ETV Bharat / state

ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ, ମୋକିମ ଓ ଚିରଞ୍ଜୀବ କଂଗ୍ରେସରୁ ନିଲମ୍ବିତ - ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ

କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ଦଳ ବିରୋଧରେ କାର୍ଯ୍ୟକ୍ରମ କରିଥିବାରୁ ଉଭୟଙ୍କୁ ଦଳରୁ ନିଲମ୍ବନ କଲା ଏଆଇସିସି । ଅଧିକ ପଢ଼ନ୍ତୁ

ମୋକିମ ଓ ଚିରଞ୍ଜୀବ କଂଗ୍ରେସରୁ ନିଲମ୍ବିତ
ମୋକିମ ଓ ଚିରଞ୍ଜୀବ କଂଗ୍ରେସରୁ ନିଲମ୍ବିତ
author img

By

Published : Jul 15, 2023, 3:41 PM IST

Updated : Jul 15, 2023, 4:17 PM IST

ଭୁବନେଶ୍ବର: ଦଳ ବିରୋଧୀ କାର୍ଯ୍ୟ ପଡ଼ିଲା ମହଙ୍ଗା । ଶେଷରେ କାର୍ଯ୍ୟାନୁଷ୍ଠାନର ସମ୍ନା କଲେ କଂଗ୍ରେସର ଦୁଇ ବରିଷ୍ଠ ନେତା । ଦଳରୁ ନିଲମ୍ବିତ ହୋଇଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ । କାର୍ଯ୍ୟାନୁଷ୍ଠାନ ନେଇଛନ୍ତି AICCର ଶୃଙ୍ଖଳା କାର୍ଯ୍ୟାନୁଷ୍ଠାନ କମିଟି (DAC) । ଦଳ ବିରୋଧୀ କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏନେଇ AICC ନିକଟରେ ଅଭିଯୋଗ କରିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ ।

ମୋକିମ ଓ ଚିରଞ୍ଜୀବ କଂଗ୍ରେସରୁ ନିଲମ୍ବିତ
ମୋକିମ ଓ ଚିରଞ୍ଜୀବ କଂଗ୍ରେସରୁ ନିଲମ୍ବିତ

ମହମ୍ମଦ ମୋକିମ ହେଉଛନ୍ତି କଟକ ବାରବାଟୀର ବିଧାୟକ । ସେହିପରି ଚିରଞ୍ଜୀବ ବିଶ୍ବାଳ ହେଉଛନ୍ତି କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ଜଗତସିଂହପୁର ବିଧାୟକ । ଦଳୀୟ ଅନୁଶାସନ ଉଲ୍ଲଙ୍ଘନ ଅଭିଯୋଗରେ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳ ଓ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ଏଆଇସିସି । ଗତ ମେ ମାସରେ ଜୟଦେବ ଭବନରେ ଏକ ଅଣରାଜନୈତିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ମହମ୍ମଦ ମୋକିମ । କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଚିରଞ୍ଜୀବ । ଏହା ଦଳୀୟ ଅନୁଶାସନକୁ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରି ଚିରଞ୍ଜୀବ ବିଶ୍ବାଳ ଓ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା ଅଖିଳ ଭାରତ କଂଗ୍ରେସ କମିଟି । ୧୫ ଦିନ ମଧ୍ୟରେ ନୋଟିସର ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଶୃଙ୍ଖଳା କମିଟି ଅଭିଯୋଗ ଆଧାରରେ ଏଆଇସିସି ପକ୍ଷରୁ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଉତ୍ତର ସନ୍ତୋଷଜନକ ନହେବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ ଦର୍ଶାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଚିରଞ୍ଜୀବ ଓ ମୋକିମକୁ AICCର କାରଣ ଦର୍ଶାଅ ନୋଟିସ, ଶରତ କହିଲେ ବିଶୃଙ୍ଖଳା କଲେ କାର୍ଯ୍ୟାନୁଷ୍ଠାନ

ଝାରସୁଗୁଡା ଉପନିର୍ବାଚନ ପୂର୍ବରୁ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଦ୍ବାରା 'ଜାନକୀ-ବସନ୍ତଙ୍କ ଯୋଡି ରାଜ୍ୟ କଂଗ୍ରେସର ସୁବର୍ଣ୍ଣ ଯୁଗ' ଶୀର୍ଷକ ନେଇ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୋକିମ ଓ ଚିରଞ୍ଜୀବଙ୍କ ବୟାନକୁ ନେଇ ବିବାଦ ହୋଇଥିଲା । ଏଠାରେ ପିସିସି ସଭାପତିଙ୍କୁ ଟାର୍ଗେଟ କରି ଚିରଞ୍ଜୀବ ବିଶ୍ବାଳ କହିଥିଲେ, "ଯିଏ ପିସିସି ସଭାପତି ହେଉଛି, ସେ ଆଉ କାହାକୁ ପଚାରୁନି । ଆଗାମୀ ୨୦୨୪ ନିର୍ବାଚନରେ ୧୪୭ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଦେଇ ପାରିବ କି ନାହିଁ ସନ୍ଦେହ । ଏବେ ଆମ ଦଳରେ ୯ ଜଣ ବିଧାୟକ ଥିବାବେଳେ ୨୦ ମୁଖ୍ୟମନ୍ତ୍ରୀ ଆଶାୟୀ ପ୍ରାର୍ଥୀ ।" ସମାନ ଭାବରେ କଂଗ୍ରେସର ଶୀର୍ଷ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ ମହମ୍ମଦ ମୋକିମ । ସେ କହିଥିଲେ, "ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ବାଳଙ୍କ ଆଦର୍ଶରୁ ଅନେକ କିଛି ଶିଖିବାର ଅଛି । କାହାକୁ ଅଣଦେଖା ନକରି, ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିଲେ ଦଳ ଉଠି ପାରିବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 15, 2023, 4:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.