ETV Bharat / state

କ୍ରସରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିଲେ ଦୁର୍ବୃତ୍ତ

author img

By

Published : Jun 18, 2021, 9:41 AM IST

ଖୋର୍ଦ୍ଧା ଗୋଡିପଡାର ଏକ କ୍ରସରରୁ ଲକ୍ଷାଧିକ ଟଙ୍କା ଲୁଟ୍ ଅଭିଯୋଗ । ଅଧିକ ପଢନ୍ତୁ...

କ୍ରସରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିଲେ ଦୁର୍ବୃତ୍ତ
କ୍ରସରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଲକଡାଉନରେ ମାତିଲେ ଲୁଟେରା । କ୍ରସର ସିସିଟିଭିକୁ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ । ଖବର ପାଇ ପୋଲିସର ତଦନ୍ତର ଆରମ୍ଭ ।

ସୂଚନା ଅନୁଯାୟୀ ଜଙ୍କିଆ ଥାନା ଅନ୍ତର୍ଗତ ଗୋଡିପଡା ଠାରେ ଭିକାରୀ ସାମନ୍ତରାୟଙ୍କ କ୍ରସରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍ ହୋଇଛି । ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ଲୁଟେରାମାନେ କ୍ରସରରେ ପସି ସିସିଟିଭି କ୍ୟାମେରା ଭାଙ୍ଗି ଏସି, ଟ୍ରକ ବ୍ୟାଟ୍ରି , ଦୁଇଟି ଟିଭି, ଦୁଇଟି ଗ୍ୟାସ ସିଲିଣ୍ଡର, ଫ୍ୟାନ ଆଦି ଲୁଟିନେଇଥିବା ଜଙ୍କିଆ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ଜଙ୍କିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲୁଟେରାମାନେ ସିସିଟିଭିର ହାର୍ଡଡିସ୍କକୁ ମଧ୍ୟ ଲୁଟିନେଇଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.