ETV Bharat / state

ନାବାଳିକା ଚାଲାଣର ରାଣୀ ମହୁମାଛି ଗିରଫ

author img

By

Published : Nov 1, 2021, 8:53 PM IST

ମହଙ୍ଗା ପଡିଲା ଗ୍ରାମାଞ୍ଚଳର ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅନୈତିକ କାର୍ଯ୍ୟରେ ଲଗାଇ ମାଲାମାଲ୍‌ ହେବା ନିଶା । ଅଧିକ ପଢନ୍ତୁ...

minor girls shipping Kingpin arrested by baghamari police
ନାବାଳିକା ଚାଲାଣର ରାଣୀ ମହୁମାଛି ଗିରଫ

ଖୋର୍ଦ୍ଧା: ମହଙ୍ଗା ପଡିଲା ଗ୍ରାମାଞ୍ଚଳର ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅନୈତିକ କାର୍ଯ୍ୟରେ ଲଗାଇ ମାଲାମାଲ୍‌ ହେବା ନିଶା । ଏହି ଗ୍ୟାଙ୍ଗ୍‌ର ମୁଖ୍ୟ ମହିଳା ରାଣୀ ମହୁମାଛିକୁ ଧରିଛି ବାଘମାରୀ ପୋଲିସ ।

ସୂଚନା ଅନୁଯାୟୀ, କଟକ ଜିଲା ବାଙ୍କୀ ଥାନା ନରଗାଙ୍ଗ ଗ୍ରାମର ରାଜେଶ ପରିଡାଙ୍କ ପତ୍ନୀ ସୌମ୍ୟା ସେଫାଳିକା ପରିଡା (୨୬), ରାଜଧାନୀ ଭୁବନେଶ୍ବର ସମେତ କଟକ ଓ ପୁରୀ ଅଞ୍ଚଳରେ ଗ୍ରାମାଞ୍ଚଳର ନାବାଳିକା ମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅନୈତିକ କାମରେ ଲିପ୍ତ କରାଉଥିଲା । ପୁରୀ କୁମ୍ଭାରପଡା ଥାନା ଅଞ୍ଚଳର ୧୭ ବର୍ଷୀୟ ନାବାଳିକାଙ୍କୁ ଏକ ଦୁଷ୍କର୍ମ ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା ।

ଏନେଇ ପୋଲିସ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ ଉକ୍ତ ମହିଳା, ଗଣଦୁଷ୍କର୍ମ କରିଥିବା ଯୁବକ ମାନଙ୍କୁ ନାବାଳିକାଙ୍କୁ ଯୋଗାଇଥିଲା । ଏହି ଘଟଣାରେ ପାଞ୍ଚ ଜଣ ଯୁବକ ସମ୍ପୃକ୍ତ ଥିବା ବେଳେ ଉକ୍ତ ମହିଳା ରାଣୀ ମହୁମାଛି ସାଜିଥିଲା । ୨୦୧୯ ମସିହାରୁ ମହିଳା ଜଣକ ଫେରାର ଥିଲେ । ତେବେ ବାଘମାରୀ ଗ୍ରାମରେ ରାଣୀ ମହୁମାଛି ଜଣକ ପୋଲିସ ନଜର ଆଢୁଆଳରେ ଭଡାରେ ରହୁଥିଲେ । ଆଜି(ସୋମବାର) ବିଶେଷ ସୂତ୍ରରୁ ଖବର ପାଇ କୁମ୍ଭାରପଡା ଥାନାରେ ରୁଜୁ କେସ୍‌ ନଂ SC ୧୨୧/୧୯ରେ ବାଘମାରୀ ପୋଲିସ ଗିରଫ କରିଛି । ପୂର୍ବରୁ ମଧ୍ୟ ମହିଳାଙ୍କ ନାମରେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଏକାଧିକ ମାମଲା ଥିବା ପୋଲିସ ସୂଚନା ଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.