ETV Bharat / state

କ୍ୟାପିଟାଲ ହସ୍ପିଟାଲରେ ମିଳିବ ଅତ୍ୟାଧୁନିକ ସେବା, ଲାଗିବ ମଡ୍ୟୁଲାର ICU

ଅତ୍ୟାଧୁନିକ ମେଡିକାଲ ସେବା ଯୋଗାଇବ କ୍ୟାପିଟାଲ ହସ୍ପିଟାଲ । ଏନେଇ ଖୁବଶୀଘ୍ର ହସ୍ପିଟାଲରେ ମିଳିବ ମଡ୍ୟୁଲାର ICUର ସୁବିଧା । ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 26, 2023, 7:20 AM IST

କ୍ୟାପିଟାଲ ହସ୍ପିଟାଲରେ ମିଳିବ ଅତ୍ୟାଧୁନିକ ସେବା

ଭୁବନେଶ୍ବର: ଅତ୍ୟାଧୁନିକ ମେଡିକାଲ ସେବା ଯୋଗାଇବ କ୍ୟାପିଟାଲ ହସ୍ପିଟାଲ । ଏନେଇ ଖୁବଶୀଘ୍ର ହସ୍ପିଟାଲରେ ମିଳିବ ମଡ୍ୟୁଲାର ICUର ସୁବିଧା । ଏଥିପାଇଁ ଆରମ୍ଭ ହେବ ଆଇସିୟୁର କାମ । ସେପଟେ ଟେଣ୍ଡର ପ୍ରକ୍ରିୟା ସରିଥିବା ନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ।

ତେବେ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ବଡ଼ବଡ଼ କର୍ପୋରେଟ ହସ୍ପିଟାଲ ଭଳି ସୁବିଧା ମିଳିବ । କାରଣ ଅତ୍ୟାଧୁନିକ ମେସିନ ଜରିଆରେ ମିଳିବ ରୋଗୀସେବା । ଏହି କ୍ରମରେ କ୍ୟାପିଟାଲ ହସ୍ପିଟାଲରେ ଲଗାଯାଉଛି ମଡ୍ୟୁଲାର ଆଇସିୟୁ । ଅର୍ଥାତ ମାନୁଆଲ ଆଇସିୟୁ ଠାରୁ ଏହା ଉନ୍ନତ ମାନର ଓ ଅତ୍ୟାଧୁନିକ ଢାଞ୍ଚାର ହେବ । ଯେଉଁଥିରେ ସହଜରେ ସ୍ବଚ୍ଛତା ସହ ଜୀବାଣୁ ମୁକ୍ତ ଏବଂ ହାଇଜେନିକ ରୋଗୀ ସେବା ମିଳିବ । ଆଇସିୟୁ ଏକ ଏପରି ସ୍ଥାନ ଯେଉଁଠି ଏୟାର ମଧ୍ୟ କ୍ଲିନ ରହିଥାଏ । ଯାହାଦ୍ବାରା କୌଣସି ସଂକ୍ରମଣ ବା ଇନଫେକସନ ହେବାର ଭୟ ନଥାଏ । ତେଣୁ ପୂର୍ବରୁ ଥିବା ଆଇସିୟୁ ମାନୁଆଲ ରହିଥିଲା । କିନ୍ତୁ ଏବେ ନୂଆ ମେସିନ ବା ଆଇସିୟୁ ମଡ୍ୟୁଲାର ହେବା ଦ୍ବାରା ଅଧିକ ସ୍ବଚ୍ଛତା ଓ ଟେକ୍ନୋଲୋଜି ସୁବିଧା ମିଳିବ ।

ଏବେ ରୋଗୀଙ୍କ ପାଖରେ ସହଜରେ ସମସ୍ତ ପ୍ରକାର ମେସିନ ରହିବ । ରୋଗୀକୁ ଗୋଟିଏ ସ୍ଥାନରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡିବ ନାହିଁ । ଏପରିକି ଆଇସିୟୁ ଭିତରେ ପଲ୍ୟୁଟେଡ ଏୟାର ବାହାରିଯିବାର ସୁବିଧା ମଧ୍ୟ ରହିବ । ସମସ୍ତ ପ୍ରକାର ଟେଷ୍ଟି ପାଇଁ ଯେପରି ମାନୁଆଲ ମୋଡରେ ଅନ୍ୟତ୍ର ଯିବା ଆସିବା ରହୁଥିଲା ମଡ୍ୟୁଲାର ଆଇସିୟୁରେ ତାହା ରୋଗୀ ତଥା ଡାକ୍ତର ଏବଂ ନର୍ସଙ୍କ ହାତ ପାହାନ୍ତାରେ ସବୁକିଛି ସୁବିଧା ରହିବ । ସାଧାରଣ ଟେଷ୍ଟ ପାଇଁ ଆବଶ୍ୟକିୟ କିଟ୍ ବା ମେସିନ ଉପଲବ୍ଧ ରହିବ । ରୋଗୀମାନଙ୍କୁ ବିଭିନ୍ନ କର୍ପୋରେଟ ହସ୍ପିଟାଲ ଢାଞ୍ଚାରେ ମଧ୍ୟ ସୁବିଧା ସୁଯୋଗ ମିଳିପାରିବ ।

ଏହା ମଧ୍ୟ ପଢ଼ନ୍ତୁ.........କ୍ୟାପିଟାଲ ହସ୍ପିଟାଲରୁ ଟେଷ୍ଟିଂ ମେସିନ୍‌ ଚୋରି ଘଟଣା: 5 ଚୋରଙ୍କୁ ଧରିଲା ପୋଲିସ

ତେବେ ସବୁଠୁ ସୁବିଧା ହେଉଛି ଅନେକ ସମୟରେ ‌ରୋଗୀ ଆଇସିୟୁରେ ରହିବା ସମୟରେ ପାଖରେ‌ ଆଟେଣ୍ଡାଣ୍ଟ ଯିବାକୁ ଅନୁମତି ନଥାଏ । ରୋଗୀର ସେବା ପାଇଁ ହସ୍ପିଟାଲ କର୍ମଚାରୀ ରହିଥାନ୍ତି । ଯାହାକି ଅନେକ ସମୟରେ ଡ୍ୟୁଟିରେ ଥିବା କର୍ମଚାରୀ ପାଇଁ ଏକକାଳୀନ ୫ରୁ ୬ରୋଗୀଙ୍କ ଆବଶ୍ୟକତା ମୁତାବକ ସମସ୍ତ ସୁବିଧା ଯୋଗାଇବା ସମ୍ଭବ ପର ହୋଇନଥାଏ । ତେବେ ମଡ୍ୟୁଲାରରେ ଏପରି ସୁବିଧା ରହିବ ଯାହାଦ୍ବାର ରୋଗୀ ଟିଏ ନିଜେ ଯଦି ଚଳପ୍ରଚଳ ଅବସ୍ଥାରେ ଥିବ ତେବେ ନିଜେ ମଧ୍ୟ ନିଜର ଅନେକ କାମ କରିପାରିବ । ମଡ୍ୟୁଲାର ସିଷ୍ଟମରେ ସବୁକିଛି ସୁବିଧା ହାତ ପାହାନ୍ତାରେ ମିଳିବ । ତେଣୁ ମଡ୍ୟୁଲାର ଆଇସିୟୁ କ୍ୟାପିଟାଲ ହସ୍ପିଟାଲରେ ଲାଗିବା ପାଇଁ ସବୁ କାମ ଖୁବଶୀଘ୍ର ଆରମ୍ଭ ହେବ । ଏନେଇ ଟେଣ୍ଡର ପ୍ରକ୍ରିୟା ବା ଡିଜାଇନ୍ ପାଇଁ ନିଷ୍ପତି ନିଆସରିଛି । ଶୀଘ୍ର କାମ ସରିଲେ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଯୋଜନା ରହିଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.