ETV Bharat / state

ପାଇକ ଏକାଡେମୀକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅପରାଜିତା - ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର

ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଷ୍ଠା ହେବ ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଅଧିକ ପଢ଼ନ୍ତୁ

କାଡେମୀକୁ ନେଇ ପ୍ରଶ୍ନ ଉଠାଇଲେ ଭୁବନେଶ୍ୱର ସାଂସଦ

author img

By ETV Bharat Odisha Team

Published : Sep 9, 2023, 8:47 PM IST

କାଡେମୀକୁ ନେଇ ପ୍ରଶ୍ନ ଉଠାଇଲେ ଭୁବନେଶ୍ୱର ସାଂସଦ

ଖୋର୍ଦ୍ଧା : ଖୋର୍ଦ୍ଧା ଠାରେ ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ରକୁ ମୋହର ମାରିବା ପରେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ନାପସନ୍ଦ କରିବା ସହ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ଖୋର୍ଦ୍ଧା ଗୁରୁଜଙ୍ଗ ଠାରେ ପ୍ରତିଷ୍ଠା ହୋଇଥିବା ପାଇକ ଏକାଡେମୀର ପୁନରୁଦ୍ଧାର କାହିଁକି ନକରାଗଲା ସେନେଇ ପ୍ରଶ୍ନ କରିଛିନ୍ତି ସାଂସଦ ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ‘‘ଅବହେଳିତ ଏକାଡେମୀର ପୁନରୁଦ୍ଧାର ନକରି ଅନ୍ୟ ଏକ ଏକାଡେମୀ ଗଠନର କରିବାର କଣ ଆବଶ୍ୟକତା । ଖୋଲି ଏତିକି ନୁହେଁ ବରଂ ବରୁଣେଇ ତଳେ ପାଇକ ସ୍ମାରକୀ ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମଧ୍ୟ ରାଜ୍ୟ ସରକାର ପାଇକଙ୍କ ଗାରିମା ବହନ କରିବାକୁ ଥିବା ଏହି ଐତିହ ପାଇଁ ଆବଶ୍ୟକ ଜମି ଯୋଗାଇ ଦେଇ ନଥିଲେ । ବହୁ ବିଳମ୍ବରେ 50 ଏକର ବଦଳରେ 10 ଏକର ଜମି ଯୋଗାଇଛନ୍ତି । ସେହିପରି 2015 ମସିହାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ନିର୍ମାଣ ହୋଇଥିବା ପାଇକ ସଂଗ୍ରହାଳୟ ମଧ୍ୟ ବନ୍ଦ ପଡିଥି ରହିଛି । ସରକାର ଖାଲି ନୂତନ ନୂତନ ପ୍ରକଳ୍ପ କରି ମୂଳ ଦୁଆର ବିକାଶ ପାଇଁ ମନବଳଉ ନାହାଁନ୍ତି ।’’

ଏହା ମଧ୍ୟ ପଢନ୍ତୁ...Paika Academy: ପାଇକ ଏକାଡେମୀ ପ୍ରତିଷ୍ଠାକୁ ସ୍ୱାଗତ, ବିଜୟ ଉତ୍ସବ ପାଳିଲା ପାଇକ ସଂଗଠନ

ଏଠାରେ ସୂଚନା ଥାଉକି ଗତକାଲି (ଶୁକ୍ରବାର) ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ଗଡଖୋର୍ଦ୍ଧା ଠାରେ ଅସ୍ଥାୟୀ ଭାବରେ କାର୍ଯ୍ୟ କରିବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଯଥାଶୀଘ୍ର ଏହି କେନ୍ଦ୍ର ପାଇଁ ସ୍ଥାନ ନିରୂପଣ ଓ ଡି.ପି.ଆର ପ୍ରଦାନ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । 1817 ମସିହାରେ ଖୋର୍ଦ୍ଧା ମାଟିରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ସଂଗଠିତ ହୋଇଥିଲା ପାଇକ ବିଦ୍ରୋହ । ଇଂରେଜ ଶାସନ ବିରୁଦ୍ଧରେ ଏହା ଥିଲା ଦେଶର ପ୍ରଥମ ବିଦ୍ରୋହ ବୋଲି ଐତିହାସିକ ମାନେ ମତପ୍ରକାଶ କରନ୍ତି । ଏହି ମହାନ ପାଇକ ପରମ୍ପରାକୁ ଉଜ୍ଜିବିତ କରି ରଖିବା ସହ ଏ ଦିଗରେ ଅଧିକ ଗବେଷଣା ପାଇଁ ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ମାର୍ଗ ପ୍ରଶସ୍ତ କରିବ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହା ମଧ୍ୟ ପଢନ୍ତୁ: ବିଜେଡି ନେତାଙ୍କ ନାହିଁ ରକ୍ତ ମାଂସ; ‘ସ୍ବାଭିମାନ ଓ ଆତ୍ମସମ୍ମାନକୁ ଜଳାଞ୍ଜଳି ଦେଇ ଅଫିସର ଶରଣରେ ନେତା’

ଇଟିଭି ଭାରତ ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.