ETV Bharat / state

PGI Report: ସ୍କୁଲ ଶିକ୍ଷାରେ ତଳକୁ ଖସିଲା ଓଡ଼ିଶା

author img

By

Published : Jul 8, 2023, 1:59 PM IST

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପର୍ଫମାନ୍ସ ଗ୍ରେଡିଂ ଇନଡେକ୍ସ ରିପୋର୍ଟ ପ୍ରକାଶିତ । ସାମ୍ନାକୁ ଆସିଲା ସ୍କୁଲ ଶିକ୍ଷାର ବିକଳ ଚିତ୍ର । ପୁଣି ଖସିଲା ଓଡ଼ିଶାର ମାନ । ଅଧିକ ପଢନ୍ତୁ

performance grading index
performance grading index

ଭୁବନେଶ୍ବର: ପ୍ରକାଶ ପାଇଲା ପ୍ରଦର୍ଶନ ସୂଚକାଙ୍କ 2.0 ରିପୋର୍ଟ । ରିପୋର୍ଟରେ ସାମ୍ନାକୁ ଆସିଲା ରାଜ୍ୟର ସ୍କୁଲ ଶିକ୍ଷାର ବିକଳ ଚିତ୍ର । ତଳକୁ ଖସିଲା ଓଡ଼ିଶାର ଶିକ୍ଷାର ମାନ । ରାଜ୍ୟରେ ସ୍କୁଲ ଶିକ୍ଷା, ଫଳାଫଳ ମାନ ବହୁ ତଳେ ରହିଥିବା ରିପୋର୍ଟରେ ଉଲ୍ଲେଖ । ପର୍ଫମାନ୍ସ ଗ୍ରେଡିଂ ଇନଡ଼େକ୍ସରେ(PGI) ଓଡିଶାର ସ୍କୁଲଗୁଡିକ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ରାଜ୍ୟମାନଙ୍କ ଭିତରେ ସବୁଠୁ ଉଚ୍ଚରେ ଚଣ୍ଡୀଗଡ଼ ରହିଥିବା ବେଳେ ଓଡ଼ିଶା ୫୧୭.୧ ପଏଣ୍ଟ ସ୍କୋର ସହ ୨୪ ନମ୍ୱରକୁ ଖସି ଆସିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପର୍ଫମାନ୍ସ ଗ୍ରେଡିଂ ଇନଡେକ୍ସ (ପିଜିଆଇ) 2021-22 ରିପୋର୍ଟ ପ୍ରକାଶିତ ହୋଇଛି ।

ଏହି ରିପୋର୍ଟ ୭୩ଟି ସୂଚକକୁ ନେଇ ୧୦୦୦ ପଏଣ୍ଟକୁ ମୂଲ୍ୟାୟନ କରାଯାଇଛି । ୩୬ଟି ରାଜ୍ୟ ଓ ବିଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଓଡ଼ିଶା ୨୪ ନମ୍ୱରରେ ରହିଛି । ଗୁଣବତ୍ତା ଶିକ୍ଷା, ଭିତ୍ତିଭୂମି, ପିଲାଙ୍କ ଉପସ୍ଥାନ, ପରୀକ୍ଷା ଫଳାଫଳ ଏସବୁକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ । ଯେଉଁଥିରେ ଦେଖାଯାଇଛି ଯେ, ଓଡିଶା ପଛରେ ରହିଛି । ଓଡ଼ିଶାର ସ୍କୋରକୁ ସମୀକ୍ଷା କଲେ ଶିକ୍ଷା ଓ ଫଳାଫଳରେ ମୋଟ ୨୪୦ ସ୍କୋରରୁ ମାତ୍ର ୬୫. ୨୦ ପ୍ରତିଶତ ମିଳିଛି । ବିଦ୍ୟାଳୟକୁ ପ୍ରବେଶ ସୁବିଧାରେ ୮୦ ରୁ ୫୨. ୩୯ ସ୍କୋର ରହିଛି ଏବଂ ଭିତ୍ତିଭୂମି ଓ ଅନନ୍ୟ ସୁବିଧା ପାଇଁ ୧୯୦ ରୁ ୬୦.୨୦ ସ୍କୋର ରଖିଛି ।

ଏହା ମଧ୍ୟ ପଢନ୍ତୁ-Plus 3 Admission: ସରିଲା ଆବେଦନ, ସିଟ୍ ତୁଳନାରେ ଆବେଦନ ସଂଖ୍ୟା ଯଥେଷ୍ଟ କମ

ସେହିପରି ଶିକ୍ଷକ ଶିକ୍ଷା ତାଲିମ କ୍ଷେତ୍ରରେ ୧୦୦ରୁ ୬୫.୭୦ ରହିଛି ସ୍କୋର । ୨୦୨୧-୨୨ ତୁଳନାରେ ୨୦୧୯-୨୦ ଏବଂ ୨୦୨୦-୨୧ ଶିକ୍ଷାବର୍ଷରେ ଓଡ଼ିଶାର ମାନ ଭଲ ଥିଲା । ୨୦୧୯-୨୦ରେ ଓଡ଼ିଶା ୧୪ ନମ୍ବର ସ୍ଥାନରେ ରହିଥିବା ବେଳେ ୨୦୨୦-୨୧ରେ ୧୦ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଥିଲା । ୨୦୧୭-୧୮ ମସିହାରେ ପ୍ରଥମ କରି ପିଜିଆଇ ରିପୋର୍ଟ ପ୍ରକାଶ କରିଥିଲା । ତେବେ ସାରା ଦେଶରେ ୧୪.୯ ଲକ୍ଷ ସ୍କୁଲ ରହିଥିବା ବେଳେ ୯୫ ଲକ୍ଷ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି । ଏହାସହ ୨୬.୫ କୋଟି ଛାତ୍ରଛାତ୍ରୀ ରହିଛନ୍ତି ।

ପିଜିଆଇ ୨୦୨୦-୨୧ ରିପୋର୍ଟରେ ଶ୍ରେଷ୍ଠ ୧୦ ମଧ୍ୟରେ ରହିଥିଲା ଓଡିଶା । ଓଡ଼ିଶା ସମସ୍ତ ୫ଟି ମାଟ୍ରିକ୍ସରେ ଭଲ ପ୍ରଦର୍ଶନ କରିବା ସହ ଦେଶର ଆଗଧାଡ଼ିର ରାଜ୍ୟମାନଙ୍କ ମଧ୍ୟରେ ନିଜର ସ୍ଥିତିକୁ ସୁଦୃଢ଼ ରଖିଥିଲା । କିନ୍ତୁ ଚଳିତ ବର୍ଷ ପିଜିଆଇ ରିପୋର୍ଟରେ ଓଡିଶା ୨୪ ତମ ସ୍ଥାନକୁ ଖସି ଆସିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.