ETV Bharat / state

କ୍ୟାପିଟାଲ ହସ୍ପିଟାଲରେ ମଡ୍ୟୁଲାର ଓଟି କାର୍ଯ୍ୟକ୍ଷମ, ପ୍ରଥମ ଦିନରେ ୧୦ଜଣଙ୍କ ଅସ୍ତ୍ରୋପଚାର

author img

By ETV Bharat Odisha Team

Published : Nov 28, 2023, 6:27 PM IST

କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ମଡ୍ୟୁଲାର ଓଟି । ପ୍ରଥମ ଦିନରେ ୧୦ଜଣଙ୍କ ହେଲା ଅସ୍ତ୍ରୋପଚାର । ଅଧିକ ପଢନ୍ତୁ

Modular operation Theatre complex
Modular operation Theatre complex

ପ୍ରଥମ ଦିନରେ ୧୦ଜଣଙ୍କ ଅସ୍ତ୍ରୋପଚାର

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ମଡ୍ୟୁଲାର ଓଟି । ପ୍ରଥମ ଦିନରେ ୧୦ ଜଣ ରୋଗୀଙ୍କ ହେଲା ଅସ୍ତ୍ରୋପଚାର । ଏହି ଓଟି ମଧ୍ୟରେ ଅନେକ ଜଟିଳ ଅସ୍ତ୍ରୋପଚାର କରାଯିବ । ଯାହା ଫଳରେ କ୍ୟାପିଟାଲ ହସ୍ପିଟାଲ ଆସୁଥିବା ରୋଗୀମାନଙ୍କୁ ଆଉ ଅନ୍ୟ ହସ୍ପିଟାଲକୁ ରେଫର କରାଯିବ ନାହିଁ । ଏହି ମଡ୍ୟୁଲାର ଓଟି ରାଜ୍ୟର ପ୍ରଥମ ସରକାରୀ ହସ୍ପିଟାଲରେ ଆରମ୍ଭ ହୋଉଛି । ରାଜ୍ୟ ସରକାର ତ୍ଵରିତ ସ୍ବାସ୍ଥ୍ୟ ସେବା ଦିଗରେ ଅନ୍ୟ ଏକ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ।

ଏହି ସୁବିଧା ଆରମ୍ଭର ପ୍ରଥମ ଦିନରେ ୧୦ ଜଣ ରୋଗୀଙ୍କ ହୋଇଛି ଅସ୍ତ୍ରୋପଚାର । ଏହି ଓଟି ମଧ୍ୟରେ ଅନେକ ଜଟିଳ ଅସ୍ତ୍ରୋପଚାର କରାଯିବ । ଯାହା ଫଳରେ ଆସୁଥିବା ରୋଗୀମାନଙ୍କୁ ଆଉ ଅନ୍ୟ ହସ୍ପିଟାଲକୁ ରେଫର୍‌ କରାଯିବ ନାହିଁ । ଏଠାରେ ସମସ୍ତ ଛୋଟ ବଡ଼ ଅସ୍ତ୍ରୋପଚାର କରାଯିବ । ଏହାଦ୍ବାରା ରୋଗୀମାନେ ମଧ୍ୟ ଭଲ ସୁବିଧା ପାଇପାରିବେ । ରାଜ୍ୟର ପ୍ରଥମ ସରକାରୀ ହସ୍ପିଟାଲରେ କରାଯାଉଥିବା ଏହି ମଡ୍ୟୁଲାର ଓଟି ଏବେ ରୋଗୀଙ୍କ ପାଇଁ କାର୍ଯ୍ୟକ୍ଷମ ହୋଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ରୋଗୀମାନେ ଆଜି ଏହି ଅତ୍ୟାଧୁନିକ ଓଟିରେ ଅପରେସନ ହୋଇଛନ୍ତି ।

ଏହା ବି ପଢନ୍ତୁ- ବଦଳିବ କ୍ୟାପିଟାଲ ହସ୍ପିଟାଲ ଠିକଣା; ପଟିଆକୁ ହେବ ସ୍ଥାନାନ୍ତର

ସୂଚନା ଅନୁଯାୟୀ, ଏହା ସହ କ୍ୟାପିଟାଲ ହସ୍ପିଟାଲରେ ଅତ୍ୟାଧୁନିକ ଓଟି ପାଇଁ ଖର୍ଚ୍ଚ ହୋଇଛି ୧୬.୭୬ କୋଟି ଟଙ୍କା । ରାଜ୍ୟ ସରକାର ୧୫.୩୪ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ବିମାନବନ୍ଦର ପ୍ରାଧିକରଣ ଔଦଗୀୟ ସାମାଜିକ କର୍ତ୍ତବ୍ୟ ପାଣ୍ଠିରୁ ୧.୪୨ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହା ସମ୍ପୂର୍ଣ୍ଣ ଭାବରେ କୋରିଆନ ସିଟରେ ନିର୍ମିତ ହୋଇଛି । ଏଥିରେ ସମସ୍ତ ସରଞ୍ଜାମ ଅତ୍ୟାଧୁନିକ । ଅସ୍ତ୍ରୋପଚାର ସମୟରେ ବା ପରେ ଯେଉଁଭଳି ଭାବରେ ରୁମ୍‌ରେ ବ୍ୟାକ୍ଟେରିଆ ରହିବେ ନାହିଁ ସେନେଇ ମଧ୍ୟ ଅତ୍ୟାଧୁନିକ ମେସିନ ରହିଛି ।

ଏହା ବି ପଢନ୍ତୁ- କ୍ୟାପିଟାଲ ହସ୍ପିଟାଲରେ ମିଳିବ ଅତ୍ୟାଧୁନିକ ସେବା, ଲାଗିବ ମଡ୍ୟୁଲାର ICU

ରୁମର ଅଟୋମେଟିକ୍ ଟେମ୍ପ୍ରେଚର ପରିବର୍ତ୍ତନର ବ୍ୟବସ୍ଥା ରହିଛି । ଏହାରି ମଧ୍ୟରେ କ୍ୟାମେରା ଦ୍ଵାରା ଏଲିଡି ସହିତ ସଂଯୋଗ କରାଯାଇଛି । ଏହା ସତ୍ତ୍ବେ ବି ସମସ୍ତ କାର୍ଯ୍ୟ ସ୍କାନରରେ ପରିଚାଳିତ ହେବ । ତେବେ ଏନେଇ ସମସ୍ତ ପ୍ୟାନେଲ କୋରିଆରୁ ଆସିଛି । କଣ୍ଟ୍ରୋଲ ପ୍ୟାନେଲ ୟୁକେରୁ ଆସିଛି । ଯାହା ଦେଖିବାକୁ ବହୁତ ସୁନ୍ଦର ଏବଂ ବହୁତ ଅତ୍ୟାଧୁନିକ ବୋଲି ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.