ଖୋର୍ଦ୍ଧା: ବିଜେପିର ଲୋକ ସଂପର୍କ ପଦଯାତ୍ରା ଆରମ୍ଭ । ବେଗୁନିଆ ଠାରେ ବିଜେପିର ଲୋକ ସଂପର୍କ ପଦଯାତ୍ରା ଆରମ୍ଭ କଲେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସାଂସଦ ବେଗୁନିଆ ପୋଷ୍ଟ ଅଫିସ ଛକ ଠାରୁ ଦଳୀୟ କର୍ମୀଙ୍କ ଗହଣରେ ପଦଯାତ୍ରା ଆରମ୍ଭ କରି ବେଗୁନିଆ ବଜାର ପରିକ୍ରମା କରି ବ୍ଳକ ଛକ ଠାରେ ଶେଷ କରିଥିଲେ ।
ଏହି ଲୋକ ସଂପର୍କ ପଦଯାତ୍ରାରେ ବେଗୁନିଆ ବିଧାନସଭା ଅଞ୍ଚଳରେ ଥିବା 40ଟି ପଞ୍ଚାୟତକୁ ଯିବାକୁ ବିଜେପି ଲକ୍ଷ୍ୟ ରଖିଥିବାବେଳେ ଆଜିଠାରୁ ଏହାର ଆରମ୍ଭ ହୋଇଥିବା ସାଂସଦ କହିଛନ୍ତି । ଏହି ସମୟରେ ସାଂସଦ ରାସ୍ତା କଡରେ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ପାଖକୁ ଯାଇ ସେମାନଙ୍କର ସମସ୍ୟା ବିଷୟରେ ପଚାରି ବୁଝିଥିଲେ ।
ଏହାପରେ ବେଗୁନିଆ ଖେଳପଡିଆ ଠାରେ ସାଂସଦ ପାଣ୍ଠିରୁ ନିର୍ମାଣ ହେବାର ଯୋଜନା କରାଯାଇଥିବା କମ୍ୟୁନିଟି ହଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସାଂସଦଙ୍କ ଏହି ପଦଯାତ୍ରାରେ ବେଗୁନିଆ ବିଧାୟକ ପ୍ରାର୍ଥୀଙ୍କ ସହ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ