ETV Bharat / state

ବନ୍ଧୁକ ମୁନରେ ବାପ-ଝିଅଙ୍କଠୁ ଲୁଟ୍

author img

By

Published : Aug 6, 2021, 10:28 AM IST

ଖୋର୍ଦ୍ଧାରେ ଦିନ ଦ୍ୱିପହରରେ ବାପ-ଝିଅଙ୍କ ଠାରୁ ଲୁଟ୍ । ଝିଅଠୁ ସୁନା ଚେନ୍ ଲୁଟ୍ ସହ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

ଦିନ ଦ୍ବିପହରରେ ବନ୍ଧୁକ ମୁନରେ ବାପ-ଝିଅଙ୍କୁ ଲୁଟ୍

ଖୋର୍ଦ୍ଧା: ଦିନ ଦ୍ୱିପହରରେ ରାସ୍ତା ମଝିରେ ବନ୍ଧୁକ ମୁନରେ ହୋଇଛି ଲୁଟ । ଲୁଟର ଶିକାର ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଆଙ୍କୁଲା ପଦର ଗ୍ରାମର ଲଲାଟ କୁମାର ବେହେରା ଓ ତାଙ୍କ ଝିଅ ସୁନୀତା ବେହେରା ।

ଗତକାଲି(ଗୁରୁବାର) ମଧ୍ୟାହ୍ନ ସମୟରେ ଲଲାଟ ଓ ତାଙ୍କ ଝିଅ ସୁନୀତା ଖୋର୍ଦ୍ଧାରୁ ଟିକା ନେଇ ଫେରୁଥିଲେ । ଏହି ସମୟରେ ପୁର୍ବରୁ ଏକ ମୋଟର ସାଇକେଲରେ ଏମାନଙ୍କ ପିଛା କରି ଆସୁଥିବା କିଛି ଦୁର୍ବୁତ୍ତ ଭାଟପଡା ଓ ବିଞ୍ଝାଳ ମଧ୍ୟବର୍ତ୍ତୀ ଏକ ଶୁନ୍ ଶାନ୍ ଜାଗାରେ ଲଲାଟଙ୍କ ଗାଡି ଅଟକାଇ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରିଥିଲେ ।

ଏନେଇ ବାପ-ଝିଅ ପ୍ରତିବାଦ କରିବାରୁ ଦୁର୍ବୃତ୍ତ ଉଭୟଙ୍କୁ ବନ୍ଧୁକରେ ମାଡମାରି ଲହୁ ଲୁହାଣ କରି ସୁନୀତା ପିନ୍ଧିଥିବା ୧୨ ଗ୍ରାମର ସୁନା ଚେନ ସହ ଲଲାଟଙ୍କ ଠାରୁ ନଗଦ ୫୦୦୦ ଟଙ୍କା ଓ ଅତ୍ୟାବଶ୍ୟକ କାଗଜପତ୍ର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏନେଇ ଲଲାଟ ବାଣପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.