ETV Bharat / state

ମହଙ୍ଗା ପଡିଲା ଲୁଟ ଉଦ୍ୟମ, କାବୁ କରି ନିସ୍ତୁକ ମାଡ ପରେ ପୋଲିସ ଜିମା ଦେଲେ ଲୋକେ - ୨ ଯୁବକ ଗିରଫ

ଲୁଟ ଉଦ୍ୟମ ବେଳେ ଧରା ପଡିଥିଲେ ଦୁର୍ବୃତ୍ତ । ସ୍ଥାନୀୟ ଲୋକେ ଦୁର୍ବୃତ୍ତଙ୍କୁ କାବୁ କରି ନିର୍ଦ୍ଧୁମ ମାଡ ମାରିବା ସହ ପୋଲିସରେ ଜିମା ଦେଇଛନ୍ତି । ଅଧିକ ପଢନ୍ତୁ

ଅଟୋ ଚାଳକଙ୍କ ଠାରୁ ଲୁଟ ଉଦ୍ୟମ
ଅଟୋ ଚାଳକଙ୍କ ଠାରୁ ଲୁଟ ଉଦ୍ୟମ
author img

By ETV Bharat Odisha Team

Published : Sep 3, 2023, 10:24 AM IST

ଅଟୋ ଚାଳକଙ୍କ ଠାରୁ ଲୁଟ ଉଦ୍ୟମ

ଖୋର୍ଦ୍ଧା: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଲୁଟ କରୁଛନ୍ତି ଲୁଟେରା । ଦିନ ଦ୍ବିପହରରେ ଲୁଟ କରି ଖେଳାଉଛନ୍ତି ଆତଙ୍କରାଜ । ସେହିପରି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳରେ ରାସ୍ତାରେ ଯାଉଥିବା ଏକ ଅଟୋକୁ ଅଟକାଇ ଲୁଟ ଉଦ୍ୟମ ବେଳେ ଧରା ପଡିଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ଦୁର୍ବୃତ୍ତଙ୍କୁ ମାଡ ମାରିବା ସହ ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ ।

ସୂଚନା ମୁତାବକ, ବେଗୁନିଆ ଥାନା ଅନ୍ତର୍ଗତ ତାଳତୁମ୍ବ ରାସ୍ତାରେ ଗୋଟିଏ ଅଟୋ ଯାଉଥିଲା । ଅଟୋ ଚାଳକ ଏକୁଟିଆର ଯାଉଥିବାର ସୁଯୋଗ ନେଇ ଦୁଇ ଯୁବକ ଅଟୋକୁ ଅଟକାଇ ଡ୍ରାଇଭରକୁ ଅତର୍କିତ ଆକ୍ରମଣ କରିଥିଲେ । ଏପରି କି କିଛି ଲଙ୍କା ଗୁଣ୍ଡ ଅଟୋ ଡ୍ରାଇଭର ମୁହଁକୁ ଫିଙ୍ଗି ପାଖରେ ଥିବା ଟଙ୍କା ସହ ଗାଡିକୁ ଛଡାଇ ନେଇଯିବାକୁ ଉଦ୍ୟମ କରୁଥିଲେ । ହେଲେ ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ମାନେ ଜାଣିପାରି ଉଭୟ ଦୁର୍ବୃତ୍ତକୁ କାବୁ କରିଥିଲେ । ଏଥିସହ ଗ୍ରାମବାସୀ ୨ଜଣଙ୍କୁ ବାନ୍ଧି ଉତ୍ତମ ମଧ୍ୟମ ଦେଇଥିଲେ । ଏହାପରେ ବେଗୁନିଆ ଥାନାକୁ ଖବର ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ....ମୃତକଙ୍କ ଘରେ ଚୋରି କରିବାକୁ ପ୍ରବର୍ତ୍ତାଇଲା ଆମ୍ବୁଲାନ୍ସ ଡ୍ରାଇଭର: ପୁଅ ସହ ଅନ୍ୟ ସହଯୋଗୀ ଗିରଫ

ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଦୁଇଜଣ ଯୁବକଙ୍କୁ ଗ୍ରାମବାସୀଙ୍କ ଠାରୁ ଉଦ୍ଧାର କରି ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି । ସେପଟେ ଅଟୋ ଡ୍ରାଇଭର ଅଭିଯୋଗ କ୍ରମେ ମାମଲା ରୁଜୁ ହେବ ବୋଲି ପୋଲିସ କହିଛି । ତେବେ ଗାଁ ଗହଳିରେ ଏପରି ଲୁଟ କରିଥିବା ଦୁର୍ବୃତ୍ତମାନଙ୍କର ପରିଚୟ ମିଳିପାରି ନଥିବା ବେଳେ କିପରି ଏଠାକୁ ଆସି ଆନ୍ତଙ୍କରାଜ କରୁଛନ୍ତି ତାହା ଉପରେ ଅଧିକ ତଦନ୍ତ କରୁଛି ପୋଲିସ । ସେହିପରି ଗ୍ରାମାଞ୍ଚଳରେ ସ୍ଥାନୀୟ ପୋଲିସ ପକ୍ଷରୁ ପାଟ୍ରୋଲିଂ କରା ନ ଯିବାରୁ ନିଛାଟିଆ ରାସ୍ତାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଦିନରେ ଲୁଟ କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ତୁରନ୍ତ ପୋଲିସ ପକ୍ଷରୁ ପାଟ୍ରୋଲିଂ କରିବା ସହିତ ନିଛାଟିଆ ଜାଗା ମାନଙ୍କରେ ନଜର ରଖିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...RWSS ବିଭାଗର ଲକ୍ଷାଧିକ ଟଙ୍କାର ଜେନେରେଟର ଚୋରି, ୬ ଜଣ ଗିରଫ

ପ୍ରକାଶ ଥାଉକି, ସେହିପରି କିଛି ଦିନ ପୂର୍ବରୁ କନ୍ଧମାଳରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଥିଲା । ଗୁଳିମାଡ଼ କରି ସୁନା ବ୍ୟାଗ୍‌ ଛଡ଼ାଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ବ୍ୟବସାୟୀଙ୍କ କାନ୍ଧରେ ଗୁଳି ବାଜିଥିବା ବେଳେ ମେଡିକାଲରେ ଭର୍ତ୍ତି ହୋଇଥିଲେ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ନେହୁରୁ ଛକ ଠାରେ ଘଟିଥିଲା ଏହି ଘଟଣା । ତେବେ ଆହତ ସୁନା ବେପାରୀ ଜଣକ ବାଲିଗୁଡ଼ା ନୁଆସାହି ସୁବାସ ଆଚାରୀ ବୋଲି ଜଣାପଡିଥିଲା ।

ଇଟିଭି ଭାରତ,ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.