ETV Bharat / state

ପାର୍ବଣରେ ଡକାୟତି ଯୋଜନା ପଣ୍ଡ, ଧରାପଡ଼ିଲା ମିରିଚି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍

author img

By ETV Bharat Odisha Team

Published : Oct 7, 2023, 9:47 PM IST

ଫିକା ପଡ଼ିଗଲା ଡକାୟତି ଗ୍ୟାଙ୍ଗର ପୂଜା ଧମାକା । ଯୋଜନା ପୂର୍ବରୁ ଉଠାଇନେଲା ପୋଲିସ । ଅଧିକ ପଢନ୍ତୁ

ପାର୍ବଣରେ ଡକାୟତି ଯୋଜନା ପଣ୍ଡ , ମୁଖ୍ୟ ଅଭିଯୁକ୍ତ ସହ ୫ ଗିରଫ

ଭୁବନେଶ୍ବର: ଖଣ୍ଡଗିରି ପୋଲିସକୁ ବଡ ସଫଳତା । ଖଣ୍ଡଗିରି ଅଞ୍ଚଳରେ ଡକାୟତି ଯୋଜନା ପଣ୍ଡ ୫ ଅଭିଯୁକ୍ତ ଗିରଫ । ଚଳିତ ବର୍ଷ ପୂଜା ସମୟରେ ଅପରାଧିମାନଙ୍କ ଆରମ୍ଭ ହୋଇଛି ଅପରାଧିକ କାର୍ଯ୍ୟକଳାପ । ଏକ ଡକାୟତି ଗ୍ୟାଙ୍ଗ ବଡଧରଣର ଡକାୟତି ରାହାଜାନୀ ଓ ଛିନତାଇ କରିବା ପାଇଁ ଯୋଜନା କରୁଥିବାବେଳେ ମାଡି ବସିଛି ଖଣ୍ଡଗିରି ପୋଲିସ । ମୁଖ୍ୟ ଅଭିଯୁକ୍ତ ମଣ୍ଟୁ ପାଇକରାୟ ସହ ୫ଜଣକୁ ଗିରଫ କରିଛି ପୋଲିସ ।

ଏସିପି ପ୍ରଦୀପ ରାଉତଙ୍କୁ ସୂଚନା ମୁତାବକ ଅଭିଯୁକ୍ତମାନେ ଏକ ଜାଗାରେ ବସି ଡକାୟତି ପାଇଁ ଯୋଜନା କରୁଥିଲେ । ଏନେଇ କୌଣସି ପ୍ରକାରେ ଖବର ପାଇ ଖଣ୍ଡଗିରି ଥାନା ପୋଲିସ୍ ସେଠାରେ ପହଞ୍ଚି ଥିଲା । ଏହି ସମୟରେ ଅପରାଧିମାନେ ଖସି ଯିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ପୋଲିସ ସମସ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ସେମାନଙ୍କ ଠାରୁ ଲଙ୍କା ପାଉଡର ସ୍ପ୍ରେ ଏବଂ ବହୁ ମାରଣାସ୍ତ୍ର ମଧ୍ୟ ଜବତ କରିଛି ପୋଲିସ ।

ଅଭିଯୁକ୍ତମାନେ ବିଶେଷ କରି ଅନେକ ଅପରାଧିକ କାର୍ଯରେ ସମ୍ପୃକ୍ତ ଅଛନ୍ତି । କିଛି ଦିନ ତଳେ ଜେଲରୁ ବାହାରିଥିଲା ମାଷ୍ଟରମାଇଣ୍ଡ ମଣ୍ଟୁ ପାଇକ ରାୟ । ଯାହା ନାଁରେ 23ରୁ ଊର୍ଦ୍ଧ୍ବ ଅପରାଧିକ ମାମଲା ରହିଛି । ଏନେଇ ମଣ୍ଟୁ ଜେଲରେ ଥିବା ସମୟରେ ଭେଟ ହୋଇଥିବା ଅନ୍ୟତମ ଅପରାଧୀ ପୁରୀର ମୁରଲି ବେହେରା,ମାନସ ପ୍ରଧାନ,ଗଞ୍ଜାମର ଶଙ୍କର ଡାକୁଆ, ନୟାଗଡର ଆକାଶ ନାୟକ ଓରଫ ନଟୁ ସହ ମିଶି ଏଥର ପୂଜା ପାଇଁ ବଡ଼ ଧରଣର ଯୋଜନା କରୁଥିଲେ ।

ଏହା ମଧ୍ୟ ପଢନ୍ତୁ...ଟଙ୍କା ଆଗରେ ତୁଚ୍ଛ ହେଲା ରକ୍ତ ସମ୍ପର୍କ: ଚିକିତ୍ସା ପାଇଁ ଅର୍ଥ ଦେଲାନି ଭଉଣୀ, ଗୁଳି କଲା ସଇତାନ ଭାଇ

ତେବେ ପୁର୍ବରୁ ମଣ୍ଟୁ ତେଲିଆ ଗ୍ୟାଙ୍ଗରେ ସାମିଲ ଥିଲା । ଦେହରେ ତେଲ ମାରି ହୋଇ ରାତିରେ ଘରେ ଘରେ ପଶି ଚୋରି କରୁଥିଲା । ସେ ପୁର୍ବରୁ ଅନେକ ଥର ଗିରଫ ହୋଇଇଛି । ସେହିପରି ମୁରଲି ବେହେରା ବରମୁଣ୍ଡାରେ ଜଣଙ୍କୁ ଆକ୍ରମଣ କରିବା ସହ ଲୁଟପାଟ କରିଥିବା କେସରେ ମଧ୍ୟ ସମ୍ପୃକ୍ତ ଥିଲା। ଏପରିକି ପୁରୀରେ ମଧ୍ୟ ଏକ ହତ୍ୟା ମାମଲାରେ ମଧ୍ୟ ସମ୍ପୃକ୍ତ ରହିଛି । ମାନସ ଓ ଆକାଶ ମଧ୍ୟ ଅନେକ ଅପରାଧିକ ମାମଲାରେ ସମ୍ପୃକ୍ତ ରହିଛି ।

ତେଣୁ ପୋଲିସ କମିସନର ଓ ଡିସିପିଙ୍କ ନିର୍ଦେଶ କ୍ରମେ ପାଟ୍ରୋଲିଂକୁ କଡାକଡି କରାଯାଇଛି । ଅପରାଧିକ କାର୍ଯ୍ୟକଳାପ ଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିଛି ପୋଲିସ । ପୋଲିସ ବିଭିନ୍ନ ଅଞ୍ଚଳର ପେସାଦାର କ୍ରିମିନାଲଙ୍କୁ ମଧ୍ୟ ଟ୍ରାକ କରୁଛି । ତେଣୁ ଆଗକୁ ପୂଜା ମାହୋଲରେ ଯେପରି ଅପରାଧିକ କାର୍ଯ୍ୟକଳାପ ଘଟିବ ନାହିଁ ସେନେଇ ପୋଲିସ ସଜାଗ ଥିବା ସୂଚନା ମିଳିଛି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.