ETV Bharat / state

ମୋ ବସ-ADMଙ୍କ ଗାଡି ଦୁର୍ଘଟଣା: CCTV ଫୁଟେଜ ସହ ସ୍ପଷ୍ଟୀକରଣ ରଖିଲା କ୍ରୁଟ

author img

By

Published : May 3, 2023, 7:56 AM IST

କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡିକୁ ମୋ ବସ୍ ଧକ୍କା ଦେବା ଘଟଣା । ସିସିଟିଭି ଫୁଟେଜ ସହ ସ୍ପଷ୍ଟୀକରଣ ରଖିଲା କ୍ରୁଟ । ଅଧିକ ପଢନ୍ତୁ

Mo Bus rams into Cuttack ADM car
Mo Bus rams into Cuttack ADM car
ADMଙ୍କ ଗାଡି ଦୁର୍ଘଟଣା

ଭୁବନେଶ୍ବର: ରାଜଭବନ ଛକ ନିକଟରେ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡି ସହ ମୋ ବସର ଧକ୍କା ନେଇ ସ୍ପଷ୍ଟୀକରଣ ରଖିଛି କ୍ରୁଟ । ଦୁର୍ଘଟଣାରେ ମୋ ବସ ଚାଳକଙ୍କ ତ୍ରୁଟି ନଥିବା ଦର୍ଶାଇ କ୍ରୁଟ ଦୁର୍ଘଟଣା ସମୟର ସିସିଟିଭି ଭିଜୁଆଲ ଜାରି କରିଛି । ବିଶଦ ତଦନ୍ତ ଏବଂ ଉପଲବ୍ଧ ଭିଡିଓ ଫୁଟେଜ ଆଧାରରେ ମୋ ବସ ଚାଳକ ନିର୍ଦ୍ଧାରିତ ବେଗ ଓ ନିୟନ୍ତ୍ରଣରେ ଗାଡି ଚଳାଉଥିବା କ୍ରୁଟ ପକ୍ଷରୁ କୁହାଯାଇଛି ।

କ୍ରୁଟର ଲୋକ ସମ୍ପର୍କ ଟିମ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ମୋ ବସ୍ ଏବଂ କଟକ ଅତିରିକ୍ତ ଜିଲ୍ଲପାଳଙ୍କ ଗାଡି ମଧ୍ୟରେ ଦୁର୍ଘଟଣା ହୋଇଛି । ଏହା ଏକ ଦୁର୍ଭାଗ୍ୟଜନକ ଘଟଣା । ଏହି ଘଟଣାକୁ ଅତ୍ୟନ୍ତ ଭୁଲ ଭାବେ ବୁଝାଯାଇଛି । କ୍ରୁଟ ଘଟଣାକୁ ନେଇ ସ୍ପଷ୍ଟୀକରଣ ରଖୁଛି । ଏହି ଦୁର୍ଘଟଣାରେ ମୋ ବସ ଚାଳକଙ୍କର ତ୍ରୁଟି ନଥିଲା । କ୍ରୁଟ ପକ୍ଷରୁ ଏକ ବିଶଦ ତଦନ୍ତ ଓ ଅନୁସନ୍ଧାନ ହୋଇଛି । ଉପଲବ୍ଧ ଭିଡିଓ ଫୁଟେଜ ସ୍ପଷ୍ଟଭାବେ ଦର୍ଶାଉଛି ଯେ ଚାଳକ ନିର୍ଦ୍ଧାରିତ ବେଗ ସୀମା ମଧ୍ୟରେ ଚାଳନା କରୁଥିଲେ । ଗାଡିର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିଥିଲେ । ତେବେ ଚାଳକଙ୍କ କାର୍ଯ୍ୟକୁ ନେଇ ପ୍ରସାରିତ ହେଉଥିବା ଭୁଲ ଓ ଭ୍ରମାତ୍ମକ ତଥ୍ୟ ଦୁଃଖଦାୟକ ।

ମୋ ବସ ଚାଳକ ଏହି ଦୁର୍ଘଟଣାକୁ ରୋକିବା ପାଇଁ ନିଜ ଶକ୍ତି ମତେ ସମସ୍ତ ଉଦ୍ୟମ କରିଥିଲେ । ସେ ଯଥାଶୀଘ୍ର ଏବଂ ଦାୟିତ୍ବର ସହ ଏହି ଅକସ୍ମାତ ପରିସ୍ଥିତିର ମୁକାବିଲା କରିଥିଲେ । ଆହୁରି ଅଧିକ ସମ୍ଭାବ୍ୟ ଦୁଃଖଦ ପରିଣାମକୁ ମୋ ବସ ଚାଳକ ପ୍ରତିହତ କରିଥିଲେ । ଦୁର୍ଘଟଣାଗୁଡିକ ଯନ୍ତ୍ରଣାଦାୟକ ଓ ବିଚଳିତ କରିବା ଭଳି ହୋଇପାରେ । ମୋ ବସ ଯାତ୍ରୀ ଓ ସାଧାରଣ ଜନତାଙ୍କୁ ଭରସା ଦେବାକୁ ଚାହୁଁଛୁ ଯେ, କ୍ରୁଟ ସମସ୍ତ ଦୁର୍ଘଟଣାଗୁଡିକୁ ଗୁରୁତ୍ବର ସହ ନିଏ । ଏହି ସ୍ପଷ୍ଟୀକରଣ ଅତ୍ୟନ୍ତ ଆବଶ୍ୟକ ଥିବା ସ୍ପଷ୍ଟତା ପ୍ରଦାନ କରୁଛି । ଯାତ୍ରୀମାନଙ୍କ ସୁରକ୍ଷା ଓ ସୁବିଧା ସୁନିଶ୍ଚିତ କରିବା ପାଇଁ କ୍ରୁଟ ପ୍ରତିଜ୍ଞାବଦ୍ଧ ।

ଗତକାଲି(ମଙ୍ଗଳବାର) ଅପରାହ୍ନରେ ମୋ ବସ୍ ଓ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡି ମଧ୍ୟରେ ଧକ୍କା ହୋଇଥିଲା । ରାଜଭବନ ଛକରେ ଘଟିଥିବା ଏହି ଦୁର୍ଘଟଣାରେ ବଡ଼ ଧରଣର ଅଘଟଣରୁ ବର୍ତ୍ତିଥିଲେ କଟକ ଉପଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ମୋ ବସର ଯାତ୍ରୀ । ଅତିରିକ୍ତ ଜିଲ୍ଲାପାଳଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ମୋ ବସରେ ଥିବା ସବୁ ଯାତ୍ରୀମାନେ ମଧ୍ୟ ସୁରକ୍ଷିତ ଥିଲେ । ମୋ ବସ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.