ETV Bharat / state

ପୁଣି ମୋ ବସ ଚାଳକଙ୍କ ବେପରୁଆ ଡ୍ରାଇଭିଂ, କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡିକୁ ଧକ୍କା - କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡିକୁ ପିଟିଲା ମୋ ବସ୍

ଭୁବନେଶ୍ବର ରାଜଭବନ ଛକ ନିକଟରେ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡିକୁ ପିଟିଲା ମୋ ବସ୍ । ଏତେ ଜୋରରେ ଧକ୍କା ଦେଲା ଯେ, ଉପଜିଲ୍ଲାପାଳଙ୍କ ଗାଡିଟି ଚାରି ରାଉଣ୍ଡ ବୁଲିଯାଇଥିଲା । ଏହି ଦୁର୍ଘଟଣାରେ ଯଦିଓ କାହାର କିଛି କ୍ଷତି ହୋଇନାହିଁ, ଉପଜିଲ୍ଲାପାଳଙ୍କ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ତେବେ ମୋ ବସ ଚାଳକ ମାନେ ରାଜଧାନୀରେ ଏଭଳି ଦୁର୍ଘଟଣା ପ୍ରତିଦିନ ଘଟାଉଥିବା ଅଭିଯୋଗ ହୋଇଛି । ଅଧିକ ପଡ଼ନ୍ତୁ

କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡିକୁ ଧକ୍କା ଦେଲା ମୋ ବସ

author img

By

Published : May 2, 2023, 10:00 PM IST

ଭୁବନେଶ୍ବର: କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡିକୁ ପିଟିଲା ରାଜ୍ୟ ସରକାରଙ୍କ ମୋ ବସ୍ । ଭୁବନେଶ୍ଵର ରାଜଭବନ ଛକରେ ଏପରି ଘଟଣା ଘଟିଛି । ତେବେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତଲେ କଟକ ଉପଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର । ଆଜି ଅପରାହ୍ନରେ ୬ ନମ୍ବର ହସ୍ପିଟାଲ ଆଡୁ ଉପଜିଲ୍ଲାପାଳଙ୍କ ଗାଡି ଆସୁଥିବା ବେଳେ ଏଜି ଛକରୁ ଆସୁଥିବା ମୋ ବସ (ନମ୍ବର ୨୩) ରାଜଭବନ ଛକରେ ପଛରୁ ଉପଜିଲ୍ଲାପାଳଙ୍କ ଗାଡିକୁ ପିଟିଥିଲା । ଏତେ ଜୋରରେ ଧକ୍କା ଦେଲା ଯେ, ଉପଜିଲ୍ଲାପାଳଙ୍କ ଗାଡିଟି ଚାରି ରାଉଣ୍ଡ ବୁଲୁଥିବା ଦେଖିବାକୁ ମିଳିଛି । ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ବେଳେ ଉପଜିଲ୍ଲାପାଳଙ୍କ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ।

ସେପଟେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସେହିପରି ମୋ ବସରେ ଥିବା ସବୁ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ରାଜଧାନୀରେ ପ୍ରତ୍ୟେକ ଦିନ ଏପରି ଦୁଇରୁ ଅଧିକ ଘଟଣା ଘଟୁଛି । ମୋ ବସ ଡ୍ରାଇଭର ମାନେ ବେପରୁଆ ଗାଡି ଚାଳନା କରୁଥିବା ସାଧାରଣରେ ଅଭିଯୋଗ ହୋଇଛି । ଏମାନଙ୍କୁ କହିବାକୁ କେହି ନାହାନ୍ତି ଯେପରି । କହିଲେ ଅଯଥାରେ ଯୁକ୍ତି କରୁଛନ୍ତି । ଯାହା ନିୟମ ଅଛି, ସହର ଭିତରେ ୨୦ରୁ ୩୦ ସ୍ପିଡରେ ଗାଡି ଚାଳନା କରିବା କଥା । କିନ୍ତୁ ସେ ନିୟମର ଧଜିଆ ଉଡ଼ାଉଛନ୍ତି ମୋ ବସ ଚାଳକମାନେ । କାହାକୁ ଖାତିର ନାହିଁ । କାରଣ ସେମାନେ ସରକାରୀ ଗାଡି ଚାଳନା କରୁଛନ୍ତି ।

ନିକଟରେ ନିକୋ ପାର୍କ ଛକ ନିକଟରେ ସେମିତି ଏକ କାରକୁ ଧକ୍କା ଦେଇଥିଲା ମୋ ବସ । ସେହି କାର ଚଳାଉଥିଲେ ପୋଲିସ ଗୁଇନ୍ଦା ବିଭାଗର ଜଣେ ଅଧିକାରୀ । ସେ ଅଭିଯୋଗ ମଧ୍ୟ କଲେ । ହେଲେ ଫଳ ଶୂନ । କାରଣ ଏହା ସରକାରୀ ଗାଡି । ମୋ ବସର ଏଭଳି ବେପରୁଆ ଡ୍ରାଇଭିଂକୁ ନେଇ ରାଜଧାନୀବାସୀ ଏକପ୍ରକାର ଅତିଷ୍ଠ ହୋଇପଡିଲେଣି । ପ୍ରଶାସନ ସବୁ ଦେଖୁଛି, ହେଲେ ଚୁପ୍ ବସିଛି । ଏଭଳି ଘଟଣା ରାଜଧାନୀରେ ନିତିଦିନିଆ ଘଟୁଛି । ଏଠି ପ୍ରଶ୍ନ ଉଠୁଛି, ଏମାନଙ୍କୁ କିଏ ଦେଉଛି ସାହସ ? ଏମାନେ କାହିଁକି ମାନୁନାହାନ୍ତି ଗାଇଡ୍ ଲାଇନ୍ ? ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ କାହିଁକି ? କିଛି ଡ୍ରାଇଭର ମଦ୍ୟପାନ କରି ମଧ୍ୟ ଗାଡି ଚାଳନା କରୁଥିବା ଅଭିଯୋଗ ରହିଛି । ସେପଟେ ଆଜିର ଘଟଣାକୁ ନେଇ ପୋଲିସର ତଦନ୍ତ କେତେ ବାଟ ଯାଉଛି, ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.