ଭୁବନେଶ୍ବର: ଗୋଟିଏ ଛାତ ତଳେ ଏକାଠି ହେଲେ ରାଜ୍ୟର ସମସ୍ତ ଲଘୁ ଓ କ୍ଷୁଦ୍ର ଉଦ୍ଦ୍ୟୋଗ, ଷ୍ଟାର୍ଟଅପ, ଇନୋଭେଟର । ଶିଳ୍ପର ବିକାଶ ନେଇ ଭୁବନେଶ୍ବରରେ ରବିବାର ଆରମ୍ଭ ହୋଇଛି ଦୁଇ ଦିନିଆ ଏମଏସଏମଇ ମିଟ। ଇଜ ଅଫ ଡୁଇଙ୍ଗ ବିଜିନେସ ଆଧାରରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାକୁ ରାଜ୍ୟରେ ଅଗ୍ରାଧିକାର ଦେବା ସହ ରାଜ୍ୟରେ ଶିଳ୍ପର ବିକାଶ ହେବା ଦିଗରେ ଆରମ୍ଭ ହୋଇଛି ଆଲୋଚନା । ଉଦ୍ଦ୍ୟୋଗର ବିକାଶ ,ଆର୍ଥିକ ସ୍ଥିତି ଏବଂ ପୁଞ୍ଜି ନିବେଶ ବିଶେଷକରି ବ୍ୟାଙ୍କ ମାନଙ୍କର ଆର୍ଥିକ ସହଯୋଗକୁ ନେଇ ବୈଠକରେ ଉଠିଛି ପ୍ରଶ୍ନ।
ବ୍ୟାଙ୍କ ମାନେ ପୁଞ୍ଜି ଯୋଗାଇବାରେ ସହଯୋଗ କରୁନଥିବା ବେଳେ ନିରାଶ ହେଉଛନ୍ତି ଉଦ୍ଦ୍ୟୋଗୀ । ରାଜ୍ୟ ସରକାର ଇଜ ଅଫ ଡୁଇଙ୍ଗ ବିଜିନେସ ଆଧାରରେ ଶିଳ୍ପର ବିକାଶ ଦିଗରେ ବିଭିନ୍ନ ସମୟରେ ବଡ ବଡ କମ୍ପାନୀମାନଙ୍କୁ ନେଇ ଉଦ୍ଦ୍ୟୋଗ ସମାବେଶ ଆୟୋଜନ କରୁଛନ୍ତି କିନ୍ତୁ ତାହା ବସ୍ତାବ କାର୍ଯ୍ୟକାରୀ ହେଉନାହିଁ । ଅଧିକାଂଶ ଶିଳ୍ପ ସଂସ୍ଥା ମୁହଁ ଫେରାଇବାରେ ଲାଗିଛନ୍ତି। କାରଣ ବ୍ୟାଙ୍କ ଗୁଡିକ ପୁଞ୍ଜି ଯୋଗାଇବାରେ ସହଯୋଗ କରୁନାହାନ୍ତି। ତେବେ ଆଜିର ସମାବେଶରେ ଏମଏସଏମଇ ସାମଗ୍ରୀ କ୍ରୟ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେବାର ଆବଶ୍ୟକତା ରହିଛି।
ରାଜ୍ୟରେ ଏମଏସଏମଇ ସେକ୍ଟରରେ ବ୍ୟାଙ୍କ ମାନଙ୍କର ପୁଞ୍ଜିନିବେଶ ଏକ ବଡ ସମସ୍ୟା ହୋଇ ଉଭା ହୋଇଛି । ବ୍ୟାଙ୍କ ଲିଂକେଜ ନେଇ ଆଲୋଚନା ଚାଲିଛି। ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟଏଦିଗରେ ସହଯୋଗ ପାଇଁ ନିବେଦନ କରାଯାଇଛି।
ଫନି ବାତ୍ୟାରେ କ୍ଷତିଗ୍ରସ୍ତ ଶିଳ୍ପ ସଂସ୍ଥାର ପୁନରୁଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି। ଏ ନେଇ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ରାଜ୍ୟ ଏମଏସଏମଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସେପଟେ କେନ୍ଦ୍ର ଏମଏସଏମଇ ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ କହିଛନ୍ତି ବ୍ୟାଙ୍କ ଲିଂକେଜ ନେଇ ଆଲୋଚନା ଜାରି ରହିଛି। ଦେଶରେ ଉଦ୍ୟୋଗ ଶିଳ୍ପ ଉପକୃତ ହେବେ। ଦେଶର ଉତ୍ପାଦନ କ୍ଷେତ୍ର ପ୍ରତି ଏମଏସଏମଇ କ୍ଷେତ୍ରର ଅବଦାନ ୪୫ ପ୍ରତିଶତ ଥିଲାବେଳେ ଦେଶର ଜିଡିପି ୨୮ ପ୍ରତିଶତ ରହିଛି। ସେହିପରି ଏହି କ୍ଷେତ୍ରରେ ପ୍ରଚୁର ନିଯୁକ୍ତି ସୃଷ୍ଟି କରିବାକୁ ପ୍ରାଧାନ୍ୟ ଦିଆଯାଉଥିବା କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ