ETV Bharat / state

ପୁଅ ଇଞ୍ଜିନିୟର ଝିଅ CDA କର୍ମଚାରୀ, ବାପା ମୋ ବସରେ ବୁଲି କରୁଥିଲେ ଚୋରି - ଭୁବନେଶ୍ବର ଖବର

ରାଜଧାନୀରେ ବିଗତ କିଛି ଦିନ‌ଧରି ମୋ ବସରେ ହେଉଥିଲା ଚୋରୀ । ଧରାପଡ଼ିଲା ମୋ ବସରେ ଚୋରୀ କରୁଥିବା ଚୋର । ଧରା ହେଲେ ମୋ ବସ୍‌ ଲୁଟେରା । ୭ଜଣ ଲୁଟେରାଙ୍କୁ ଧରିଲା କମିଶନରେଟ୍‌ ପୋଲିସ୍‌ । ଅଧିକ ପଢ଼ନ୍ତୁ

ଧରା ହେଲେ ମୋ ବସ୍‌ ଲୁଟେରା
Mo bus robbers arrested
author img

By

Published : Dec 21, 2022, 11:51 AM IST

Mo bus robbers arrested

ଭୁବନେଶ୍ବର: ଧରା ପଡିଲା ମୋ ବସ୍‌ ଲୁଟେରା (Mo bus robbers arrested) । ୭ ଜଣ ଲୁଟେରାଙ୍କୁ ଧରିଲା କମିଶନରେଟ୍‌ ପୋଲିସ୍‌ ( robbers arrested by Commissionerate Police)। ସେମାନଙ୍କ ନିକଟରୁ ୫୭ ହଜାର ଟଙ୍କା ଓ ୯ଟି ଫୋନ୍‌ ଜବତ ହୋଇଛି । ମୋ ବସ୍‌ରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ ଏହି ଗ୍ୟାଙ୍ଗ। ଯାତ୍ରୀ ଭାବେ ମୋ ବସ୍‌ରେ ଚଢ଼ି ଲୁଟୁଥିଲେ ଲୁଟେରା । ଏନେଇ ଥାନାରେ ଅଭିଯୋଗ ପରେ କମିଶନରେଟ ପୋଲିସ ଆରମ୍ଭ କରିଥିଲା ତନାଘନା ।

ରାଜଧାନୀରେ ବିଗତ କିଛି ଦିନ‌ଧରି ମୋ ବସରେ ଯାଉଥିବା ଯାତ୍ରୀଙ୍କୁ ଲୁଟ ହେଉଥିବାର ରିପୋର୍ଟ ହୋଇଥିଲା । ସହର ଭିତରେ ମୋ ବସରେ ଗହଳିର ସୁଯୋଗ ଦେଖି ଚୋରି କରୁଥିଲେ କିଛି ଦୁର୍ବୃତ୍ତ । କେତେବେଳେ ପକେଟ୍ ମାର୍ କରୁଥିଲେ ତ କେତେବେଳେ ହାତରେ ଥିବା ମନିପର୍ସ ବା ବ୍ୟାଗରୁ ଚୋରି କରୁଥିଲେ । ମୋବାଇଲ ଓ କ୍ୟାସ ସହ ବିଭିନ୍ନ ଜିନିଷ କରୁଥିଲେ ଚୋରି । ଗହଳିର ସୁଯୋଗ ନେଇ ଚୋରି କରୁଥିଲେ ୭ଜଣ ଲୁଟେରା ।

ଗତ ଡିସେମ୍ବର ୧୨ତାରିଖରେ‌ ବିରଞ୍ଚି ନାରାୟଣ ସେଠୀ ନାମକ ବ୍ୟକ୍ତିଙ୍କ ପାଖରୁ ୪୭ହଜାର ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା । ଚୋରି ପୁଣି ମୋ ବସ ଭିତରୁ ହୋଇଥିଲା । ଏନେଇ ପୋଲିସ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ଏହି ଘଟଣା ପୂର୍ବରୁ ମଧ୍ୟ ମୋ ବସରେ ଲୁଟପାଟରେ ଏକ ଗ୍ୟାଙ୍ଗକୁ ଧରିଥିଲା ପୋଲିସ । ହେଲେ ଏଥର କଟକର ଜଣେ ମାଷ୍ଟର ମାଇଣ୍ଡ ଏ ଘଟଣାରେ ସାମ୍ନାକୁ ଆସିଛି ।

ଯାହାର ନାଁ ନିକୁଞ୍ଜ ସାମନ୍ତରାୟ । ଘର କେନ୍ଦ୍ରାପଡା । ହେଲେ ସେ କଟକ ବିଡାନାସିରେ‌ ରହୁଥିଲା । ତେବେ ନିକୁଞ୍ଜ ଜଣେ ଭଲ ଆର୍ଥିକ ସ୍ଥିତି ଥିବା ଲୋକ । ନିକୁଞ୍ଜର ପୁଅ ଜଣେ ବିଟେକ ଇଞ୍ଜିନିୟର ଏବଂ ଝିଅ ଜଣେ ସିଡିଏରେ କର୍ମଚାରୀ । ନିକୁଞ୍ଜର ଚୋରି ଏକ ନିଶା । ଖାଲି ନିକୁଞ୍ଜ ନୁହେଁ ନିକୁଞ୍ଜ ସହ ୭ ଜଣିଆ ଗ୍ୟାଙ୍ଗ ମଧ୍ୟ ସାମିଲ ହୋଇଥିଲେ । ସମସ୍ତେ ମିଶି ସହରରେ ବୁଲି ବୁଲି ବିଶେଷ କରି ମୋ ବସରେ ଚୋରି କରୁଥିଲେ ।

ବସରେ ଭିଡ଼ ହେବାମାତ୍ରେ ଆରମ୍ଭ କରୁଥିଲେ ଚୋରି । କେତେବେଳ କାହା ପର୍ସ ଚୋରି କରୁଥିଲେ ତ ଆଉ କେତେବେଳେ କାହା ମୋବାଇଲ । ଏପରିକି ବେଳେ ବେଳେ ମହିଳାଙ୍କ ମନିପର୍ସ ମଧ୍ୟ ଚେ ରି କରିନେଇ ଅଧାବାଟରୁ ଓହ୍ଲାଇ ପଳାଉଥିଲେ । ତେବେ ଏନେଇ ବାରମ୍ବାର ଅଭିଯୋଗ ପରେ ପୋଲିସ ଏକ ଟିମ ଗଠନ କରି ଆରମ୍ଭ କରିଥିଲା ତନାଘନା ।

ଗତକାଲି ପୋଲିସ ଏହାକୁ ନେଇ ତଦନ୍ତ କରୁଥିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଥିଲା ନିକୁଞ୍ଜ ସାମନ୍ତରାୟ । ତେବେ ନିକୁଞ୍ଜ ପୋଲିସକୁ ଦେଖି ଖସି ପଳାଇବାକୁ ଉଦ୍ୟମ କରୁଥିଲା । ହେଲେ ପୋଲିସ ତାକୁ କାବୁ କରିନେଇଥିଲା । ଏହାପରେ ନିକୁଞ୍ଜ ସମେତ ତାର ପୁରା ଗ୍ୟାଙ୍ଗକୁ ମଧ୍ୟ ପୋଲିସ କାବୁ କରିପାରିଥିଲା ।

ଏହି ୭ଜଣ ଲୁଟେରାଙ୍କ ଠାରୁ ୫୭ ହଜାର‌ ଟଙ୍କା ଓ ୯ଟି ମୋବାଇଲ ଜବତ କରିଛି ପୋଲିସ । ତେବେ ଚୋରି ହୋଇଥିବା ଲୋକଙ୍କ ଟଙ୍କାକୁ ଡିସିପି ନିଜେ ଫେରାଇଛନ୍ତି । ଏଥିରେ ପୋଲିସ ନିକୁଞ୍ଜ ସାମନ୍ତରାୟ, ସେକ ମୁନା, ଏସ କେ ସୁଲତାନ, ହାଲିମ ଖାନ, ପ୍ରଫୁଲ ବାରିକ, ଦୁର୍ଯୋଧନ ମହାପାତ୍ର, ଏସକେ ଫିରୋଜଙ୍କୁ ଗିରଫ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.