ETV Bharat / state

ଥାନାରେ ମହାଭାରତ, ଦୁର୍ବୃତ୍ତଙ୍କ ମାଡ଼ରେ ପୋଲିସ ଲହୁଲୁହାଣ - constable

ଶହୀଦ ନଗର ଥାନାରେ ଭଙ୍ଗାରୁଜା ଓ ମାରପିଟ୍‌ କରିଛନ୍ତି ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ସହିଦନଗର ଥାନା ଆଇଆଇସିଙ୍କ ସମେତ ୪ ଆହତ ହୋଇଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Mar 4, 2019, 3:22 PM IST

ଭୁବନେଶ୍ବର: ଥାନା ଭିତରେ ଖଣ୍ଡଯୁଦ୍ଧ । ନିମିଷକ ଭିତରେ ରଣ କ୍ଷେତ୍ର ପାଲଟି ଗଲା ଥାନା ପରିସର । ଏହି ଭୀଷଣ ଲଙ୍କାକାଣ୍ଡରେ ପୋଲିସ ଉପରେ ପଡିଛି ନିର୍ଦ୍ଧୁମ ମାଡ । ଏଭଳି ଏକ ଅଭାବନୀୟ, ଅପ୍ରତ୍ୟାଶିତ ଘଟଣା ଘଟିଛି ଶହୀଦ ନଗର ଥାନାରେ । ଥାନାରେ ଭଙ୍ଗାରୁଜା ଓ ମାରପିଟ୍‌ କରିଛନ୍ତି ଏତଲା ନେଇ ଆସିଥିବା ଦୁଇ ଗୋଷ୍ଠୀ । ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ସହିଦନଗର ଥାନା ଆଇଆଇସିଙ୍କ ସମେତ ୪ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ରବିବାର ରାତି ପ୍ରାୟ ୧୨ ଟା ସମୟରେ ଦୁଇଗୋଷ୍ଠୀ ମଧ୍ୟରେ ଥିବା ଗଣ୍ଡଗୋଳ ଥାନାରେ ନେଇଥିଲା ଭୀଷଣ ରୂପ । ପୂର୍ବରୁ ପୋଲିସ ହେପାଜତରେ ଥିବା ଗୋଟିଏ ଗୋଷ୍ଠୀର ଅଭିଯୁକ୍ତଙ୍କୁ ଅନ୍ୟ ଗୋଷ୍ଠୀର କିଛି ଯୁବକ ଆକ୍ରମଣ କରିବା ସମୟରେ ଏଭଳି ଅଘଟଣ ଘଟିଛି । ଆକ୍ରମଣକାରୀଙ୍କୁ ରୋକିବାକୁ ଯାଇ କନଷ୍ଟେବଳ, ଏଏସଆଇ, ଆଇଆଇସି ସମସ୍ତେ ଲହୁଲୁହାଣ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ଏଏସଆଇଙ୍କ ମୁଣ୍ଡ ଫାଟିବା ସହ କନଷ୍ଟେବଳ ଓ ଏଏସଆଇ୍‌ ମଧ୍ୟ ଆହତ ହୋଇଛନ୍ତି । ଗଣ୍ଡଗୋଳ ସମୟରେ ଥାନାରେ ଥିବା ଟିଭି ସହ ଆସବାପତ୍ର ଭଙ୍ଗାରୁଜା ଓ ଫାଇଲ ଫୋପାଡା ଫୋପଡି କରିଥିଲେ ଦୁର୍ବୃତ୍ତ।

ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୋଲିସ । ଏନେଇ ସିସିଟିଭି ଫୁଟେଜ୍‌କୁ ଆଧାରକରି ପୋଲିସ ଯାଞ୍ଚ ଆରମ୍ଭ କରିଛି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ଡରାଇଛି ପ୍ରଶ୍ନ ପତ୍ର ଭାଇରାଲ୍। ତ୍ରିସ୍ତରୀୟ ସୁରକ୍ଷାରେ ରହିବ ପରୀକ୍ଷା କେନ୍ଦ୍ର।

ଉଚ୍ଚ ମାଧ୍ୟମିକ ଶିକ୍ଷା ଅଧିକାରୀଙ୍କୁ ଘାରିଛି ପ୍ରଶ୍ନ ପତ୍ର ଭାଇରାଲ୍ ଡର। ଦଶମ ପରୀକ୍ଷା ରେ ପ୍ରଶ୍ନ ପତ୍ର ବାଇରାଲ୍ କୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ର ଅଧିକାରୀ ମାନକର ମୁଣ୍ଡ ବିନ୍ଧାର କାରଣ ସାଜିଛି। କିଭଳି ଭାବରେ ଏହାକୁ ରୋକ ଯାଇପାରିବ ସେ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପିଲାଙ୍କର ସୁରକ୍ଷା ସହ ପ୍ରଶ୍ନ ପତ୍ର କୁ ନେଇ ମଧ୍ୟ ଚିନ୍ତା ର ବିଷୟ ପାଲଟିଛି।  ଓଡ଼ିଶାରେ ଥିବା ୧୦୯୧ଟି ପରୀକ୍ଷା କେନ୍ଦ୍ର ଥିବା ବେଳେ ୯୩୬ଟି କେନ୍ଦ୍ରରେ ସିସିଟିଭି ଲଗାଯାଇଛି। 

ସୂଚନା ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ ୭ତାରିଖ ରୁ ୩୦ତାରିଖ ପର୍ଯ୍ୟନ୍ତ ଆରମ୍ଭ ହେଉଛି ଉଚ୍ଚ ମାଧ୍ୟମିକ ପରୀକ୍ଷା। ୩,୬୯,୫୩୭ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଛନ୍ତି। କଳା ରେ ୨୩୫୧୮୭, ବାଣିଜ୍ୟରେ ୨୭୨୭୮ ଏବଂ ବିଜ୍ଞାନ ରେ ୯୯୦୧୮ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ। ସେଥିପାଇଁ ଶିକ୍ଷା ଅଧିକାରୀ ମାନେ ତତ୍ପର ହୋଇପଡିଛି। ପରୀକ୍ଷା କେନ୍ଦ୍ର ଗୁଡିକକୁ କଡ଼ା କଡ଼ି କରିଥିବା ବେଳେ ପ୍ରଶ୍ନ ପତ୍ର କୁ ଭାଇରାଲ ନ କରିବାକୁ ପ୍ରୟାସ ଜରିରଖିଛନ୍ତି। ଏସବୁ ବାଦ ୨୦୧୮-୧୯ରେ ପରୀକ୍ଷା ଦେଉଥିବା ଛାତ୍ର ଛାତ୍ରୀ ମାନଙ୍କୁ ଧଳା ରଙ୍ଗର କାଗଜରେ ପ୍ରଶ୍ନ ପତ୍ର ଦିଆଯିବ ସହ  ୨୦୧୭ପୂର୍ବରୁ ଏକ୍ସ୍ ରେଗୁଲାର ପରୀକ୍ଷାର୍ଥୀ ମାନଙ୍କ ପାଇଁ ହଳଦିଆ ପ୍ରଶ୍ନ ପତ୍ର ପ୍ରଦାନ କରାଯିବ।

ପରୀକ୍ଷା କେନ୍ଦ୍ରକୁ ପରୀକ୍ଷା ହେବାକୁ ଥିବା ଠିକ୍ ୩୦ ମିନିଟ ଭିତରେ ପିଲାମାନଙ୍କ ସାମନାରେ ପ୍ରଶ୍ନ ପତ୍ର ଖୋଲାଯିବ। ଏଥିପାଇଁ ଏକ ସ୍କୁଆଡ଼ ଗଠନ କରାଯାଇଛି। ସ୍କୁଆଡ୍ ବିନା କୌଣସି ଶିକ୍ଷକ ଶିକ୍ଷୟତ୍ରୀ ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ଫୋନ ନେଇପାରିବେ ନାହିଁ । ଛାତ୍ର ଛାତ୍ରୀ ମାନକୁ ପରୀକ୍ଷା କେନ୍ଦ୍ର କୁ ଯିବାକୁ ହେଲେ ଆଡ଼ମି ଟି କାଡ ସହ କୌଣସି ଡିଜିଟାଲ ଫୋନରେ ବା ଡିଜିଟାଲ ଘଂଟା ଭିତରକୁ ପ୍ରବେଶ କରିପାରିବେ ନାହିଁ। ଯଦି କୌଣସି ଲୋକ କଲେଜ ଅଖ ପାଖ ରେ ସନ୍ଦେହ ଜନକ ଭାବେ ବୁଲୁଥିବା ତୁରନ୍ତ  ଖବର ଦେବା ପାଇଁ କହିଛନ୍ତି ଶିକ୍ଷା ପରିଷଦ ବିଭାଗ। ଏହାର ନମ୍ବର ହେଲା ( କଣ୍ଟ୍ରୋଲ ରୁମ୍ ନଂ- ୦୬୭୪ ୨୩୦୩୮୦୩, ୨୩୦୦୦୯୯)। ପରୀକ୍ଷା କୁ ଦୃଷ୍ଟି ରେ ରଖି ଶିକ୍ଷା ପରିଷଦ ବିଭାଗ ପକ୍ଷ ରୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି। ଯାହାକି ପରୀକ୍ଷା କେନ୍ଦ୍ର ଗୁଡିକରେ ୪ଟି ଜୋନରେ ସ୍କୁଆଡ୍ ରହିବେ। ତାଛଡା କଲେଜ ମାନକର ଥିବା ଶିକ୍ଷକ ମାନେ ମଧ୍ୟ ପରିଚାଳନା କରିପାରିବେ। 

ଚଳିତ ବର୍ଷ ପରୀକ୍ଷାକୁ ନେଇ ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା କରିବାକୁ ଆଶା ରଖିଛନ୍ତି ବିଭାଗୀୟ ଅଧିକାରୀ। ଚଳିତ ବର୍ଷ ଦଶମ ପରୀକ୍ଷାରେ ଯେଉଁ ଭଳି ପ୍ରଶ୍ନ ପତ୍ର ଭାଇରଲ୍ କରାଯାଇଛି , ସେଥିପାଇଁ ଚଳିତ ବର୍ଷ ପରୀକ୍ଷା ରେ ସୁରକ୍ଷା ବ୍ୟବସ୍ଥା କଡାକଡି ଗ୍ରହଣ କରାଯିବ। ଏଥିପାଇଁ ପରାୟ ସମସ୍ତ କଲେଜ ରେ ସିସିଟିଭି କ୍ୟାମେରା ଲଗାଯାଇଛି। ପ୍ରଶ୍ନ ପତ୍ର ଲିକ୍ ନ ହେବା ପାଇଁ ସତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ

Byte- ଅମରେନ୍ଦ୍ର କୁମାର ପଟ୍ଟନୟକ, chairman

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.