ରେକର୍ଡ କରାଯାଇଛି l ବିଦ୍ୟୁତ ସେଠୀ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି l ଏହି ମ୍ୟୁଜିକାଲ୍ ପ୍ଲେ ଏକ ଘଣ୍ଟା ସମୟର ଅଟେ l ପ୍ରକୃତ ଦେବଦାସଙ୍କ ପରେ ଚନ୍ଦ୍ରମୁଖୀ ଏବଂ ପାରୋ ସହିତ ଘଟିଥିବା ପ୍ରେମ କାହାଣୀକୁ ୯୦ ମିନିଟର ମଲ୍ଟି ଷ୍ଟାର ମ୍ୟୁଜିକାଲ୍ ପ୍ଲେ ରହିଛି l ଏହି ମ୍ୟୁଜିକାଲ୍ ପ୍ଲେ ପାଇଁ ସମ୍ପୂର୍ଣ୍ଣ ଉତ୍ସାହିତ ଥିବା କହିଛନ୍ତି ଲେଖକ ଦେବଦାସ ଛୋଟରାୟ ।

ତେବେ ଭାରତୀୟ ସିନେମାରେ ‘ଦେବଦାସ’ର ଅନେକ ସଂସ୍କରଣ ଦେଖିଛନ୍ତି, ତଥାପି ଉପନ୍ୟାସରେ ଅନେକ କିଛି ଅଛି ଯାହା ଦର୍ଶକଙ୍କୁ ସବୁବେଳେ ‘ଦେବଦାସ’ ସହ ଯୋଡିଥାଏ । ଦେବଦାସ’ର ଷ୍ଟେଜ୍ ମ୍ୟୁଜିକାଲ୍ ସଂସ୍କରଣ ପୂର୍ବରୁ କେବେ ଦେଖାଯାଇ ନଥିଲା । ତେଣୁ ରବୀନ୍ଦ୍ର ମଣ୍ଡପଠାରେ ସିନେ ତାରକାଙ୍କ ଏହି ପ୍ରଦର୍ଶନ ନିଶ୍ଚିତ ଏକ ନୂଆ ଇତିହାସ ସୃଷ୍ଟି କରିବ । ନିର୍ଦ୍ଦେଶକ ଦେବ ମେହେର କୁହନ୍ତି, "ଦେବଦାସ ସମସ୍ତ ପ୍ରେମ କାହାଣୀର ମା’ ସଦୃଶ । ଏହି କାହାଣୀ ଏକ ଶହ ବର୍ଷରୁ ଅଧିକ ସମୟ ଧରି ନିଜକୁ ବଜାୟ ରଖିଛି ଏବଂ କାହାଣୀରେ ଅନ୍ତଃର୍ନିହିତ କବିତା ଏବଂ ନାଟକ ପାଇଁ ବିଭିନ୍ନ ଭାଷାଗୁଡ଼ିକ ମଧ୍ୟରେ ସିନେମା ପାଇଁ ଅନୁକୂଳ ହୋଇଛି । ବର୍ତ୍ତମାନ ପ୍ରଥମ ଥର ପାଇଁ ମଞ୍ଚରେ ଏହା ସଙ୍ଗୀତ ମାଧ୍ୟମରେ ଦର୍ଶକଙ୍କୁ ସୃଜନଶୀଳତାର ଏକ ନୂଆ ଅଭିଜ୍ଞତା ଦେବ । "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.