ETV Bharat / state

ରାଜ୍ୟରେ ଆହୁରି ୩ ଦିନ ଘନ କୁହୁଡ଼ି, କାଲିଠୁ ହାଲୁକା ବର୍ଷା ! - Moderate rainfall

Moderate rainfall in Odisha: ରାଜ୍ୟରେ ଆହୁରି ୩ ଦିନ ଘନ କୁହୁଡ଼ି ସମ୍ଭାବନା । ଆସନ୍ତାକାଲିଠୁ କିଛି ଅଞ୍ଚଳରେ ହାଲୁକା ବର୍ଷାର ମଧ୍ୟ ସମ୍ଭାବନା ଥିବା ପାଣିପାଗ ବିଭାଗର ସୂଚନା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Jan 4, 2024, 5:54 PM IST

ରାଜ୍ୟରେ ଆହୁରି ୩ ଦିନ ଘନ କୁହୁଡ଼ି

ଭୁବନେଶ୍ବର: ରାଜ୍ୟରେ ଶୀତ ଲହରୀ ଜାରି ଥିବା ବେଳେ ଅନେକ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେଉଛି । ଫଳରେ ବିଳମ୍ବିତ ରାତି ଓ ସକାଳେ ଘନ କୁହୁଡ଼ି ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହେଉଛି । ତେବେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ କେତେକ ଅଞ୍ଚଳରେ ଘନ କୁହୁଡ଼ିର ସମ୍ଭାବନା ଥିବା ବେଳେ ଏଥିଲାଗି କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟର କୋରାପୁଟ, ଦାରିଙ୍ଗିବାଡି , ଜି ଉଡୟଗିରି ଓ ଫୁଲବାଣୀ ୪ ସହରରେ ୧୦ ଡିଗ୍ରୀ ତଳେ ତାପମାତ୍ରା ରେକର୍ଡ ହୋଇଛି । ଆଗାମୀ ୩ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ିର ସମ୍ଭାବନା ଥିବାରୁ ରାଜ୍ୟର କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିସବୁ ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ନୟାଗଡ଼, ଖୋର୍ଦ୍ଧା, କଟକ ଓ ଢେଙ୍କାନାଳ । ଅନ୍ୟପଟେ ଆସନ୍ତାକାଲି ଓ ପରଦିନ ଅର୍ଥାତ ୫ ଓ ୬ ତାରିଖରେ ଉତ୍ତର ଅଭ୍ୟନ୍ତରଣ ଓଡ଼ିଶାର ୪ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି ।

ଏହା ବି ପଢନ୍ତୁ- ବଢୁଛି ରାତି ତାପମାତ୍ରା, ନିଷ୍କ୍ରିୟ ହେଉଛି ଶୀତ

ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଯେପରିକି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ଝାରସୁଗୁଡା ଏହି ୪ ଜିଲ୍ଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୦ରୁ ୨୦୦ ମିଟରର ଘନ କୁହୁଡି ଦୃଶ୍ୟମାନ ହୋଇଥିବା ବେଳେ ସମତଳ ଅଞ୍ଚଳରେ ଫୁଲବାଣୀରେ ୧୦.୦୦ ଡିଗ୍ରୀ ସର୍ବନିମ୍ନ ଓ ପାହାଡିଆ ଅଞ୍ଚଳରେ କୋରାପୁଟରେ ୭.୮ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ସେହିପରି କଟକରେ ୨୬. ୦ ଓ ଭୁବନେଶ୍ବରରେ ୨୬.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ରାଜଧାନୀ ଭୁବନେଶ୍ବର ପାଣିପାଗ ସମ୍ପର୍କରେ ସୂଚନା ଦେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି, "ରାଜଧାନୀରେ ୧୬ରୁ ୧୭ ଡିଗ୍ରୀ ମଧ୍ୟରେ ତାପମାତ୍ରା ରହିବା ସହିତ କିଛି ସ୍ଥାନରେ ହାଲୁକା କୁହୁଡ଼ି ଦୃଶ୍ୟମାନର ସମ୍ଭାବନା ରହିଛି । ଏହାସହିତ କଟକ ଜିଲ୍ଲାରେ ମଧ୍ୟ ତାପମାତ୍ରା ୧୬ ଡିଗ୍ରୀ ରହିବା ସହିତ ଘନ କୁହୁଡ଼ି ନେଇ ଆକଳନ କରିଛି ପାଣିପାଗ ବିଭାଗ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.