ETV Bharat / state

ସୀମା ଟପିଲା ଲୁଟେରାଙ୍କ ଦୌରାତ୍ମ୍ୟ, ହସ୍ପିଟାଲ ଯାଇଥିବା ବେଳେ ଘରୁ ଲୁଟ

author img

By ETV Bharat Odisha Team

Published : Nov 14, 2023, 10:28 PM IST

Loot in Bhubaneswar:ଭୁବନେଶ୍ବରରେ ସୀମା ଟପିଲା ଲୁଟେରାଙ୍କ ଦୌରାତ୍ମ୍ୟ । ହସ୍ପିଟାଲ ଯାଇଥିବା ବେଳେ ଘରୁ ଲୁଟିଲେ ସୁନା ଅଳଙ୍କାର । ଅଧିକ ପଢନ୍ତୁ

loot in Bhubaneswar
loot in Bhubaneswar

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ସୀମା ଟପିଲା ଲୁଟେରାଙ୍କ ଦୌରାତ୍ମ୍ୟ । ବୋଝ ଉପରେ ଲଳିତ ବିଡ଼ା ପରି ଜଣେ ବୃଦ୍ଧା ମହିଳାଙ୍କ ସହ ଘଟିଛି କରୁଣ ଘଟଣା । ହସ୍ପିଟାଲ ବେଡ୍‌ରେ ସ୍ବାମୀ ଚିକିତ୍ସିତ ହେଉଥିବା ଦେଖା କରିବାକୁ ଯାଇଥିବା ସମୟରେ ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଘରର ଆସବାବପତ୍ରକୁ ଏଣେତେଣେ ଫିଙ୍ଗି ସୁନା ଅଳଙ୍କାର ସହ ଟଙ୍କା ନେଇ ଛୁ ମାରିଛନ୍ତି । ଏନେଇ ଲିଙ୍ଗରାଜ ଥାନାରେ ବୃଦ୍ଧା କାନ୍ଦି କାନ୍ଦି ପୋଲିସକୁ ଜଣାଇବା ପରେ ସାମ୍ନାକୁ ଆସିଛି ଘଟଣା ।

loot in Bhubaneswar
ସୀମା ଟପିଲା ଲୁଟେରାଙ୍କ ଦୋରାତ୍ମ୍ୟ,

ସୂଚନା ମୁତାବକ ଲିଙ୍ଗରାଜ ଥାନା ନାଗେଶ୍ବର ଟାଙ୍ଗିରେ ପ୍ଲଟ ନମ୍ବର ୫୨୫୬/୪୮୧ରେ ରୁହନ୍ତି ଅବସରପ୍ରାପ୍ତ ମାନବେନ୍ଦ୍ର ମିତ୍ର ଓ ପରିବାର । ଅବସରପ୍ରାପ୍ତ ଅଧ୍ୟାପକ ଦମ୍ପତି ଅବସର ପରେ ଘରେ କେବଳ ଏକାକୀ ରୁହନ୍ତି । ହେଲେ ଗତ ୧୦ଦିନ ହେବ ସ୍ବାମୀଙ୍କ ଦେହ ଅସୁସ୍ଥ ହେବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ମହିଳା ବୃଦ୍ଧା ଜଣକ ତାଙ୍କ ପାଖକୁ ଯାଇଥିଲେ । ଗତ ୧୫ ଦିନ ହେବ ବୃଦ୍ଧା ଜଣକ ହସ୍ପିଟାଲକୁ ଯିବା ଆସିବା କରୁଥିଲେ । ଏହାର ସୁଯୋଗ ନେଇ ଘରେ କେହି ନଥିବା ବେଳେ ଲୁଟପାଟ କରିଛନ୍ତି ଦୁର୍ବୃତ୍ତ । ଘରର ଏକ ସିମେଣ୍ଟ ସ୍କାଏଲାଇଟ୍‌କୁ ଭାଙ୍ଗି ସୁଡ଼ଙ୍ଗ କରି ଘରେ ପଶିଥିଲେ ।

loot in Bhubaneswar
ହସ୍ପିଟାଲ ଯାଇଥିବା ବେଳେ ଘରୁ ଲୁଟ

ଏହା ବି ପଢନ୍ତୁ- ପୂଜା ପୂର୍ବରୁ ଦୁର୍ବୃତ୍ତଙ୍କ ଆତଙ୍କ: ୪ ଫ୍ଲାଟରୁ ଲୁଟିଲେ ୨ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ଗହଣା

ଏହାପରେ ଘରର କବାଟ କୋଲପ ଭାଙ୍ଗି ଘର ଭିତରେ ଥିବା ଲୁହା ଆଲମାରୀ ତାଡ଼ିଥିଲେ । ଏହାପରେ ପ୍ରତ୍ୟେକ ବ୍ୟାଗ ପର୍ସ ସବୁ ଖେଳାଇ ସୁନା ଅଳଙ୍କାର ସହ ନଗଦ ଟଙ୍କା ନେଇ ଛୁ ମାରିଛନ୍ତି । ତେବେ ଆଜି ସକାଳେ ଟଙ୍କା ନେବାକୁ ଘରକୁ ଆସିଥିବା ବେଳେ ଲୁଟ ନେଇ ଜାଣିଥିଲେ ବୃଦ୍ଧା । ଏହାପରେ ବୃଦ୍ଧା ଚେତାଶୂନ୍ୟ ହୋଇପଡ଼ିଥିବା ବେଳେ ଅଭିଯୋଗ ନେଇ ଲିଙ୍ଗରାଜ ଥାନାରେ ପହଞ୍ଚିଥିଲେ‌ । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ଘରର ଅବସ୍ଥା ଦେଖି ତାଜୁବ ହୋଇଯାଇଥିଲେ। ବୃଦ୍ଧାଙ୍କ କହିବା ଅନୁସାରେ ଘରୁ ନଗଦ ୪୦ରୁ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ଏହାସହ ଅଳଙ୍କାରରେ ବୃଦ୍ଧାଙ୍କର ହାର, ଚୁଡ଼ି, କାନଫୁଲ ଓ ପିଲାଙ୍କ କିଛି ଗହଣା ଥିବା ଜଣାପଡିଛି । ଏନେଇ ପୋଲିସ ଏକ ସ୍ବତନ୍ତ୍ର ଟିମ ସହ ତଦନ୍ତ ଆରମ୍ଭ କରିଛି । ତେବେ ବୃଦ୍ଧାଙ୍କ ସ୍ବାମୀ ହସ୍ପିଟାଲ ବେଡରେ ପଡ଼ିଥିବା ବେଳେ ଲୁଟେରାଙ୍କ ଏପରି ଘରେ ପଶି କଳା କାରନାମା ବୃଦ୍ଧାଙ୍କ ପାଇଁ ଚିନ୍ତା ବଢ଼ାଇଦେଇଛି । ଲୁଟ ପାଇଁ ଲୁଟେରା ଯେ ସବୁ ସୀମା ଟପିଛନ୍ତି ତାର ସାଙ୍ଘାତିକ ଚିତ୍ର ଆସିଛି । କାନ୍ଦି କାନ୍ଦି ମହିଳା ଜଣଙ୍କ ଥାନାରେ ଆସି ପୋଲିସକୁ ଜଣାଇବା ପରେ ସହରରେ ଲୁଟେରାଙ୍କ ଲୋକଙ୍କ କେଉଁ ଅବସ୍ଥା କରୁଛନ୍ତି ତାହା ଜଣାପଡିଛି ।

ଏହା ବି ପଢନ୍ତୁ- ପୂଜାରେ ମାତିଲେ ହାଇୱା ଲୁଟେରା, ବନ୍ଧୁକ ଦେଖାଇ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟିଲେ

କେବଳ ସେତିକି ନୁହେଁ ଗତ ନଭେମ୍ବର ୫ ତାରିଖରେ ମଧ୍ୟଭରତପୁର ଥାନା ଶ୍ରୀକ୍ଷେତ୍ର ରେସିଡେନ୍ସିରୁ ରାଜୀବ କୁମାର‌ଙ୍କ ଘରୁ ଲୁଟ୍‌ ହୋଇଥିଲା । ଆପାର୍ଟମେଣ୍ଟର ତୃତୀୟ ମହଲାରେ ପଶି ସୁନା ଅଳଙ୍କାର ସହ ସବୁକିଛି ଲୁଟି ନେଇଥିଲେ ଦୁର୍ବୃତ୍ତ । ସେହିପରି ୫ ନଭେମ୍ବର ଇନଫୋସିଟି ଥାନା ରଶ୍ମି ଏନକ୍ଲେଭ ଆପାର୍ଟମେଣ୍ଟରେ ଲୁଟ ହୋଇଥିଲା । ଦୁର୍ବୃତ୍ତ ରୋଷେଇ ଘର ପଟେ ପଶି ଲୁଟପାଟ କରିଥିଲେ । ୧୨ତାରିଖ ଦୀପାବଳିରେ ବାଣ ଫୁଟାଇବା ବେଳେ ତମାଣ୍ଡୋ ଥାନା କଳିଙ୍ଗ ବିହାରରୁ B9 370ରେ ରହୁଥିବା ମନୋଜ ବେହେରାଙ୍କ ଘରୁ ପଶି ଠଉକିଆ ଚୋର ଲୁଟ କରିଥିଲେ । ଘର ଲୋକ ସମ୍ପର୍କୀୟ ଘରକୁ ବାଣ ଫୁଟାଇବା ଯାଇଥିବା ବେଳେ ଘର ଭିତରୁ ଲୁଟପାଟ କରି ଛୁ ମାରିଥିଲେ । ଏନେଇ ତମାଣ୍ଡୋ ଥାନାରେ‌ ଜଣାଇଥିଲେ ଅଭିଯୋଗକାରୀ । ତେବେ ପୂଜା ପରଠୁ ବାରମ୍ବାର ଏପରି ଅଭିଯୋଗ ଆସୁଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.