ETV Bharat / state

Poison Food Death: ବିଷାକ୍ତ ଖାଦ୍ୟ ଖାଇ ନାବାଳକ ମୃତ, 2 ଗୁରୁତର

author img

By

Published : Dec 2, 2021, 11:56 AM IST

ଖୋର୍ଦ୍ଧାରେ ବିଷାକ୍ତ ଖାଦ୍ୟ(Poison Food) ଖାଇ ଜଣେ ନାବାଳକ ମୃତ, ୨ ଗୁରତର । ଅଧିକ ପଢନ୍ତୁ

Poison Food Death: ବିଷାକ୍ତ ଖାଦ୍ୟ ଖାଇ ନାବାଳକ ମୃତ, 2 ଗୁରୁତର
Poison Food Death: ବିଷାକ୍ତ ଖାଦ୍ୟ ଖାଇ ନାବାଳକ ମୃତ, 2 ଗୁରୁତର

ଖୋର୍ଦ୍ଧା: ବିଷାକ୍ତ ଖାଦ୍ୟ(Poison Food) ଖାଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟି ଥିବାବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଅସୁସ୍ଥ ହୋଇଥିବା ଲୋକଙ୍କୁ ଭୁବନେଶ୍ଵର ସ୍ଥାନାନ୍ତରିତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ କୁହୁଡିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଏକ କେଳା ପରିବାରର ୬ ଜଣ ଲୋକ ଅସ୍ଥାୟୀ ଭାବେ କୁହୁଡିସ୍ଥିତ ଏକ କୁକୁଡା ଫାର୍ମରେ ରହି ଆସୁଥିଲେ। ଏମାନେ ସମସ୍ତେ ନୟାଗଡ ଜିଲ୍ଲାର ବୋଲି ଜଣାପଡିଛି । ଗତକାଲି(ବୁଧବାର) ରାତିରେ ଏହି ପରିବାରର ସମସ୍ତ ସଦସ୍ୟ ମ‍ାଛ ଭାତ ଖାଇ ଶୋଇଥିଲେ । କିନ୍ତୁ ରାତି ପ୍ରାୟ ୩ଟାରେ ସମସ୍ତଙ୍କର ବାନ୍ତି ହୋଇଥିଲା । ଖବର ପାଇ ସ୍ଥାନୀୟ ଲୋକେ ସେମାନଙ୍କୁ ଅଟୋ ରିକ୍ସାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ମେଡିକାଲରେ ଜଳନ୍ଧର କାତ୍ରା, ରଶ୍ମିତା କାତ୍ରା, ଶିବ କାତ୍ରାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ବସନ୍ତ କାତ୍ରା ନାମକ ୧୦ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି । ବିଷାକ୍ତ ଖାଦ୍ୟ ଯୋଗୁଁ ଏଭଳି ହୋଇଥାଇ ପାରେ ବୋଲି ଡାକ୍ତର ଅନୁମାନ କରିଛନ୍ତି ଡାକ୍ତର ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.