ETV Bharat / state

ଆଗକୁ ପାର୍ବଣ, ରାଜଧାନୀରେ ଏବେଠୁ ମାତିଲେଣି ଲୁଟେରା; ଟାର୍ଗେଟରେ ଗହଣା ଦୋକାନ

author img

By ETV Bharat Odisha Team

Published : Sep 2, 2023, 8:50 PM IST

ଭୁବନେଶ୍ବର ଇନଫୋସିଟି ଥାନା ପଟିଆ ଷ୍ଟେସନ ନିକଟ ସୁନା ଦୋକାନରୁ ଦୁର୍ବୃତ୍ତଙ୍କ ଲୁଟ । ଦୋକାନର ସଟର ତାଡି ଏବଂ ସିସିଟିଭି ଭାଙ୍ଗି ଲୁଟପାଟ କରିଛନ୍ତି ଦୁର୍ବୃତ୍ତ । ଅଧିକ ପଢ଼ନ୍ତୁ

miscreants loot jewellery shop
ଭୁବନେଶ୍ବରରେ ସୁନା ଦୋକାନରୁ ଦୁର୍ବୃତ୍ତଙ୍କ ଲୁଟ

ଭୁବନେଶ୍ବର: ଆଉ ଦିନ କେଇଟା ପରେ ବିଶ୍ଵକର୍ମା ପୂଜା । ପରେ ପରେ ଆରମ୍ଭ ହେବ ପାର୍ବଣ । ପୂଜାର ମାହୋଲରେ ବଢିବ ବ୍ୟବସାୟ ଓ ଲୋକଙ୍କ ଆତଯାତ । ଏହା ପୂର୍ବରୁ ମଉକା ଖୋଜିଲେଣି ଅପରାଧି । ରାଜଧାନୀରେ ମାତିଲେଣି ଲୁଟେରା । ଇନଫୋସିଟି ଥାନା ପଟିଆ ଷ୍ଟେସନ ନିକଟ କଳାରାହାଙ୍ଗର ମା' ମଙ୍ଗଳା ଜୁଏଲାରୀରୁ ଲୁଟ ହୋଇଛି । ଦୋକାନର ସଟର ତାଡି ଏବଂ ସିସିଟିଭି ଭାଙ୍ଗି ଲୁଟପାଟ କରିଛନ୍ତି ଦୁର୍ବୃତ୍ତ । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ସୁନା ଦୋକାନୀ ମାଲିକ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ସକାଳେ ଆସିବା ବେଳେ ଦୋକାନ ତାଲା କଟାଯାଇଥିବା ଓ ସଟର ଭଙ୍ଗା ଯାଇଥିବା ସେ ଦେଖିବାକୁ ପାଇଥିଲେ ଏବଂ ଦୋକାନରୁ ଲୁଟ ହୋଇଥିବା ନେଇ ଜାଣିବାକୁ ପାଇଥିଲେ । ଦୋକାନ ଖୋଲିବା ଦେଖିବା ପରେ କ୍ୟାସ କାଉଣ୍ଟରରୁ ୧୫ହଜାର ଟଙ୍କା ଗାୟବ ହୋଇଥିବା ଜାଣିବାକୁ ପାଇଲେ । କିନ୍ତୁ ଲକରରେ ଥିବା ସୁନା ଗହଣା ନେଇ ପାରିନଥିବା ବେଳେ ଲକରକୁ ଭାଙ୍ଗିବା ପାଇ ବହୁତ ଉଦ୍ୟମ କରି ବିଫଳ ହୋଇଛନ୍ତି । ଦୋକାନର‌ କିଛି ଶୋ' କେସରେ ଇମିଟେସନ ରହିଥିଲା ତାକୁ ଜାଣିପାରି ହାତ ମାରିନହାନ୍ତି ଦୁର୍ବୃତ୍ତ । ଏନେଇ ଥାନାରେ ଅଭିଯୋଗ ପରେ ଇନଫୋସିଟି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇବର‌ ଫରେନସିକ ସାହାଯ୍ୟରେ ଲୁଟେରାଙ୍କ ଲୁଟ ଅପରେସନ ଓ ପ୍ରମାଣ ସଂଗ୍ରହ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଦୁର୍ବୁତ୍ତଙ୍କ ଆତଙ୍କରାଜ, ସୁନା ବେପାରୀଙ୍କୁ ଗୁଳି କରି ଲୁଟ

ସିସିଟିଭି ଫୁଟେଜର ଯାଞ୍ଚ ବେଳେ ପୋଲିସ ହାତରେ କିଛି ପ୍ରମାଣ ଲାଗିଛି । କଏଦ ହୋଇଥିବା ଫୁଟେଜରେ ଜଣାପଡୁଛି ଯେ, ସେମାନେ ଲୁଟ ଅପରେସନ କରିବା ପୂର୍ବରୁ ଜାଣିପାରି ସିସିଟିଭିରୁ ବର୍ତ୍ତିବାକୁ ବାଉଁଶରେ ବୁଲାଇଦେଇଛନ୍ତି । ପୋଲିସର ସନ୍ଦେହ ଅନୁସାରେ ଦୁର୍ବୃତ୍ତମାନେ ଶାବଳ ସାହଯ୍ୟରେ ସଟର ତାଡ଼ି ଦୋକାନ ଭିତରକୁ ପ୍ରବେଶ କରିଥିଲେ । ଏକାଧିକ ଦୁର୍ବୃତ୍ତ ଲୁଟରେ ସାମିଲ ଥିବା ପୋଲିସ ସନ୍ଦେହ କରୁଛି । ତେବେ ପୂର୍ବରୁ ଅନେକ ଥର ବ୍ୟବସାୟୀକ ପ୍ରତିଷ୍ଠାନରୁ ଲୁଟ ହେବାର ଖବର ସାମ୍ନାକୁ ଆସିଛି । ପାର୍ବଣ ଆସୁଥିବାରୁ ସହରରେ ଲୁଟପାଟ ହେବାରୁ ସମ୍ଭାବନା ରହିଛି । ଏହି ଲୁଟେରାଙ୍କୁ ଧରିବା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.