ETV Bharat / state

Chilika Boat Mishap: ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ

ଗତକାଲି କାଳବୈଶାଖୀ ଯୋଗୁଁ ଚିଲିକାରେ ଡଙ୍ଗା ବୁଡ଼ି ନିଖୋଜ ହୋଇଥିବା କିଶୋର ଖୁଣ୍ଟିଆ ନାମକ ବ୍ୟକ୍ତିଙ୍କ ମୃତଦେହ ମିଳିଛି । ଅଧିକ ପଢ଼ନ୍ତୁ

ଚିଲିକାରେ ଡଙ୍ଗା ବୁଡି ଘଟଣା: ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ

author img

By

Published : May 6, 2022, 1:32 PM IST

ଖୋର୍ଦ୍ଧା: ଗତକାଲି କାଳବୈଶାଖୀ ଯୋଗୁଁ ଚିଲିକାରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ି ଯାଇଥିଲା । ଫଳରେ ରାଜ କିଶୋର ଖୁଣ୍ଟିଆ ନାମକ ବ୍ୟକ୍ତି ଚିଲିକାର ଅକାତକାତ ଜଳରେ ନିଖୋଜ ହୋଇଯାଇଥିଲେ । ବାଲୁଗାଁ କୋଦପୁର ଗାଁରେ ତାଙ୍କ ଘର । ନିଖୋଜ ହେବାର ୧୯ ଘଣ୍ଟା ପରେ ମିଳିଲା ପତ୍ତା ।

ଚିଲିକାରେ ଡଙ୍ଗା ବୁଡି ଘଟଣା: ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ

ଚିଲିକାର ବଡକୂଳ ନିକଟ ଖାରିବନ୍ଧରୁ ମିଳିଲା ରାଜ କିଶୋର ଖୁଣ୍ଟିଆଙ୍କ ମୃତଦେହ । ଡଙ୍ଗାରେ ୮ ଜଣ ପର୍ଯ୍ୟଟକଙ୍କ ସହ ଦୁଇ ଜଣ ନାବିକ ଏବଂ ମା କାଳିଜାଇଙ୍କ ପୀଠରେ ବ୍ୟବସାୟ କରୁଥିବା ଦୁଇଜଣ ସ୍ଥାନୀୟ ବାସିନ୍ଦା ବସିଥିଲେ । ବାଲେଶ୍ୱର ରେମୁଣା ଅଞ୍ଚଳର ଗୋଟିଏ ପରିବାର ମା କାଳୀଜାଈଙ୍କ ଦର୍ଶନ ପାଇଁ ଯାଇଥିଲେ । ତେବେ ଫେରିବା ବେଳେ ଚିଲିକାର ଚଢେଇଗୁହା ପାହାଡ଼ ନିକଟରେ କାଳବୈଶାଖୀ ପ୍ରଭାବରେ ଡଙ୍ଗାଟି ବୁଡି ଯାଇଥିଲା ।

ଏହା ବି ପଢ଼ନ୍ତୁ ଚିଲିକାରେ ବୁଡିଲା ଡଙ୍ଗା: ଜଣେ ନିଖୋଜ, ୧୦ ଉଦ୍ଧାର

ଠିକ୍‌ ଏହି ସମୟରେ ଖୋର୍ଦ୍ଧା ଏସପିଙ୍କ ସହ ପୋଲିସର ଏକ ଟିମ୍‌ ମା'ଙ୍କ ଦର୍ଶନ ସାରି ଫେରୁଥିବାବେଳେ ଲୋକେ ଭାସୁଥିବା ଦେଖିବାକୁ ପାଇଥିଲେ । ଏହାପରେ ପୋଲିସ ଟିମ୍‌ ୧୦ ଜଣଙ୍କୁ ଉଦ୍ଧାର କରିବା ସହ ବାଲୁଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଭର୍ତ୍ତି କରାଇଥିଲା । ଦୁଇଟି ଅଗ୍ନିଶମ ବିଭାଗ ଟିମ୍‌ ,ଦୁଇଟି ନୌସେନା ଟିମ୍‌ ଓ ସ୍ଥାନୀୟ ବୋଟ ଆସୋସିଏସନ ପକ୍ଷରୁ ରାଜ କିଶୋର ଖୁଣ୍ଟିଆଙ୍କ ସନ୍ଧାନ କରାଯାଉଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.