ETV Bharat / state

ଟାଟା ପାୱାର ଓ ଦକ୍ଷତା ବିକାଶ ମଧ୍ୟରେ MOU, ଯୁବ ସଶକ୍ତିକରଣ କରିବାକୁ ଉଦ୍ୟମ - ଦକ୍ଷତା ବିକାଶ ବିଭାଗ

MOU between TATA power and Skill Development: ଟାଟା ପାୱାର ଓ ଦକ୍ଷତା ବିକାଶ ବିଭାଗ ମଧ୍ୟରେ MOU । ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଉଦ୍ୟମ । ଆଗକୁ ପଢ଼ନ୍ତୁ,

ଯୁବ ସଶକ୍ତିକରଣ
ଯୁବ ସଶକ୍ତିକରଣ
author img

By ETV Bharat Odisha Team

Published : Dec 21, 2023, 9:11 PM IST

ଭୁବନେଶ୍ବର: ଟାଟା ପାୱାର ଓ ଦକ୍ଷତା ବିକାଶ ବିଭାଗ ମଧ୍ୟରେ MOU । ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଉଦ୍ୟମ । ପ୍ରଥମ ବର୍ଷରେ ଟାଟା ପାୱାର ଦକ୍ଷତା ବିକାଶ କେନ୍ଦ୍ର ନିକଟରେ ଥିବା ୨୦ଟି ସରକାରୀ ଆଇଟିଆଇରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା କରାଯାଇଛି । ପ୍ରଶିକ୍ଷଣ ମଡ୍ୟୁଲ ଏବଂ ପ୍ରାକ୍ଟିକାଲ୍ ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ ।

ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଟାଟା ପାୱାର ସହ ମିଳିତ ଭାବେ ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ କରାଯାଇଛି । ଏନେଇ ଖାରବେଳ ଭବନରେ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ଉପସ୍ଥିତିରେ ଟାଟା ପାୱାର ସହିତ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି । ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ହେଉଛି ଯୁବ ପ୍ରତିଭାମାନଙ୍କୁ ଟାର୍ଗେଟେଡ କାର୍ଯ୍ୟକ୍ରମ ମାଧ୍ୟମରେ ଶିଳ୍ପ-ପ୍ରସ୍ତୁତ ଦକ୍ଷତା ସହିତ ସଜ୍ଜିତ କରିବା । ଶକ୍ତି କ୍ଷେତ୍ରର ବିକଶିତ ଚାହିଦା ପାଇଁ ସେମାନଙ୍କର ଉନ୍ନତ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ।

ଏନେଇ ସଚିବ ଉଷା ପାଢ଼ୀ କହିଛନ୍ତି, ’’ଦକ୍ଷତା ବିକାଶରେ ଉତ୍କର୍ଷ ପାଇଁ ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ପ୍ରଶିକ୍ଷଣ ମଡ୍ୟୁଲ ଏବଂ ପ୍ରାକ୍ଟିକାଲ୍ ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଯାହା ଅନ୍ତର୍ଜାତୀୟ ମାନଦଣ୍ଡ ସହ ସମକକ୍ଷ ହେବା ସହିତ ବିଶ୍ୱ ବଜାରରେ କର୍ମଚାରୀଙ୍କ ନିଯୁକ୍ତି ସୁଯୋଗ ଏବଂ ବିଶ୍ୱସନୀୟତାକୁ ସୁଦୃଢ କରିବ ବୋଲି ଆଶା କରାଯାଏ ।’’

ଏହା ମଧ୍ୟ ପଢ଼ନ୍ତୁ..... 'ଭର୍ମିକମ୍ପୋଷ୍ଟ ଗୋଧନ କେନ୍ଦ୍ର’: ୫୯ ପଞ୍ଜୀକୃତ ଗୋଶାଳାକୁ ୮ କୋଟିରୁ ଅଧିକ ସହାୟତା

ଟାଟା ପାୱାର ସହିତ ସହଯୋଗ ଅତ୍ୟନ୍ତ ଦକ୍ଷ ପେସାଦାର ଉତ୍ପାଦନ ଦିଗରେ ଏକ ପଦକ୍ଷେପକୁ ସୂଚିତ କରୁଛି । ଡିଟିଇଟିର ନିର୍ଦ୍ଦେଶକ ରେଘୁ ଜି. ଏବଂ ଟାଟା ପାୱାରର ଟି ଆଣ୍ଡ ଡି ସଭାପତି ସଞ୍ଜୟ ବଙ୍ଗା ଆଜିର ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଅନ୍ୟପଟେ ଏହି ବୁଝାମଣା ଫଳରେ ନିଯୁକ୍ତି କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି । ଯାହା ଛାତ୍ରଛାତ୍ରୀମାନଙ୍କୁ ଶକ୍ତି କ୍ଷେତ୍ରରେ ବର୍ଦ୍ଧିତ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ପ୍ରଥମ ବର୍ଷରେ ଟାଟା ପାୱାର ଦକ୍ଷତା ବିକାଶ କେନ୍ଦ୍ର ନିକଟରେ ଥିବା ୨୦ଟି ସରକାରୀ ଆଇଟିଆଇରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା କରିଛି ।

ପରବର୍ତ୍ତୀ ବର୍ଷ ଗୁଡ଼ିକରେ ଅନ୍ୟ ଆଇଟିଆଇକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହି କାର୍ଯ୍ୟକ୍ରମ ସମ୍ପ୍ରସାରଣ କରାଯିବ । ଟାଟା ପାୱାର ଓଡ଼ିଶାର ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ସହ ପରାମର୍ଶ କରି ଏଭଳି ମଡ୍ୟୁଲ ପ୍ରସ୍ତୁତ କରିବ । ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ ଶିଳ୍ପ ପାଇଁ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯିବ । ଏହି ମଡ୍ୟୁଲ ଗୁଡ଼ିକ ଶକ୍ତି କ୍ଷେତ୍ରରେ ଆବଶ୍ୟକୀୟ ଦକ୍ଷତା ଏବଂ ଜ୍ଞାନକୁ ଅନ୍ତର୍ଭୁକ୍ତ କରେ । ବାସ୍ତବ ଦୁନିଆର ଅନୁଭୂତି ପ୍ରଦାନ କରିବା ପାଇଁ ଛାତ୍ରଛାତ୍ରୀମାନେ ଡିସ୍କମର ହ୍ୟାଣ୍ଡସ୍‌ ଅନ୍‌ ଟ୍ରେନିଂ ସେଣ୍ଟର ପରିଦର୍ଶନ କରିବେ । ଏହି ପ୍ରଦର୍ଶନ ସେମାନଙ୍କୁ ଦୈନନ୍ଦିନ କାର୍ଯ୍ୟକୁ ସୁରକ୍ଷିତ ଏବଂ ଦକ୍ଷତାର ସହ ସମ୍ପାଦନ କରିବାରେ ସାହାଯ୍ୟ କରିବ । ଏହା ବ୍ୟତୀତ ନେଟ୍‌ୱାର୍କ କଣ୍ଟ୍ରୋଲ ସେଣ୍ଟର, ସ୍ମାର୍ଟ ମିଟର ଲ୍ୟାବ ଏବଂ ୩୩/୧୧ କେଭି ସବ୍‌ ଷ୍ଟେସନ ପରିଦର୍ଶନ କରି ବିଦ୍ୟୁତ କ୍ଷେତ୍ରର ଉପକରଣ ସମ୍ପର୍କରେ ସେମାନଙ୍କ ଦକ୍ଷତା ବୃଦ୍ଧି କରିବାକୁ ଯୋଜନା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.