ETV Bharat / state

ଝାରସୁଗୁଡା ବ୍ୟାଟେଲ, ଅବାଧ ଓ ନିରପେକ୍ଷ ନିର୍ବାଚନ ପ୍ରାଥମିକତା: ସିଇଓ - ଅବାଧ ଓ ନିରପେକ୍ଷ ନିର୍ବାଚନ ପ୍ରାଥମିକତା କହିଲେ ସିଇଓ

ଝାରସୁଗୁଡା ନିର୍ବାଚନ ନେଇ ଘୋଷଣା ହୋଇଛି ବିଜ୍ଞପ୍ତି । ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ପ୍ରସ୍ତୁତି କରାଯାଉଛି । ପ୍ରତ୍ୟେକ ଭୋଟ କେନ୍ଦ୍ରରେ ସାଧାରଣ ଆବଶ୍ୟକତାର ବ୍ୟବସ୍ଥା କରାଯିବ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Mar 29, 2023, 8:02 PM IST

Updated : Mar 29, 2023, 10:14 PM IST

ଝାରସୁଗୁଡା ବ୍ୟାଟେଲ, ଅବାଧ ଓ ନିରପେକ୍ଷ ନିର୍ବାଚନ ପ୍ରାଥମିକତା

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ଝାରସୁଗୁଡା ପଲିଟିକାଲ ବ୍ୟାଟେଲ ପାଇଁ କାଉଣ୍ଟଡାଉନ । ଉପନିର୍ବାଚନ ନେଇ ଭାରତୀୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା ସହ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ନିର୍ବାଚନକୁ ସୁରୁଖୁରୁରେ କରିବା ଲାଗି ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ କରିବା ଆମର ପ୍ରାଥମିକତା ବୋଲି କହିଛନ୍ତି ସିଇଓ ନୀକୁଞ୍ଜ ବିହାରୀ ଧଳ ।

ରାଜ୍ୟ ନିର୍ବାଚନ ଅଧିକାରୀ ନୀକୁଞ୍ଜ ବିହାରୀ ଧଳ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଝାରସୁଗୁଡା ନିର୍ବାଚନ ନେଇ ଘୋଷଣା ହୋଇଛି ବିଜ୍ଞପ୍ତି । ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ପ୍ରସ୍ତୁତି କରାଯାଉଛି । ପ୍ରତ୍ୟେକ ଭୋଟ କେନ୍ଦ୍ରରେ ସାଧାରଣ ଆବଶ୍ୟକତାର ବ୍ୟବସ୍ଥା କରାଯିବ । ଯେପରି କି ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଟଏଲେଟ । ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହା କରାଯିବ । ଖରାଦିନେ ଝାରସୁଗୁଡାର ତାପମାତ୍ରା ସାଧାରଣତଃ ଅଧିକ ରୁହେ । ନିର୍ବାଚନ ସମୟରେ ଗ୍ରୀଷ୍ମପ୍ରବାହ ସହ କାଳବୈଶାଖୀର ସମ୍ଭାବନା ଥିବାରୁ ଭୋଟରଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଦେଶର ବିଭିନ୍ନ ପ୍ରାନ୍ତରେ କୋଭିଡ ସଂକ୍ରମଣ ବଢୁଥିବାରୁ ସ୍ଥିତି ଉପରେ ନଜର ଦିଆଯିବ । ଏ ନେଇ ସ୍ୱାସ୍ଥ୍ୟ ବିଭାଗର ମତାମତ ଲୋଡ଼ାଯିବ । ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ପଦକ୍ଷେପ ନିଆଯିବ ।

ଏହାବି ପଢନ୍ତୁ- ବାଜିଲା ଝାରସୁଗୁଡା ବିଗୁଲ, ନିର୍ବାଚନ ଲାଗି ପ୍ରସ୍ତୁତ 3 ପ୍ରମୁଖ ଦଳ

ସେ ଆହୁରି ମଧ୍ୟ କହିଛନ୍ତି, "ଗୋଟିଏ ହତ୍ୟା ଘଟଣା ପରେ ନିର୍ବାଚନ ହେଉଛି । ତାହା ସମ୍ବେଦନଶୀଳ ହୋଇପାରେ । ତେଣୁ ପୋଲିସ ଡିଜିଙ୍କ ସହିତ ଆଲୋଚନା କରିବି । ଏହା ସହ ଜିଲ୍ଲାପାଳ ମଧ୍ୟ ଆଲୋଚନା କରିବି । ନିର୍ବାଚନ ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ କରିବା ଲାଗି ସମସ୍ତ ପଦକ୍ଷେପ ନିଆଯିବ । ନିର୍ବାଚନ ପାଇଁ ଆବଶ୍ୟକୀୟ EVM ମହଜୁତ ଅଛି । 2023 ଜାନୁଆରୀ ମାସ ଇଲେକ୍ଟ୍ରରୋଲ ଅନୁସାରେ ଝାରସୁଗୁଡାରେ ମୋଟ 2 ଲକ୍ଷ 21 ହଜାର 70 ଜଣ ଭୋଟର ଅଛନ୍ତି । ପୁରୁଷ ଭୋଟରଙ୍କ ସଂଖ୍ୟା 1 ଲକ୍ଷ 10 ହଜାର 320 ହୋଇଥିବାବେ ମହିଳା ଭୋଟର ହେଉଛନ୍ତି 1 ଲକ୍ଷ 10 ହଜାର 687 । 80 ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ଭୋଟରଙ୍କ ସଂଖ୍ୟା 4074 । ନିର୍ବାଚନ ମଣ୍ଡଳୀରେ 2526 ଜଣ ଭିନ୍ନକ୍ଷମ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରେ 1449 ଜଣ ପୁରୁଷ ଓ 1078 ଜଣ ମହିଳା ଅଟନ୍ତି । ସେହିପରି ଝାରସୁଗୁଡ଼ା ବିଧାନସଭା ନିର୍ବାଚନୀ ମଣ୍ଡଳୀରେ 206ଟି ସ୍ଥାନରେ ସମୁଦାୟ 253ଟି ଭୋଟ ଗ୍ରହଣ କେନ୍ଦ୍ର ରହିଛି ।"

ଏହାବି ପଢନ୍ତୁ- Jharsuguda By Poll: କଂଗ୍ରେସ ଗଠନ କଲା 5 ଜଣିଆ କମିଟି

ଝାରସୁଗୁଡା ଉପ ନିର୍ବାଚନ ନେଇ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଏପ୍ରିଲ 13 ତାରିଖରେ ପ୍ରକାଶ ପାଇବ ଗେଜେଟ ନୋଟିଫିକେସନ । ଏପ୍ରିଲ 20 ତାରିଖ ନାମାଙ୍କନ ଶେଷ ଦିନ ହୋଇଥିବାବେଳେ ପ୍ରାର୍ଥୀପତ୍ର ଯାଞ୍ଚ 21 ତାରିଖରେ ହେବ । 24 ତାରିଖରେ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ମେ 10ରେ ଭୋଟିଂ ହୋଇ 13 ତାରିଖରେ ଫଳାଫଳ ପ୍ରକାଶ ପାଇବ । ମେ 15 ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ କରିବା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 29, 2023, 10:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.