ETV Bharat / state

ଦେଢ ମାସର ଶିଶୁକନ୍ୟାକୁ ଧରି କୂଅକୁ ଡେଇଁଲା ମାଆ - ଦେଢ ମାସର ଶିଶୁକନ୍ୟାକୁ ଧରି କୂଅକୁ ଡେଇଁଲା ମାଆ

ପାରିବାରିକ କଳହର କରୁଣ ପରିଣତି । ଦେଢ ମାସର ଶିଶୁକନ୍ୟାକୁ ଧରି କୂଅକୁ ଡେଇଁଲା ମାଆ । ଅଧିକ ପଢନ୍ତୁ

ଦେଢ ମାସର ଶିଶୁକନ୍ୟାକୁ ଧରି କୂଅକୁ ଡେଇଁଲା ମାଆ

author img

By

Published : Apr 23, 2022, 8:07 PM IST

Updated : Apr 23, 2022, 9:26 PM IST

ଖୋର୍ଦ୍ଧା: ପାରିବାରିକ କଳହର କରୁଣ ପରିଣତି । ଦେଢ ମାସର ଶିଶୁକନ୍ୟାକୁ ଧରି କୂଅକୁ ଡେଇଁଲା ମାଆ । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ଟାଙ୍ଗୀ ବଳରାମପୁର ସାହିରେ । ଟାଙ୍ଗୀ ପ୍ରଧାନ ସାହିର ମାନସ ଦାସ ନାମକ ଜଣେ ଯୁବକ ତପସ୍ୱିନୀ ବେହେରା ନାମକ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ତାଙ୍କର ଏକ କନ୍ୟା ସନ୍ତାନ ଦେଢ ମାସ ତଳେ ଜନ୍ମ ହୋଇଥିଲା ।

ଦେଢ ମାସର ଶିଶୁକନ୍ୟାକୁ ଧରି କୂଅକୁ ଡେଇଁଲା ମାଆ

ଶିଶୁ କନ୍ୟାର ଅବସ୍ଥା ସଂଗୀନ ଥିବାରୁ କନ୍ୟାକୁ ଭୁବନେଶ୍ୱର ଏକ ମେଡିକାଲରେ ICU ରେ ରଖିଥିଲେ । ଗତ କିଛି ଦିନ ତଳେ ମେଡିକାଲରୁ ଡିସଚାର୍ଜ ହେବା ପରେ ଶିଶୁ କନ୍ୟା ସହ ତପସ୍ୱିନୀ ଟାଙ୍ଗୀ ବଳରାମପୁର ବାପଘରେ ରହି ଆସୁଥିଲେ । ତେବେ ଏନେଇ ତପସ୍ୱିନୀ ଏବଂ ମାନସଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାପରେ ତପସ୍ୱିନୀ ନିଜ ଦେଢ ମାସର ଛୁଆକୁ ଧରି ଘର ନିକଟରେ ଥିବା ଏକ ଖୋଲା ଗଭୀର କୂଅକୁ ଡେଇଁ ପଡିଥିଲେ ।

ମାତ୍ର ଝିଅକୁ କୂଅ ଭିତରେ ଟେକି ଧରି ଚିତ୍କାର କରିଥିଲେ । ସ୍ଥାନୀୟ ଲୋକେ ଏକ ବାଲଟି ପକାଇ ଶିଶୁ କନ୍ୟାକୁ କୁଅରୁ ଉଦ୍ଧାର କରିଥିଲେ ମଧ୍ୟ ମାଆକୁ ଉଦ୍ଧାର କରିବାରେ ବିଫଳ ହେବାରୁ ଟାଙ୍ଗୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଗଭୀର କୁଅରୁ ତପସ୍ୱିନୀକୁ ତୁରନ୍ତ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ଉଭୟ ମାଆ ଓ ଝିଅଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Apr 23, 2022, 9:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.