ETV Bharat / state

ତାତିରୁ ମିଳିବ ତ୍ରାହି, କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା

author img

By

Published : Apr 15, 2023, 10:34 PM IST

କମିବ ଗ୍ରୀଷ୍ମ ପ୍ରବାହ । ୧୬ରୁ ୨୦ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା । ବର୍ଷାରେ ଭିଜିବ ଓଡିଶା । ଅଧିକ ପଢ଼ନ୍ତୁ

୧୬ରୁ ୨୦ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ଆଜିଠୁ କମିବ ଦିନର ତାପମାତ୍ରା । ଆସନ୍ତାକାଲିଠୁ କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା ଥିବାରୁ ତାତିରୁ ମିଳିବା ଅଶ୍ଵସ୍ତି । ପଶ୍ଚିମ ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ବାୟୁ ଏବଂ ସୂର୍ଯ୍ୟଙ୍କର ଉତ୍ତାପ ପ୍ରଭବରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଆଜି ପାଇଁ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଗ୍ରୀଷ୍ମ ପ୍ରବାହ ନେଇ ୯ ଜିଲ୍ଲାରେ ହିଟଓ୍ବେଭ୍ ଆଲର୍ଟ ଜାରି କରିଛି । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ବୌଦ୍ଧ ।

ସେହିପରି ରାଜ୍ୟକୁ ଜଳୀୟ ବାଷ୍ପ ପୂର୍ଣ୍ଣ ଶୁଷ୍କ ବାୟୁ ପ୍ରବେଶ କରିବା ସହ ବାୟୁ ମଣ୍ଡଳରେ ଏକ ନିମ୍ନ ଚାପ ରେଖା ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ପାରଦ କମିବା ସହ ଆସନ୍ତାକାଲିଠୁ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଥିବା ବିଭାଗ ଆକଳନ କରିଛି । ୧୬ ରୁ୨୦ ତାରିଖ ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଗତକାଲି ରାୟଗଡା, ନବରଙ୍ଗପୁର ଓ ଗଞ୍ଜାମରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ଅନୁଭବ ହୋଇଛି । କାଲିଠାରୁ ପାଗରେ ପରିବର୍ତ୍ତନ ରହିବ । ତାତିରୁ ସାମନ୍ୟ ଆଶ୍ବସ୍ତି ମିଳିବ । ୧୬ ତାରିଖରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୧୭ ତାରିଖରେ ବର୍ଷା ନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆଜି ଦିନ ୨.୩୦ ସୁଦ୍ଧା ଭୁବନେଶ୍ୱର ରେ ୪୧.୦ ଡ଼ିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଆଜିବି ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୂଭତ ହେଇଛି । ରାଜ୍ୟର ୨୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀରୁ ଉର୍ଦ୍ଧ୍ବ ତାପମାତ୍ରା ରେକର୍ଡ କରାଯାଇଛି । ଜିଲ୍ଲାଗୁଡ଼ିକ ଭିତରେ ବାରିପଦା ସର୍ବାଧିକ ଦିନର ତାପମାତ୍ରା ୪୪ ଡିଗ୍ରୀ ରହିଥିବା ସୂଚନା ରହିଛି । ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ଝାରସୁଗୁଡା ୪୧.୦ ଡିଗ୍ରୀ, ସମ୍ବଲପୁର ୪୦.୬ ଡିଗ୍ରୀ, ଚାନ୍ଦବାଲି ୪୦.୦ ଡିଗ୍ରୀ , ହୀରାକୁଦ ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି।

ଏହାସହ ତାଳଚେର ୪୨.୮ ଡିଗ୍ରୀ, ଟିଟିଲାଗଡ଼ ୪୨.୫ ଡିଗ୍ରୀ, ବୌଦ୍ଧରେ ୪୨ .୫ ଡିଗ୍ରୀ, ସମ୍ବଲପୁର ୪୨.୨ ଡିଗ୍ରୀ, ବଲାଙ୍ଗୀର ୪୨.୨ ଡିଗ୍ରୀ, ଅନୁଗୁଳ ୪୨.୧ ଡିଗ୍ରୀ, ସୋନପୁର ୪୨.୧ ଡିଗ୍ରୀ, ସୁନ୍ଦରଗଡ଼ ୪୨ ଡିଗ୍ରୀ, ରାଉଲକେଲାରେ ୪୧.୮ ଡିଗ୍ରୀ, ଭବାନୀପାଟଣା ୪୧.୫ ଡିଗ୍ରୀ, କଟକ ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.