ETV Bharat / state

ରମାଦେବୀ ବିଶ୍ଵବିଦ୍ୟାଳୟ ଆସୁଛନ୍ତି ରାଷ୍ଟ୍ରପତି, ଜାଣନ୍ତୁ କେତେ ହେବ ଖର୍ଚ୍ଚ - ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଖର୍ଚ୍ଚ

ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରମାଦେବୀ ବିଶ୍ଵବିଦ୍ୟାଳୟ ଦ୍ବିତୀୟ ସମାବର୍ତ୍ତନ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି । ଅଧିକ ପଢନ୍ତୁ

ରମାଦେବୀ ବିଶ୍ଵବିଦ୍ୟାଳୟ ଆସୁଛନ୍ତି ରାଷ୍ଟ୍ରପତି, ଜାଣନ୍ତୁ କେତେ ହେବ ଖର୍ଚ୍ଚ
president visit to ramadevi university
author img

By

Published : Feb 6, 2023, 1:38 PM IST

ଭୁବନେଶ୍ବର: ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚଳିତ ମାସ 10 ଓ 11 ତାରିଖରେ ଓଡିଶା ଆସିବେ ରାଷ୍ଟ୍ରପତି । ରମାଦେବୀ ବିଶ୍ଵବିଦ୍ୟାଳୟ ଦ୍ବିତୀୟ ସମାବର୍ତ୍ତନ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି । ଏନେଇ ସମସ୍ତ ପ୍ରସ୍ତୁତି ଚାଲିଛି । ତେବେ ରମାଦେବୀ ବିଶ୍ଵବିଦ୍ୟାଳୟକୁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଜାଣନ୍ତୁ କେତେ ଟଙ୍କା ଖର୍ଚ୍ଚ ହେବ।

ରମାଦେବୀ ବିଶ୍ଵବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ ହୋଇଛି । ରାଷ୍ଟ୍ରପତି ଆସିବା ପୂର୍ବରୁ ରମାଦେବୀ ପ୍ରେକ୍ଷାଳୟ ଉଦଘାଟନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ତେବେ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କେତେ ଟଙ୍କା ଖର୍ଚ୍ଚ ହେବ ସେ ନେଇ ଏକ ସୂଚୀ ଆସିଛି । ରାଜ୍ୟ ସରକାରଙ୍କ ଭାଗିଦାରୀରେ ରାଜ୍ୟର ପ୍ରଥମ ମହିଳା ବିଶ୍ବବିଦ୍ୟାଳୟରେ ଅନେକ ବିକାଶ କାର୍ଯ୍ୟ ଆଗେଇବାରେ ଲାଗିଛି ।

ରମାଦେବୀ ବିଶ୍ଵବିଦ୍ୟାଳୟର ଭିତ୍ତିଭୂମି ସଜାଡିବାରେ ଲାଗିଛନ୍ତି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ । ସ୍ବାଧୀନତା ସଂଗ୍ରାମୀ ରମାଦେବୀଙ୍କ ନାମରେ ଏକ ଅଡିଟୋରିୟମ ରମାଦେବୀ ବିଶ୍ବବିଦ୍ୟାଳୟ ପରିସର ମଧ୍ୟରେ ଉଦଘାଟନ ଅପେକ୍ଷାରେ ରହିଛି । ଆସନ୍ତାକାଲି (ଶୁକ୍ରବାର) ରମାଦେବୀ ଅଡିଟୋରିୟମ ଉଦଘାଟନ ହେବାର ଯୋଜନା ରହିଛି । ଏହି ଅଡିଟୋରିୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ।

ଏହା ବି ପଢନ୍ତୁ...SC gets 5 new judges: ଶପଥ ନେଲେ 5 ନୂଆ ବିଚାରପତି

ଏହି ରମାଦେବୀ ଅଡିଟୋରିୟମଟି ପ୍ରାୟ 17 କୋଟି ଟଙ୍କା ବ୍ୟୟ ଅଟକଳରେ କରାଯାଇଛି । ଅଡିଟୋରିୟମରେ 1000 ସିଟ କ୍ଷମତାରେ ଛାତ୍ରୀମାନଙ୍କୁ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ 10 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

ଅନ୍ୟପଟେ ଆସନ୍ତା ୧୦ ତାରିଖ ଦିନ ମହାମହିମ ରାଷ୍ଟ୍ରପତି ରମାଦେବୀ ବିଶ୍ଵବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଏହାକୁ ନେଇ ବିଶ୍ଵବିଦ୍ୟାଳୟ ଏବେ ଚଳଚଞ୍ଚଳ । ଛାତ୍ରୀଙ୍କ ଠାରୁ ଆରମ୍ଭ କରି କୁଳପତିଙ୍କ ପର୍ଯ୍ୟନ୍ତ ସମସ୍ତେ ଏକାଗ୍ରତା ଭାବରେ କାମ କରୁଛନ୍ତି । କିଭଳି ଭାବରେ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିବେ ସେନେଇ ଜୋରଦାର ପ୍ରସ୍ତୁତି ଚାଲିଛି ।

ଯେହେତୁ ରାଷ୍ଟ୍ରପତି ନିଜେ ଏହି ରମାଦେବୀ ବିଶ୍ଵବିଦ୍ୟାଳୟରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ପାଠ ପଢ଼ୁଥିଲେ । ତେଣୁ କଲେଜ ପଢୁଥିବା ସମୟର ସାଙ୍ଗମାନଙ୍କ ସହ ଏକାଠି ହେବେ । ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ 78 ଲକ୍ଷ 20 ହଜାର ଖର୍ଚ୍ଚ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯାହା କଲେଜ ଫଣ୍ଡରୁ ଖର୍ଚ୍ଚ କରାଯିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.