ETV Bharat / state

ରାଜଧାନୀରୁ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

author img

By

Published : Oct 27, 2022, 5:43 PM IST

ଭୁବନେଶ୍ବର ସ୍ଥିତ ୟୁନିଟ ୯ ମଙ୍ଗଳା ମନ୍ଦିର ନିକଟ ଏକ ବରକୋଳି ଗଛରୁ ନାବାଳକ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ । ଅଧିକ ପଢନ୍ତୁ

ରାଜଧାନୀରୁ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର
ରାଜଧାନୀରୁ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ । ଗଛରୁ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର । ୟୁନିଟ ୯ ମଙ୍ଗଳା ମନ୍ଦିର ନିକଟ ଏକ ବରକୋଳି ଗଛରୁ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଲେ ମନୋରଞ୍ଜନ ଦାସ ଓ ତାଙ୍କର ବୟସ ୧୬ ବର୍ଷ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଦିନ ୧୦ ଟାବେଳେ ଗାଈ ଚରାଇବାକୁ ଆସିଥିବା ମନୋରଞ୍ଜନ ଆଉ ଘରକୁ ଫେରିନଥିଲେ । ତେଣୁ ପରିବାରଲୋକଙ୍କ ସନ୍ଦେହ ବଢିବାକୁ ଖୋଜାଖୋଜି ଆରମ୍ଭ କରିଥିଲେ ।

ରାଜଧାନୀରୁ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର

ତେବେ ବହୁ ଖୋଜାଖୋଜି କରିବା ପରେ ବରକୋଳି ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ପାଇଥିଲେ । ତେବେ ମନୋରଞ୍ଜନଙ୍କ ମୃତ୍ୟୁକୁ ନେଇ ପରିବାରଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଖବରପାଇ ଖାରବେଳନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହିଁ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: T20 World Cup: ଭାରତର ବିଜୟଧାରା ଜାରି, ୫୬ ରନ୍‌ରେ ହାରିଲା ନେଦରଲାଣ୍ଡ

ମୃତ ନାବାଳକଙ୍କ ବାପାଙ୍କ କହିବା କଥା ଅନୁସାରେ, "ସକାଳ ୧୦ଟାରେ ଗାଈ ଚରାଇବାକୁ ଆସି ଆଉ ଫେରିନଥିଲେ ମନୋରଞ୍ଜନ । ଆମେ ବହୁ ଖୋଜାଖୋଜି କରିବା ପରେ ବରକୋଳି ଗଛରେ ଝୁଲନ୍ତା ଅବସ୍ଥାରେ ପାଇଲୁ । ନିଛାଟିଆ ଜଙ୍ଗଲ ଅଞ୍ଚଳ ହେଇଥିବାରୁ କେତେକ ଅସାମାଜିକ ଯୁବକ ନିଶା ସେବନ କରିଥାନ୍ତି । ତେଣୁ ମୁଁ ସନ୍ଦେହ କରୁଛି ସେହିମାନେ ହିଁ ହତ୍ୟା କରିଛନ୍ତି । କାରଣ ସେ ଗାଈର ଦାନା ପାଇଁ ଟଙ୍କା ଆଣି ଆସିଥିଲା ।"

ଏହା ମଧ୍ୟ ପଢନ୍ତୁ: ବାଇକକୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ, ଆଖି ବୁଜିଲେ ବାପା ଝିଅ

ଅନ୍ୟପଟେ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛି ମାଆ । ପୁଅକୁ ଝୁରି ଆଖିରୁ ଲହୁ ଶୁଖୁ ନଥିବାବେଳେ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ମନୋରଞ୍ଜନଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.