ETV Bharat / state

ପୁଣି ଫେରିଲେ ଛଦ୍ମବେଶଧାରୀ ଲୁଟେରା, ପୋଲିସ କହି ବାଟରୁ ଲୁଟୁଛନ୍ତି ଗହଣା

author img

By ETV Bharat Odisha Team

Published : Dec 20, 2023, 11:53 AM IST

Miscreants Loots By Posing As Cop: ଭୁବନେଶ୍ୱର ଫେରିଛନ୍ତି ପୋଲିସ ବେଶଧାରୀ ଲୁଟେରା । ନିଜକୁ ପୋଲିସର ପରିଚୟ ଦେଇ ବାଟରୁ ଲୋକଙ୍କ ସୁନା ଗହଣା ଲୁଟି ନେଇ ଫେରାର୍ ମାରୁଛନ୍ତି । ଅଧିକ ପଢ଼ନ୍ତୁ

ରାଜଧାନୀରେ ପୋଲିସ ପରିଚୟ ଦେଇ ଲୁଟ
ରାଜଧାନୀରେ ପୋଲିସ ପରିଚୟ ଦେଇ ଲୁଟ

ଭୁବନେଶ୍ବର: ରାଜଧାନୀରେ ପୋଲିସ ବେଶରେ ଲୁଟ୍ । ମାଉସୀ, ମ୍ୟାଡାମ ଡାକି ନିଜକୁ ପୋଲିସର ପରିଚୟ ଦେଇ ଲୋକଙ୍କ ଠାରୁ ସୁନା ଗହଣା ଲୁଟି ନେଉଛନ୍ତି ଲୁଟେଲା । ୩ ବର୍ଷ ପରେ ପୁଣିଥରେ ଏହି ଛଦ୍ମବେଶଧାରୀ ଲୁଟେରା ଗ୍ୟାଙ୍ଗ୍‌ ଭୁବନେଶ୍ବରରେ ସକ୍ରିୟ ହୋଇଛନ୍ତି । ସୋମବାର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ବୃଦ୍ଧା ମହିଳା ଏହି ଲୁଟ୍‌ର ଶିକାର ହୋଇଛନ୍ତି । ଲୁଟେରାମାନେ ତାଙ୍କର ସୁନା ଚେନ୍‌ ଏବଂ ଏକ ଲକେଟ୍‌ ଲୁଟ ନେଇଛନ୍ତି । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ସୋମବାର ଜଣେ ସମ୍ଭ୍ରାନ୍ତ ଘରର ବୃଦ୍ଧ ମହିଳା ନିଜ ନାତିକୁ ଧରି ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ଘରୋଇ ସ୍କୁଲ୍‌ରୁ ଫେରୁଥିବା ବେଳେ ବାଟରେ ଲୁଟେରାଙ୍କ ଶିକାର ହୋଇଛନ୍ତି । ଲୁଟର ଶିକାର‌ ମହିଳା ହେଉଛନ୍ତି ବାସନ୍ତି ମଞ୍ଜରି ଆଚାର୍ଯ୍ୟ, ଘର ଚନ୍ଦ୍ରଶେଖରପୁର ଅଞ୍ଚଳରେ । ସୋମବାର ଦିନ ସେ ଏହି ଲୁଟେରାଙ୍କ ହାବୁଡ଼ରେ ପଡ଼ିଥିଲେ । ସେମାନେ ନିଜକୁ ପୋଲିସ ଭାବେ ପରିଚିତ କରାଇ ଆଗରେ କିଛି ଲୁଟେରା ଛକିଛନ୍ତି କହି ବୃଦ୍ଧାଙ୍କୁ ଡରାଇଥିଲେ । ଏହାପରେ ସେ ପିନ୍ଧିିଥିବା ସୁନା ଚେନ୍‌ ଓ ଲକେଟ୍‌କୁ ସୁରକ୍ଷିତ ତାଙ୍କ ଘରେ ପହଞ୍ଚାଇ ଦେବାକୁ ପ୍ରତିଶ୍ରୁତି ଦେଇ ତାଙ୍କଠାରୁ ମାଗି ନେଇଥିଲେ । ଏହାପରେ ବୃଦ୍ଧାଙ୍କୁ ସେହିଭଳି ଆଉ ଏକ ନକଲି ସୁନା ଚେନ୍‌ ଧରାଇ ଛୁ' ମାରିଥିଲେ ।

ଏହା ମଧ୍ୟ ପଢନ୍ତୁ: ବ୍ୟବସାୟୀଙ୍କୁ ମାଡ ମାରିବା ପରେ ଲୁଟ୍‌, ଅଭିଯୁକ୍ତ କୋର୍ଟ ଚାଲାଣ

ଏ ସମ୍ପର୍କରେ ଜାଣିବା ପରେ ବୃଦ୍ଧା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି । ତେବେ ଏଇ ଘଟଣା କିଛି ନୂଆ ନୁହେଁ । ପୂର୍ବରୁ ଏହାର ଅନେକ ନଜିର‌ ରହିଛି । ସମାନ ଢଙ୍ଗରେ ଗତ ୨୦୨୦ ମସିହା ଡିସେମ୍ବର ମାସରେ ଡମଣା ପଟିଆ ଓ ନନ୍ଦନକାନନ ଅଞ୍ଚଳରେ ଲୁଟ ହୋଇଥିଲା । ଏନେଇ ତତ୍କାଳୀନ ଡିସିପି ଉମାଶଙ୍କର ଦାସ ଜନସାଧାରଣଙ୍କୁ ସତର୍କ ରହିବାକୁ ନିବେଦନ କରିଥିଲେ । ଏପରିକି ସେତେବେଳେ ପୁରୀ, ରାଉରକେଲା, କଟକ, ବ୍ରହ୍ମପୁର ଅଞ୍ଚଳରେ ଏହିପରି ଗ୍ୟାଙ୍ଗ୍‌ ସକ୍ରିୟ ହୋଇ ଲୁଟପାଟ କରୁଥିବା ଦର୍ଶାଇଥିଲେ ।
୨୨ ଡିସେମ୍ବର ୨୦୨୦ରେ ଇନଫୋସିଟି ଥାନା ଅଞ୍ଚଳରେ ଲୁଟେରା ନିଜକୁ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟରର ପରିଚୟ ଦେଇ ଯାଞ୍ଚ କରିବା ଆଳରେ ଅଳଙ୍କାର ଲୁଟ୍‌ କରିଥିବା ଘଟଣା ସାମ୍ନାକୁ ଆସିଥିଲା ।

ସେହିପରି ୨୦ ଡିସେମ୍ବର ୨୦୨୦ରେ ସନ୍ଧ୍ୟା ସମୟରେ ଡମଣାରୁ ପଟିଆ ଯିବା ରାସ୍ତାରେ ଥିବା ପେଟ୍ରୋଲ ପମ୍ପ ସାମ୍ନାରେ ୨ ଜଣ ଦମ୍ପତି ସେହି ରାସ୍ତା ଦେଇ ଯାଉଥିବା ସମୟରେ ହଠାତ୍‌ ୨ ଜଣ ଦୁର୍ବୃତ୍ତ ପୋଲିସର ପରିଚୟ ଦେଇ ସେମାନଙ୍କୁ ଅଟକାଇ ଥିଲେ । ସ୍ବାମୀ-ସ୍ତ୍ରୀଙ୍କୁ ନିଜ କଥାରେ ଫସାଇ ତାଙ୍କର ଅଳଙ୍କାର‌ ପୋଲିସ ପାଖେ ସୁରକ୍ଷିତ କହି ଛଡ଼ାଇ ନେଇ‌ ଛୁ' ମାରିଥିଲେ । ଏବେ ପୁଣି ଏହି ଘଟଣା ସାମ୍ନାକୁ ଆସିବା ପରେ ମହିଳାମାନେ ଏଥିପ୍ରତି ସତର୍କ ରହିବାକୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.