ETV Bharat / state

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସାଂସଦ ମମତା ମହାନ୍ତ

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ନିଯୁକ୍ତି ପାଇଛନ୍ତି ବିଜେଡି ସାଂସଦ ମମତା ମହାନ୍ତ । ସଂସଦ ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ଗୃହ ପରିଚାଳନା କରିଛନ୍ତି । ଅଧିକ ପଢନ୍ତୁ

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସାଂସଦ ମମତା ମହନ୍ତ
mp mamata mahanta
author img

By ETV Bharat Odisha Team

Published : Sep 19, 2023, 8:39 AM IST

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସାଂସଦ ମମତା ମହନ୍ତ

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଛନ୍ତି ମୟୂରଭଞ୍ଜ ଜିଲ୍ଲାର ଟାଣୁଆ ନାରୀନେତ୍ରୀ ତଥା ବିଜେଡି ସାଂସଦ ମମତା ମହାନ୍ତ । ଚଳିତ ମାସ 13 ତାରିଖରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ଦ୍ବାରା ଗଠିତ ଉପାଧ୍ୟକ୍ଷ ପ୍ୟାନେଲରେ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି ସାଂସଦ ମମତା । ସଂସଦର ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭା ଅଧ୍ଯକ୍ଷ ଜଗଦୀପ ଧନଖର ସାଂସଦ ମମତା ମହାନ୍ତଙ୍କ ସମେତ 8 ଜଣ ପ୍ୟାନେଲ ସଭ୍ୟଙ୍କ ନାମ ଘୋଷଣା କରିଛନ୍ତି । ଏଥିରେ ମଧ୍ୟ 50 ପ୍ରତିଶତ ମହିଳା ସ୍ଥାନ ପାଇଥିବା କହିଥିଲେ ରାଜ୍ୟସଭା ଅଧ୍ୟକ୍ଷ । ସଂସଦର ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ସାଂସଦ ମମତା ମହାନ୍ତ ଗୃହ ପରିଚାଳନା କରିଥିଲେ । ଏହା ପୂର୍ବରୁ ପ୍ରଥମ ମହିଳା ସାଂସଦ ଭାବେ ସୁଲତା ଦେଓ ସ୍ଥାନ ପାଇଥିଲେ ।

ଏହା ବି ପଢନ୍ତୁ...RajyaSabha: ମୟୂରଭଞ୍ଜରେ ଏକ ପେପର ମିଲ ସ୍ଥାପନ ଦାବି କଲେ ସାଂସଦ ମମତା ମହନ୍ତ

ନିକଟ ଅତୀତରେ ବିଜେଡିର ସସ୍ମିତ ପାତ୍ର, ସୁଲତା ଦେଓ ସ୍ଥାନ ପାଇଥିଲେ । ଏବେ ମମତାଙ୍କୁ ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ମିଳିବା ଓଡିଆଙ୍କ ପାଇଁ ଗୌର୍ବର ବିଷୟ ହୋଇଛି । ସଂସଦର ସ୍ବତନ୍ତ୍ର ଅଧିବେଶନ ପ୍ରଥମ ଦିନରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ମମତା ମହାନ୍ତଙ୍କ ସମେତ 8ଜଣ ସଦସ୍ୟଙ୍କ ନାମ ଘୋଷଣା କରିଛନ୍ତି । ଅନ୍ୟ ମହିଳା ସାଂସଦ ହେଲେ ବିଜେପି ସାଂସଦ କାନ୍ତା କଦମ, ସୁମିତ୍ରା ବାଲ୍ମିକ ଓ ଗୀତା ଉର୍ଫ ଚନ୍ଦ୍ରପ୍ରଭା । ସେହିପରି ପୁନଃଗଠିତ ପ୍ୟାନେଲରେ ସ୍ଥାନ ପାଇଥିବା ଅନ୍ୟ ସଦସ୍ୟ ହେଉଛନ୍ତି କଂଗ୍ରେସର ଅଖିଳେଶ ପ୍ରସାଦ ସିଂହ, ଆମ ଆଦମୀ ପାର୍ଟିର ନାରାୟଣ ଦାସଗୁପ୍ତା, YSR କଂଗ୍ରେସର ବିଜୟ ସାଇ ରେଡ୍ଡି ଓ ତୃଣମୂଳ କଂଗ୍ରେସର ଶାନ୍ତନୁ ସେନ୍‌ । 4ଜଣ ମହିଳା ଓ 4ଜଣ ପୁରୁଷ ସାଂସଦଙ୍କୁ ନେଇ ପ୍ୟାନେଲ ଗଠନ ହୋଇଛି ।

ଏହା ବି ପଢନ୍ତୁ...RajyaSabha: ଉଡାନ 4.0ରେ ଓଡିଶାର କେତୋଟି ବିମାନ ମାର୍ଗ ସାମିଲ ହୋଇଛି: ବିଜେଡି ସାଂସଦ

ମୟୂରଭଞ୍ଜ ଜିଲ୍ଲାର ଟାଣୁଆ ନାରୀନେତ୍ରୀ ତଥା ବିଜେଡି ସାଂସଦ ମମତା ମହାନ୍ତ ପଞ୍ଚାୟତ ରାଜନୀତିରୁ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ । ମମତା ମହାନ୍ତ ରାଜ୍ୟସଭାର ବହୁ ଗୁରୁତ୍ବପୂର୍ଣ୍ଣ କମିଟିର ସଦସ୍ୟ ରହିଛନ୍ତି । ବିଭିନ୍ନ ସମୟରେ ସେ ସଂସଦରେ କୁଡ଼ୁମି ଜାତିକୁ ଜନଜାତି ମାନ୍ୟତା ଦେବା ଭଳି ଦାବି ସହ ସଂସଦରେ ଓଡ଼ିଶାର ସ୍ବାର୍ଥ ଦୃଷ୍ଟିରୁ ବହୁ ଦାବି ଉପସ୍ଥପନା କରିଛନ୍ତି । 2020ରେ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.