ETV Bharat / state

ସମବାୟ ବ୍ୟାଙ୍କରେ ଦେଢ କୋଟି ଟଙ୍କାର ଠକେଇ, EOW କାର୍ଯ୍ୟାଳୟ ଘେରିବାକୁ ଚେତାବନୀ

author img

By

Published : Jul 14, 2022, 5:40 PM IST

Updated : Jul 15, 2022, 10:01 AM IST

ଖୋର୍ଦ୍ଧା ସମବାୟ ବ୍ୟାଙ୍କରେ ଦେଢ କୋଟି ଟଙ୍କାର ଠକେଇ । EOW କାର୍ଯ୍ୟାଳୟ ଘେରିବାକୁ ଜମାକାରୀଙ୍କ ଚେତାବନୀ । ଅଧିକ ପଢନ୍ତୁ

ସମବାୟ ବ୍ୟାଙ୍କରେ ଦେଢି କୋଟି ଟଙ୍କାର ଠକେଇ, EOW କାର୍ଯ୍ୟାଳୟ ଘେରିବାକୁ ଚେତାବନୀ
ସମବାୟ ବ୍ୟାଙ୍କରେ ଦେଢ କୋଟି ଟଙ୍କାର ଠକେଇ, EOW କାର୍ଯ୍ୟାଳୟ ଘେରିବାକୁ ଚେତାବନୀ

ଖୋର୍ଦ୍ଧା: ସମବାୟ ବ୍ୟାଙ୍କରେ ଟଙ୍କା ରଖି ଠକେଇର ଶିକାର ଜମାକାରୀ । ଦେଢ କୋଟି ଟଙ୍କା ଜମା କରି ଠକେଇର ଶିକାର ହେବା ପରେ EOW ନିକଟରେ ଅଭିଯୋଗ କରିଥିଲେ । ମାତ୍ର କ୍ରାଇମବ୍ରାଞ୍ଚର EOW ଚୁପ ରହିଥିବାରୁ ଜମାକାରୀ କାର୍ଯ୍ୟାଳୟ ଘେରିବାକୁ ଚେତାବନୀ ଦେଇଛନ୍ତି । EOW ଚୁପ୍‌ ରହିଥିବାରୁ ତଦନ୍ତ ଆଳରେ ଦୋଷୀଙ୍କୁ ଖସାଇ ଦେବାକୁ ଯୋଜନା ହେଉଥିବା ଅଭିଯୋଗ ଆଣିଛନ୍ତି ଶତାଧିକ ଜମାକାରୀ ।

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ରାଉତପଡା ସମ୍ପ୍ରସାରିତ ଶାଖାରେ ଏଭଳି ଠକେଇ ହୋଇଛି । ଶାଖାରେ ଜମାକାରୀଙ୍କ ଟଙ୍କା ଠକେଇ ହୋଇଥିବା ଜଣାପଡିବା ପରେ ବ୍ୟାଙ୍କ ପକ୍ଷରୁ ତଦନ୍ତ କରାଯାଇ ଏହି ଠକେଇରେ ସମ୍ପୃକ୍ତ ଥିବା ତିନି କର୍ମଚାରୀଙ୍କ ବିରୁଦ୍ଧରେ କ୍ରାଇମବ୍ରାଞ୍ଚର EOW ଏବଂ ବେଗୁନିଆ ଥାନାରେ ଅଭିଯୋଗ କରିଥିଲେ ବ୍ୟାଙ୍କ CEO । କିନ୍ତୁ ଅଭିଯୋଗ ସତ୍ତ୍ବେ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଓ ଘଟଣାର ତଦନ୍ତ ନହେବା ଜମାକାରୀଙ୍କୁ ଚିନ୍ତାରେ ପକାଇଛି ।

ତୁରନ୍ତ ଜମାଅର୍ଥ ଫେରସ୍ତ ଓ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେଲେ EOW କାର୍ଯ୍ୟଳୟ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ଜମାକାରୀ । ପରଘରେ କାମ କରି ଓ ନିଜ ଭତା ଟଙ୍କାକୁ ସୁରକ୍ଷିତ ଭାବି ବ୍ୟାଙ୍କରେ ଜମା କରିଥିଲେ କିନ୍ତୁ ତାହା ଚାଲିଯିବା ପରେ ଚିନ୍ତାରେ ଶହ ଶହ ଜମାକାରୀ । ସେହିଭଳି ଅନେକ ଜମାକାରୀ ରାଉତପଡ଼ା ସମବାୟ ବ୍ୟାଙ୍କରେ ଟଙ୍କା ଜମାକରି ଠକାମିର ଶିକାର ହୋଇଥିବା ବେଳେ ଟଙ୍କା କିପରି ଫେରି ପାଇବେ ସେଇ ଚିନ୍ତାରେ ଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Jul 15, 2022, 10:01 AM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.