ETV Bharat / state

ମୋ କଲେଜ ଅଭିଯାନ ସହ ଥିଙ୍କ ଜୋନସ୍‌ର ଏମଓୟୁ, ବିଦ୍ୟାର୍ଥୀଙ୍କୁ ବୃତ୍ତି ଦେବ ମହର୍ଷି ମହାବିଦ୍ୟାଳୟ

author img

By ETV Bharat Odisha Team

Published : Aug 28, 2023, 9:18 PM IST

ମୋ କଲେଜ ଅଭିଯାନ ଏବଂ 'ଥିଙ୍କ ଜୋନସ୍' ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି । ବିଦ୍ୟାର୍ଥୀଙ୍କୁ ବୃତ୍ତି ଦେବ ମହର୍ଷି ମହିଳା ମହାବିଦ୍ୟାଳୟ । ରାଜ୍ୟର ପ୍ରଥମ କଲେଜ ଭାବେ ଆରମ୍ଭ ହେବ ଏହି ଯୋଜନା । ଅଧିକ ପଢ଼ନ୍ତୁ

mo collage abhiyan
ମୋ କଲେଜ ଅଭିଯାନ

ଭୁବନେଶ୍ବର: ମହର୍ଷି ମହିଳା ମହାବିଦ୍ୟାଳୟରେ ଛାତ୍ରୀଙ୍କ ଦକ୍ଷତା ବିକାଶ ନେଇ ଏକ କର୍ମଶାଳା ଆୟୋଜିତ ହୋଇଛି । ବିଦ୍ୟାର୍ଥୀଙ୍କୁ ଅଧିକ କୁଶଳୀ କରିବା ସହ ଗୁଣାତ୍ମକ ନିଯୁକ୍ତି ସୁଯୋଗ ନେଇ 'ଥିଙ୍କ ଜୋନସ୍' ଓ 'ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ' ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ବିଶେଷ କରି ଏକବିଂଶ ଶତାବ୍ଦୀ ସହ ତାଳଦେଇ ଡିଜିଟାଲ ଦକ୍ଷତା, ଅର୍ଥନୈତିକ ଅଭିଜ୍ଞତା, କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ସେବା ତଥା ସୁଯୋଗ ବାବଦରେ ଅବଗତ କରାଇବା ନେଇ ଏହି ଅଭିଯାନ ଆରମ୍ଭ ହୋଇଛି ।

mo collage abhiyan
ମୋ କଲେଜ ଅଭିଯାନ

ଏହା ମଧ୍ୟ ପଢ଼ନ୍ତୁ: ଫୋକସରେ ଗୁଣାତ୍ମକ ଶିକ୍ଷା, ପାଠ ପଢାଇବା ପାଇଁ ୩୦୦୦ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍ୱତନ୍ତ୍ର ପ୍ରଶିକ୍ଷଣ

ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ 'ମୋ କଲେଜ ଅଭିଯାନ'ର ଅଧ୍ୟକ୍ଷ ଆକାଶ ଦାସନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାର୍ଥୀଙ୍କୁ ମାର୍ଗଦର୍ଶନ କରିଛନ୍ତି । ଆଧୁନିକ ଯୁଗରେ ପ୍ରତିଦ୍ବନ୍ଦିତାକୁ ମୁକାବିଲା କରିବା ପାଇଁ ଉନ୍ନତ ଜ୍ଞାନ କୌଶଳ ଓ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏଥିସହ ‘ମୋ କଲେଜ ଅଭିଜାନ’ରେ ସାମିଲ ହୋଇ ନିଜ ଅନୁଷ୍ଠାନର ବିସ୍ତୃତ ବିକାଶ ନିମନ୍ତେ ଅଧ୍ୟକ୍ଷ ଆକାଶ ଦାସ ନାୟକ ଆହ୍ୱାନ କରିଛନ୍ତି । ଏହା କିପରି ଓଡ଼ିଶାରେ ଶିକ୍ଷାର ଭବିଷ୍ୟତ ଯୁଗକୁ ଅଧିକ ତ୍ବରାନ୍ୱିତ କରିପାରିବ। ପିଲାମାନେ କିଭଳି ଭାବରେ ଶିକ୍ଷା ଓ ଗୁଣବତ୍ତା ଉପରେ ଅଧିକ ଗୁରୁତ୍ବ ରହିବ ସେନେଇ ସମ୍ବନ୍ଧରେ ଆଲୋଚନା ହୋଇଛି ।

mo collage abhiyan
ମୋ କଲେଜ ଅଭିଯାନ

ଏହା ମଧ୍ୟ ପଢ଼ନ୍ତୁ: ସ୍କୁଲ ଭଳି କଲେଜର ମଧ୍ୟ ବଦଳିବ ଚେହେରା, ରୂପାନ୍ତର ହେବ ଗଞ୍ଜାମର ୧୧ଟି ଶିକ୍ଷାନୁଷ୍ଠାନ

ଏହା ମଧ୍ୟ ପଢ଼ନ୍ତୁ: ସ୍କିଲ୍‌କାର୍ଟ ସହ ମୋ କଲେଜର ଏମଓୟୁ, ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ ଦିଆଯିବ ପ୍ରଶିକ୍ଷଣ

କେବଳ ଗୋଟିଏ କଲେଜ ନୁହେଁ ରାଜ୍ୟରେ ଥିବା ବିଭିନ୍ନ କଲେଜରେ ପିଲାମାନଙ୍କୁ ଶିକ୍ଷା ଗୁଣବତ୍ତା ଉପରେ ଅଧିକ ଗୁରୁତ୍ବ ଦେବା ଆବଶ୍ୟକ । ଆୟୋଜିତ କାର୍ଯ୍ୟକ୍ରମରେ ‘ମୋ କଲେଜ’ ସଂଯୋଜକ ସ୍ଵପ୍ନା ସାହୁ, ମହର୍ଷି ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁଶ୍ରୀ ରେଖା ମହାନ୍ତି, ‘ମୋ କଲେଜ’ର ଆଦିତ୍ୟ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହାସହ ମହାବିଦ୍ୟାଳୟର ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଆଲୁମିନି ସହଯୋଗ କରିଛନ୍ତି । ଏକ ମାସ ପୂର୍ବରୁ ବିଦ୍ୟାର୍ଥୀଙ୍କ ଉତ୍ତମ ଏବଂ କୁଶଳୀ ଭବିଷ୍ୟତ ଗଠନ ପାଇଁ ତାଲିମ ଦେବା ନିମନ୍ତେ 'ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ' ଏବଂ 'ଥିଙ୍କ ଜୋନସ୍' ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.