ETV Bharat / state

ପାଠପଢ଼ା ଚାପରେ ଘରୁ ପଳାଇଥିଲେ ଛାତ୍ର: ମୌକା ଦେଖି ୩ଲକ୍ଷ ମାଗୁଥିଲା ଠକ

ରାଜଧାନୀରୁ ନିଖୋଜ ଛାତ୍ର ମିଳିଲା ପତ୍ତା । ନିଖୋଜର କିଛି ଦିନ ପରେ ପୁରୀ ଜେନାପଡା ଷ୍ଟେସନରୁ ଉଦ୍ଧାର କଲା ପୋଲିସ । ପାଠପଢା ଚାପରେ ଛାତ୍ର ଘରୁ ପଳାଇଥିବା ପୋଲିସ ସୂଚନା ଦେଇଛି । ଅଧିକ ପଢ଼ନ୍ତୁ

author img

By

Published : Jul 14, 2023, 10:57 PM IST

student missing case
ରାଜଧାନୀରେ ଛାତ୍ର ନିଖୋଜ ଘଟଣା
ରାଜଧାନୀରେ ଛାତ୍ର ନିଖୋଜ ଘଟଣା

ଭୁବନେଶ୍ବର: ରାଜଧାନୀରୁ ନିଖୋଜ ଛାତ୍ର ମିଳିଲା ପତ୍ତା । ପୁରୀ ଜେନାପଡା ଷ୍ଟେସନରୁ ଉଦ୍ଧାର କଲା ପୋଲିସ । ପାଠପଢା ଚାପରେ ଘରୁ ପଳାଇଥିଲେ ଛାତ୍ର । ନିଖୋଜର କିଛି ଦିନ ପରେ ଛାତ୍ର ଜଣକ ଉଦ୍ଧାର ହୋଇଛନ୍ତି । ସାଇକେଲରେ ଭୁବନେଶ୍ୱରରୁ ବାଲୁଗାଁ ପର୍ଯ୍ୟନ୍ତ ସାଇକେଲରେ ପଳାଇଥିଲେ ଛାତ୍ର । ବାଲୁଗାଁ ଷ୍ଟେସନରେ ଟ୍ରେନରେ ଚଢି ପୁରୀ ଅଭିମୁଖେ ଯାଇଥିଲେ । ସାଙ୍ଗରେ ମାତ୍ର ୧୦୦୦ ଟଙ୍କା ନେଇଥିବାରୁ ଅଧା ବାଟରେ ସବୁ ଟଙ୍କା ଶେଷ ହୋଇଯାଇଥିଲା । ଏହାପରେ ନିରୁପାୟ ହୋଇ ଭୋକ ଉପାସରେ ଏଣେତେଣେ ବୁଲୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଭୁବନେଶ୍ବରରୁ ନିଖୋଜ ୪ ଇଞ୍ଜିନିୟରିଂ ଛାତ୍ରଙ୍କ ମିଳିଲା ପତ୍ତା, ୩ ଜଣ ସାଇବର ଅପରାଧ ଲିଙ୍କରେ ଅଟକ

ସୂଚନା ଅନୁଯାୟୀ, ଗତ ଦୁଇ ଦିନ‌ତଳେ ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅଞ୍ଚଳରୁ ଜଣେ ଛାତ୍ର ନିଖୋଜ ହୋଇଥିବା ନେଇ ଥାନାରେ ଏତଲା ଦେଇଥିଲେ ବାପା ଓ ମା । ଏନେଇ ପୋଲିସ ଏକ ୩୬୩ରେ ଅପହରଣ ମାମଲା ରୁଜୁ କରି ତାକୁ ଖୋଜିବା ପାଇଁ ଚେଷ୍ଟା କରିଥିଲା । ହେଲେ ତାଙ୍କର କୌଣସି ଖୋଜ ଖବର ମିଳିନଥିଲା । ପୁଅର ନିଖୋଜ ଖବର ଜାଣି କେହି ଜଣେ ଦୁର୍ବୃତ୍ତ ପରିବାର ଲୋକଙ୍କୁ ଠକିବାକୁ ଆରମ୍ଭ କରିଥିଲା । ପୁଅ ତାଙ୍କ ପାଖରେ ଥିବା କହି ୩ଲକ୍ଷ ଟଙ୍କା ଦାବି କରିଥିଲା । ଏପରିକି ୩ଲକ୍ଷ ଟଙ୍କା ଦେଲେ ସେ ପିଲାକୁ ଫେରାଇ ଦେବ ବୋଲି ବି କହୁଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ସ୍କୁଲ ହଷ୍ଟେଲରୁ ଛାତ୍ର ନିଖୋଜ, କର୍ତ୍ତୃପକ୍ଷଙ୍କୁ ଦାୟୀ କରିଲେ ପରିବାର ଲୋକେ

ପୋଲିସ ନିଖୋଜ ଛାତ୍ରଙ୍କ ଫଟୋ ସହ ମୋବାଇଲ ନମ୍ବର ଚାରିଆଡ଼େ ସର୍କୁଲେଟ୍‌ କରିଥିଲା । ଯାହାର ମୌକା ନେଇ ଠକ ପୁଅର ବାପାମାଆଙ୍କୁ ଠକିବାକୁ ଚେଷ୍ଟା କରୁଥିଲା । ପୋଲିିସ ଏହି ଘଟଣାକୁ ତତ୍ପରତାର ସହ ତଦନ୍ତ କରିଥିଲା । ପୁରୀ ଜେନାପଡ଼ା ଷ୍ଟେସନ ନିକଟରେ ଜଣେ ଛାତ୍ର ବୁଲୁଥିବାର ପୋଲିସ ଖବର ପାଇଥିଲା ପୋଲିସ । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯିବା ପରେ ତାଙ୍କ ପରିଚୟ ମିଳିଥିଲା । ଘଟଣାର ସୂଚନା ଦେଇ ଏଡିସିପି କହିଛନ୍ତି, "ଅଭିଭାବକଙ୍କ ଚାପ ଯୋଗୁଁ ଛାତ୍ରଟି ଏପରି ନିଷ୍ପତ୍ତି ନେଇଥିଲା‌ । ପାଠପଢ଼ାରେ ଚାପ ସହି ନପାରି ଶେଷରେ ଛାତ୍ରଟି ଏଭଳି ଏକ ଭୁଲ ପଦକ୍ଷେପ ନେଇଥିଲା ।"

ଏହା ମଧ୍ୟ ପଢ଼ନ୍ତୁ: ରାଜଧାନୀରୁ ଯୁକ୍ତ ଦୁଇ ଛାତ୍ର ନିଖୋଜ, କଲେଜ ଚେୟାରମ୍ୟାନ ମାଡ ମାରିଥିବା ଅଭିଯୋଗ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.