ETV Bharat / state

ନଦୀ ପାଣିରେ ଖେଳିବା ହେଲା କାଳ, ନିଖୋଜର ଦିନକ ପରେ ମିଳିଲା ନାବାଳକ ମୃତଦେହ

author img

By

Published : Mar 31, 2023, 9:04 PM IST

ଦୟା ନଦୀରେ ଖେଳୁଥିବା ସମୟରେ ଭାସିଗଲେ ନାବାଳକ । ନିଖୋଜ ହେବାର ଦିନକ ପରେ ମିଳିଲା ମୃତଦେହ । ଅଧିକ ପଢ଼ନ୍ତୁ

minor boy died after drowned in river
ନଦୀରେ ଭାସି ନାବାଳକର ମୃତ୍ୟୁ

ଭୁବନେଶ୍ବର: ନଦୀ ପାଣିରେ ଖେଳିବା ହେଲା କାଳ । ମାଛ ଧରିବାକୁ ଯାଇ ଆଉ ଫେରିଲେନି ୧୪ ବର୍ଷର ପୁଅ । ଦୀର୍ଘ ସମୟ ଧରି ଖୋଜା ଖୋଜି ପରେ ମିଳିଛି ମୃତଦେହ । ଭୁବନେଶ୍ବର ଦୟାନଦୀରେ ଭାସି ନିଖୋଜ ନାବାଳକର ମୃତଦେହ ଉଦ୍ଧାର ହୋଇଛି । ଗୁରୁବାର ରାଜଧାନୀ ଉପକଣ୍ଠ ଲିଙ୍ଗିପୁର ନିକଟରେ ସାଙ୍ଗମାନଙ୍କ ସହ ଖେଳିବାକୁ ଯାଇ ଭାସିଯାଇଥିଲେ । ଆଜି ଧଉଳି ଥାନା ଅନ୍ତର୍ଗତ ଦୟା ନଦୀ ପଠାରୁ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।

ସୂଚନା ଅନୁଯାୟୀ, ମୃତ ନାବାଳକ ଜଣକ ହେଉଛନ୍ତି 14ବର୍ଷୀୟ ସୁମିତେନ୍ଦ୍ର ସାହୁ । ଗତକାଲି(ଗୁରୁବାର) ଆକ୍ୱାରିୟମରେ ମାଛ ରଖିବା ପାଇଁ ସାଙ୍ଗମାନଙ୍କ ସହ ଦୟାନଦୀକୁ ଯାଇଥିଲେ । କିନ୍ତୁ ଦଇବର ଖେଳ ଥିଲା ଭିନ୍ନ । ନଦୀ ପଠାରେ ସାଙ୍ଗମାନଙ୍କ ସହ ଖେଳୁଖେଳୁ ହଠାତ ସୁମିତେନ୍ଦ୍ରଙ୍କ ଗୋଡ଼ ଖସିଯାଇଥିଲା ଏବଂ ସେ ନଦୀ ଭିତରେ ପଡ଼ିଯାଇଥିଲେ । ଦେଖୁଦେଖୁ ଗଭୀର ପାଣିର ସ୍ରୋତରେ ସେ ଭାସି ଯାଇଥିଲେ । ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକମାନେ ଅନେକ ଖୋଜାଖୋଜି କରିଥିଲେ । ଖବର ପାଇ ଘଟଣାସ୍ଥଳରେ ଧଉଳି ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଅନେକ ଖୋଜୋଖୋଜି ପରେ ମଧ୍ୟ ସୁମିତେନ୍ଦ୍ରଙ୍କ କୌଣସି ପତ୍ତା ମିଳିନଥିଲା । ସନ୍ଧ୍ୟା ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ କରିଥିଲା ଅଗ୍ନିଶମ ବାହିନୀ । ଆଜି ସକାଳୁ ଦୟାନଦୀରେ ପୁଣି ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ତେବେ ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ଧଉଳି ଥାନା ଅନ୍ତର୍ଗତ ଦୟା ନଦୀ ପଠାରୁ ନାବାଳକର ମୃତଦେହ ଉଦ୍ଧାର ହୋଇଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପାଣିରେ ବୁଡି ନାବାଳକର ମୃତ୍ୟୁ ହୋଇଥିବାରୁ ଡାଏଟମ ଟେଷ୍ଟ୍‌ ପାଇଁ ନମୁନା ସଂଗ୍ରହ ହୋଇଛି । ଏହାପରେ ପରିବାର ଲୋକଙ୍କୁ ପୋଲିସ ମୃତଦେହ ହସ୍ତାନ୍ତର କରିଛି ।

ସୂଚନା ଅନୁସାରେ, ସୁମିତେନ୍ଦ୍ର ସାହୁଙ୍କ ଘର ବାୟାବର ବଳଙ୍ଗା ପୁରୀ ହୋଇଥିବା ବେଳେ ଦୀର୍ଘ ଦିନ ଧରି ସେ ନିଜ ପରିବାର ସହ ଭୁବନେଶ୍ବର ସ୍ଥିତ ଇନ୍ଦିରା କଲୋନୀରେ ରହୁଥିଲେ । ବାପା ଜଣେ ଟେଲର ମାଷ୍ଟର ଭାବେ କାମ କରନ୍ତି । ପରିବାର କହିଲେ ଦୁଇ ପୁଅ ଓ ବାପାମାଆ । ଚଳିତ ଥର ସୁମିତେନ୍ଦ୍ର ଅଷ୍ଟମ ସାରି ନବମ ଶ୍ରେଣୀ ପଢିଥାନ୍ତେ । କିନ୍ତୁ ଏହା ପୂର୍ବରୁ ସବୁକିଛି ଶେଷ ହୋଇଗଲା । ଅକାଳରେ ଚାଲିଗଲା ଜଣେ ନିରୀହ ଜୀବନ । ନାବାଳକ ମୃତ୍ୟୁ ଖବରରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.