ETV Bharat / state

ଭାରତକୁ ବିଶ୍ୱଗୁରୁଭାବେ ଗଢ଼ି ତୋଳିବା ପାଇଁ ପ୍ରଧାନମନ୍ତ୍ରୀ ସଂକଳ୍ପବଦ୍ଧ: ମନମୋହନ - BJP

Mann Ki Baat: ବିଜେପି ପାର୍ଟି ଅଫିସରେ ମୋଦିଙ୍କ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ । “ସବକା ସାଥ ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ”କୁ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ । ଅଧିକ ପଢ଼ନ୍ତୁ

ଭାରତକୁ ବିଶ୍ୱଗୁରୁଭାବେ ଗଢ଼ି ତୋଳିବା ପାଇଁ ପ୍ରଧାନମନ୍ତ୍ରୀ ସଂକଳ୍ପବଦ୍ଧ : ମନମୋହନ

author img

By ETV Bharat Odisha Team

Published : Dec 31, 2023, 10:56 PM IST

ଭାରତକୁ ବିଶ୍ୱଗୁରୁଭାବେ ଗଢ଼ି ତୋଳିବା ପାଇଁ ପ୍ରଧାନମନ୍ତ୍ରୀ ସଂକଳ୍ପବଦ୍ଧ : ମନମୋହନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୮ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମକୁ ରାଜ୍ୟ କାର୍ଯ୍ୟାଳୟରେ ଶୁଣିଲେ ରାଜ୍ୟ ସଭାପତିଙ୍କ ସମେତ ବିଜେପିର କାର୍ଯ୍ୟକର୍ତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ମାସର ଶେଷ ରବିବାର ଦିନ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ମନର କଥା କହିଥାନ୍ତି । ୨୦୧୪ ମସିହାରେ ମୋଦିଜୀ ପ୍ରଥମଥର ପାଇଁ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ମୋଦି ଯେଉଁଭଳି ଭାବେ ସାଧାରଣ ଦେଶବାସୀଙ୍କ ମନର କଥାକୁ ବାଖ୍ୟା କରୁଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ବିଜେପି କହିଛି ।

ଦେଶବାସୀ ଆଜି ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ଅପେକ୍ଷା କରିଥାଆନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା, ଜିଲ୍ଲା ପ୍ରତିନିଧି ନିଜ ନିଜ ଅଞ୍ଚଳରେ ପ୍ରଧାନମନ୍ତ୍ରୀଙ୍କ ୧୦୮ତମ “ମନ୍ କି ବାତ୍‌” କାର୍ଯ୍ୟକ୍ରମ ଶୁଣିଛନ୍ତି । ଭାରତ ବର୍ଷକୁ ବିଶ୍ୱଗୁରୁ ଭାବେ ଗଢ଼ି ତୋଳିବା ପାଇଁ ପ୍ରଧାନମନ୍ତ୍ରୀ ସଂକଳ୍ପବଦ୍ଧ ଏବଂ ଏଥି ପାଇଁ “ସବକା ସାଥ ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ”କୁ ଗୁରୁତ୍ୱ ଦେଇ ଆସୁଛନ୍ତି । ମୋଦି “ମନ୍ କି ବାତ୍‌”ରେ ମାନସିକ ସ୍ୱାସ୍ଥ୍ୟ ଓ ଏଆଇ ଟୁଲ ଉପରେ ଗୁରୁତ୍ୱାରୋପ କରିଛନ୍ତି । ମୋଦି ‘ଫିଟ୍ ଇଣ୍ଡିଆ ଆନ୍ଦୋଳନ’ ପ୍ରତି ପ୍ରଶଂସା କରିବା ସହ ଶାରୀରିକ ସାମର୍ଥ୍ୟ ସହ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ ।

‘ଏଆଇ ଟୁଲସ୍‌’ ବା ‘ଆର୍ଟିଫିସିଆଲ ଇେଣ୍ଟଲିଜେନ୍ସ’ର ଗୁରୁତ୍ୱ ଦର୍ଶାଇ ମୋଦି କହିଛନ୍ତି,"ପ୍ରଯୁକ୍ତିବିଦ୍ୟା ସମାଜର ବିଭିନ୍ନ କ୍ଷେତ୍ରରେ ସୁବିଧା କରିଛି । ଅଦାଲତ ଓ ଶିକ୍ଷା ସମେତ ଅନେକ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଖୁବ ସହାୟକ ହେବ ।" ସେ ଯୁବ ବର୍ଗଙ୍କୁ ଅନୁରୋଧ କରିଛନ୍ତି ‘ଏଆଇ ଟୁଲ’ ସମ୍ବନ୍ଧୀୟ ‘ରିଅଲ୍‌–ଟାଇମ୍‌’ ଅନୁବାଦ କରି ଶତ ପ୍ରତିଶତ ପ୍ରମାଣ ସିଦ୍ଧ କରନ୍ତୁ ବୋଲି କହିଥିଲେ । ସେହିପରି ‘ଇସ୍ରୋ’ର ଚନ୍ଦ୍ରଯାନର ସଫଳତା କଥା କହିଥିଲେ ଓ ଚଳିତ ବର୍ଷ କ୍ରୀଡାବିତ୍‌ମାନେ ଏସୀୟ କ୍ରୀଡାରେ ୧୦୭ଟି ପଦକ ଓ ଏସୀୟ ପାରା କ୍ରୀଡ଼ାରେ ୧୧୧ଟି ପଦକ ହାସଲ କରିଛନ୍ତି । ୨୦୨୪ରେ ପ୍ୟାରିସ ଅଲିମ୍ପିକ ଆୟୋଜନ ହେବ । ଦେଶବାସୀ ଖେଳାଳିମାନଙ୍କୁ ଉତ୍ସାହ କରନ୍ତୁ ବୋଲି ‘ମନ କି ବାତ୍‌’ରେ ମୋଦି କହିଛନ୍ତି ।"

ଏହା ମଧ୍ୟ ପଢନ୍ତୁ .....ବର୍ଷର ଶେଷ ମନ୍ କି ବାତ୍ କାର୍ଯ୍ୟକ୍ରମ; ଭାରତ ଉଦ୍ଭାବନର ହବ୍ ପାଲଟିଛି କହିଲେ ମୋଦି

ମୋଦି ଆହୁରି ମଧ୍ୟ “ମନ କି ବାତ୍‌”ରେ କହିଛନ୍ତି ଯେ ଆଗାମୀ ଜାନୁୟାରୀ ୨୨ରେ ହେବାକୁ ଥିବା ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ମିଳିଥିବା କବିତା, ଗଦ୍ୟ ଓ ଅନ୍ୟାନ୍ୟ ସର୍ଜନାତ୍ମକ ଉପାଦାନକୁ ସେ ସ୍ୱୀକାର କରିଛନ୍ତି । ରାମ ମନ୍ଦିର ଉଦ୍‌ଘାଟନ ସମ୍ବନ୍ଧୀୟ କଳାକୃତି ଦ୍ୱାରା ‘ରାମ ଭଜନ’ ସାମାଜିକ ଗଣମାଧ୍ୟମ ଦ୍ୱାରା ସମୃଦ୍ଧ କରିବା ଲାଗି ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି । ଶେଷରେ ମୋଦି ୨୦୨୪ ପାଇଁ ଦେଶବାସୀଙ୍କ ସଫଳତା ଓ ସୁଖ ଏବଂ ସୁସ୍ୱାସ୍ଥ୍ୟ କାମନା କରିଛନ୍ତି । ଏହି ଅବସରରେ ରାଜ୍ୟ ସହପ୍ରଭାରୀ ବିଜୟ ପାଲ ସିଂ ତୋମାର, ଉତ୍ତରାଖଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ଧନସିଂ ରାବତଙ୍କ ସମେତ ବହୁ କାର୍ଯ୍ୟକର୍ତା “ମନ୍ କି ବାତ୍‌” କାର୍ଯ୍ୟକ୍ରମ ଶୁଣିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.