ETV Bharat / state

ଭେଇକିଲ ଅଣ୍ଡର ପାସ ଓ ରେଳ ଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସାଂସଦ ଅପରାଜିତା

author img

By

Published : Jul 30, 2023, 1:18 PM IST

ଗତକାଲି ଭେଇକିଲ ଅଣ୍ଡର ପାସ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଅଧିକ ପଢନ୍ତୁ

MP Aparajita Sarangi
MP Aparajita Sarangi
MP Aparajita Sarangi

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା 16ନଂ ଜାତୀୟ ରାଜପଥର ଗଙ୍ଗପଡା,ଦଧିମାଛଗାଡିଆ ଏବଂ ନାଚୁଣି ଛକରେ ହେବ ଭେଇକିଲ ଅଣ୍ଡର ପାସ । ଗତକାଲି ଗଙ୍ଗପଡା ଛକ ନିକଟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଜାତୀୟ ରାଜପଥ ଦେଇ ଗଙ୍ଗପଡା, ଭାତଖୁରି, ଗ୍ରାମଡିହ, ଗମେଇ, ପାଣି ଓରା ଓ ପଳାଶପୁର ଅଧିବାସୀ ମାନଙ୍କ ସହିତ 8ରୁ 10ଟି ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ପ୍ରତିଦିନ ଯାତାୟତ କରିଥାନ୍ତି । ଜାତୀୟ ରାଜପଥ ସମ୍ପ୍ରସାରଣ ସମୟରେ ପ୍ରକୃତ ସ୍ଥାନରେ ଅଣ୍ଡରପାସ କରା ନଯାଇ ଗଙ୍ଗପଡା ଛକ ଅନତି ଦୂରରେ ଅଣ୍ଡରପାସ କରାଯାଇଥିଲା । ଯାହା ଫଳରେ ଲୋକମାନେ ଅଣ୍ଡରପାସରେ ନ ଯାଇ ପୂର୍ବପରି ରାଜପଥ ପାରି ହୋଇ ବିଭିନ୍ନ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ । ଏ ବାବଦରେ ଅଞ୍ଚଳବାସୀ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୋଲିସ କମିସନର ଓ ଜିଲ୍ଲାପାଳଙ୍କୁ ଜଣାଇ ଆସୁଥିଲେ । ମାତ୍ର ଏହାର କୌଣସି ପ୍ରତିକାର ହୋଇପାରିଲା ନାହିଁ । ଫଳରେ ସ୍ଥାନୀୟ ଲୋକ ଏ ବାବଦରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଜଣାଇଥିଲେ ।

ଏନେଇ ସଡକ ଓ ପରିବହନ ମନ୍ତ୍ରୀ ଗଡକରୀଙ୍କ ସହିତ ସାଂସଦ ଅପରାଜିତା 32 କୋଟି ଟଙ୍କାର ବ୍ୟୟରେ ଏକ ଭେଇକିଲ ଅଣ୍ଡର ପାସ ନିର୍ମାଣ ହେବା ପାଇଁ ଅନୁମାଦନ କରାଇ ଟେଣ୍ଡର କରାଇଛନ୍ତି । ସେହିପରି ଅନ୍ୟ ଏକ କାର୍ଯ୍ୟକ୍ରମରେ ସାଂସଦଙ୍କ ଦ୍ୱାରା ଅଟ୍ରି ପାସେଞ୍ଜର ହଲଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ବାଘମାରି ପଞ୍ଚାୟତ ଅଟ୍ରି ଏକାଦଶ ରୁଦ୍ର ପ୍ରଭୁ ହଟକେଶ୍ୱର ଦେବଙ୍କ ପୀଠ ଓ ଉଷ୍ମପ୍ରସବଣ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିଥିବା ବେଳେ ଏହି ପୀଠ ଓଡିଶା ପର୍ଯ୍ୟଟନ ସ୍ଥଳରେ ସ୍ଥାନ ପାଇଛି । ଖୋର୍ଦ୍ଧା - ବଲାଙ୍ଗୀର ରେଳପଥ ପର୍ଯ୍ୟଟନସ୍ଥଳ ନିକଟରେ ଯାଇଥିବା ବେଳେ ଯାତ୍ରୀଙ୍କ ଯିବା ଆସିବା ପାଇଁ ରହଣିର ବ୍ୟବସ୍ଥା ନାହିଁ । ଫଳରେ ସ୍ଥାନୀୟ ଲୋକେ 2015 ମସିହାରୁ ଦୀର୍ଘଦିନ ଧରି ଅଟ୍ରି ଠାରେ ଏକ ପାସେଞ୍ଜର ହଲଟ କରିବା ପାଇଁ ଦାବି କରି ଆସୁଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଅଣ ଓଡିଆଙ୍କ ପତ୍ନୀ ଚନ୍ଦକା ଅଞ୍ଚଳରେ ହାତେଇଛନ୍ତି ମୂଲ୍ୟବାନ ଜମି: ଭୁବନେଶ୍ବର ସାଂସଦ

ସ୍ଥାନୀୟ ଲୋକେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପରିଶ୍ରମ ଫଳରେ ରେଳ ବିଭାଗ କାର୍ଯ୍ୟକର୍ତ୍ତା ପାସେଞ୍ଜର ହଲଟର ଆବଶ୍ୟକ ତାକୁ ଉପଲବ୍ଧି କରିଥିଲେ । ଯାହା ଫଳରେ ରେଳ ବିଭାଗ ପକ୍ଷରୁ ଅଟ୍ରି ଠାରେ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାସେଞ୍ଜର ହଲଟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମକୁ ନଡ଼ିଆ ବାଡେଇ ଶୁଭ ଅନୁକୂଳ କରିଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.