ETV Bharat / state

ପୁଣି ଫାଇନାନ୍ସ କର୍ମଚାରୀଙ୍କୁ ଟାର୍ଗେଟ, ବାଲିପାଟଣାରେ ଲୁଟିଲେ କଲେକ୍ସନ ଟଙ୍କା - ପୁଣି ରାଜଧାନୀ ଉପକଣ୍ଠରେ ମାତିଲେ ଲୁଟେରା

Loot from Finance company staff: କିଛି ଦିନର ବ୍ୟବଧାନ ପରେ ପୁଣି ରାଜଧାନୀ ଉପକଣ୍ଠରେ ମାତିଲେ ଲୁଟେରା । ଫାଇନାନ୍ସ କର୍ମଚାରୀଙ୍କଠୁ ଲୁଟିନେଲେ ୧୭ ହଜାର କଲେକ୍ସନ ଟଙ୍କା । ଅଧିକ ପଢନ୍ତୁ

loot from Finance company staff
loot from Finance company staff
author img

By ETV Bharat Odisha Team

Published : Dec 10, 2023, 8:43 PM IST

ପୁଣି ଫାଇନାନ୍ସ କର୍ମଚାରୀଙ୍କୁ ଟାର୍ଗେଟ
ପୁଣି ଫାଇନାନ୍ସ କର୍ମଚାରୀଙ୍କୁ ଟାର୍ଗେଟ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ମାତିଲେ ଲୁଟେରା । ବାଇକରେ ଆସି ମାରଣାସ୍ତ୍ର ଦେଖାଇ ଲୁଟିଲେ ଟଙ୍କା । ଦୀର୍ଘଦିନ ପରେ ପୁଣି ସାମ୍ନାକୁ ଆସିଛି ଫାଇନାନ୍ସ କର୍ମଚାରୀଙ୍କୁ ଲୁଟପାଟ ଗ୍ୟାଙ୍ଗ । ବାଲିପାଟଣା ଥାନା ଅଞ୍ଚଳରେ ମାତିଲେ ଏହି ଲୁଟେରା । ବସନ୍ତମାଳ ଛକ ନିକଟରେ ଫାଇନାନ୍ସ କର୍ମଚାରୀଙ୍କୁ ଅଟକାଇ ଲୁଟିଲେ କଲେକ୍ସନ ଟଙ୍କା । ଏମିତି ଏକ ଲୁଟର ଶିକାର ହୋଇଛନ୍ତି ବନ୍ଧନ ବ୍ୟାଙ୍କର କର୍ମଚାରୀ ଚିତ୍ତରଞ୍ଜନ ନାୟକ । ଏନେଇ ବାଲିପାଟଣା ଥାନାରେ ଆଣିଛନ୍ତି ଲୁଟପାଟ ନେଇ ଅଭିଯୋଗ ।

ସୂଚନା ମୁତାବକ ନିମାପଡା ଓ ବାଲିପାଟଣା ଅଞ୍ଚଳରେ କଲେକ୍ସନ ଦାୟିତ୍ବରେ ଅଛନ୍ତି ଚିତ୍ତରଞ୍ଜନ । ନିଜର ଦାୟିତ୍ବ ତୁଲାଇବା ଲାଗି ସେ ଆଜି କଲେକ୍ସନ ପାଇଁ ଯାଇଥିଲେ । ଦୁଇ ୩ ଜଣଙ୍କ ଠାରୁ ପ୍ରାୟ‌ ୧୭ ହଜାର ଟଙ୍କା କଲେକ୍ସନ କରିଥିଲେ । ପରେ ଭାଟବନ୍ଧ ଅଞ୍ଚଳର ଜଣେ ଗ୍ରାହକଙ୍କ ପାଖକୁ କଲେକ୍ସନ ପାଇଁ ଯାଇଥିଲେ । ସେଠାରେ ମଧ୍ୟ ଜଣେ ଗ୍ରାହକଙ୍କଠାରୁ କଲେକ୍ସନ କରି ଫେରୁଥିଲେ । ହଠାତ୍‌ ନିମାପଡା ଓ ବାଲିପାଟଣା ରାସ୍ତାରେ ତାଙ୍କୁ ୨ ଜଣ ଦୁର୍ବୃତ୍ତ ଏକ ବାଇକରେ ପିଛା କରୁଥିବା ସେ ଅନୁଭବ କରିଥିଲେ । ଯେହେତୁ ଅନେକ ସମୟରେ ଟଙ୍କା ନେଇ ଆସନ୍ତି ସେନେଇ ଟିକେ ଧ୍ୟାନ ଦେଇ ଲୋକ ଗହଳି ଦେଖି ବାଟରେ ରହିଥିଲେ ।

ଏହା ବି ପଢନ୍ତୁ- ମୁଣ୍ଡରେ ବନ୍ଧୁକ ଲଗାଇ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ୍‌

ପରେ ପୁଣି ଫାଙ୍କା ଦେଖି ଆଗକୁ ଯିବା ବେଳେ ହଠାତ ବାଇକରେ ଥିବା ୨ଜଣ କେଉଁଠି ଲୁଚିଥିଲେ । ପୁଣି ତାଙ୍କୁ ପିଛା କରିଥିଲେ । ବସନ୍ତମାଳ ଛକ ପାଖାପାଖି ସେ ହଠାତ ଗାଡି ଆଗକୁ ଆସି ହାତରେ ଏକ ମାରଣାସ୍ତ୍ର ଦେଖାଇ ଗାଡି ରଖ କହି ଧମକାଇଥିଲେ । ଚିତ୍ତରଞ୍ଜନ ହଠାତ ଡରିଯାଇ ବିଚଳିତ ହୋଇ ଗାଡି ଧାଇଁବାକୁ ଚେଷ୍ଟା ବେଳେ ଲୁଟେରାଙ୍କ ମଧ୍ୟରୁ ପଛରେ ବସିଥିବା ଜଣଙ୍କ ତାଙ୍କ ଗାଡ଼ିକୁ ଗୋଡରେ ଧକ୍କା ଦେଇଥିଲା । ଫଳରେ ଭାରସାମ୍ୟ ହରାଇ ସେ ତଳେ ପଡ଼ିଯାଇଥିଲେ । ଏହି ସମୟରେ ଦୁଇ ଲୁଟେରା ହଠାତ ଆସି ତାଙ୍କ‌ ବେକରେ ମାରଣାସ୍ତ୍ର ଲଗାଇ ଟଙ୍କା କାଢ଼ିବାକୁ କହିଥିଲେ । ହେଲେ ସେ ଟଙ୍କା ଦେବାକୁ ମନା କରିବାରୁ ରାସ୍ତା ଉପରେ ତାଙ୍କୁ ମାଡ଼ ମାରିବା ସହ ଅଶ୍ରାବ୍ୟ ଭାଷାରେ ଗାଳି କରିଥିଲେ । ଏହାପରେ ବ୍ୟାଗ ଭିତରେ ଥିବା ୧୭ହଜାର ଟଙ୍କା ନଗଦ କ୍ୟାସ ନେଇ ନିମପଡା ଆଡ଼କୁ ଛୁ ମାରିଥିଲେ।

ଏହାପରେ ଚିତ୍ତରଞ୍ଜନ ଥାନାରେ ଏତଲା ଦେଇଛନ୍ତି । କଲେକ୍ସନ କରୁଥିବା ସମୟରେ କେହି ତାଙ୍କୁ ପିଛା କରିଛନ୍ତି ବୋଲି ସେ ସନ୍ଦେହ କରିଛନ୍ତି । ପରେ ଏକୁଟିଆ ନିଛାଟିଆ ଦେଖି ଏପରି ଲୁଟପାଟ କରିଛନ୍ତି । ଏନେଇ ପୋଲିସରେ ଜଣାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ରାଜଧାନୀ ଉପକଣ୍ଠ ବାଲିପାଟଣା ଓ ବାଲିଅନ୍ତା ଅଞ୍ଚଳରେ ପୂର୍ବରୁ ଅନେକ ଏପରି ଲୁଟପାଟର ନଜିର ରହିଛି । ପୁଣି ଦୀର୍ଘ ଦିନ‌ ପରେ ଫାଇନାନ୍ସ କର୍ମଚାରୀଙ୍କୁ ଲୁଟପାଟ ଘଟଣା ପୋଲିସକୁ ଚ୍ୟାଲେଞ୍ଜ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.