ETV Bharat / state

ବନ୍ୟା କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଚଳିତ ବର୍ଷ ରାଜ୍ୟରେ ବନ୍ୟା ଓ ଲଗାଣ ବର୍ଷା ଯୋଗୁଁ ମତ୍ସ୍ୟଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ଏହି କ୍ଷତିଗ୍ରସ୍ତ ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ । ଅଧିକ ପଢନ୍ତୁ

author img

By

Published : Oct 20, 2022, 7:23 AM IST

Updated : Oct 20, 2022, 7:29 AM IST

ବନ୍ୟା କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କୁ ଆର୍ଥିକ ସହାୟତା

ଭୁବନେଶ୍ବର: ଗତ ବନ୍ୟା ଓ ଲଗାଣ ବର୍ଷାରେ ବିଭିନ୍ନ ଜିଲ୍ଲାର ବ୍ୟାପକ ମତ୍ସ୍ୟଚାଷ କ୍ଷତିଗ୍ରସ୍ତ ହୋଇଥିଲା । ଫଳରେ ମତ୍ସ୍ୟଜୀବୀ ଓ ମତ୍ସ୍ୟଚାଷୀ ପ୍ରଭାବିତ ହୋଇଛନ୍ତି । ସେମାନଙ୍କୁ ଆର୍ଥିକ ସହାୟତା ରାଶି ବଣ୍ଟନ ନିମନ୍ତେ ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ପ୍ରଦାନ କରାଯାଇଛି । ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ(Minister Ranendra Pratap) ଏକ କାର୍ଯ୍ୟକ୍ରମରେ ଆଠଗଡ଼ ଓ ତିଗିରିଆ ବ୍ଲକ୍‌ର କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । ବନ୍ୟା ଓ ଲଗାଣ ବର୍ଷା ଯୋଗୁଁ ମାଛ ଜାଅଁଳ ଫାର୍ମର କ୍ଷତି ବାବଦକୁ ମୋଟ ୩୯ ଲକ୍ଷ ୬୫ ହଜାର ୬୯ ଟଙ୍କା ପ୍ରଦାନ କରାଯାଇଛି ।

ସେହିପରି ବନ୍ୟାରେ ମତ୍ସ୍ୟ ପୋଖରୀରେ କ୍ଷତି ବାବଦକୁ ୩ ଲକ୍ଷ ୪୬ ହଜାର ୨୬୦ ଟଙ୍କା ମଞ୍ଜୁର କରାଯାଇଛି । ବନ୍ୟାରେ କ୍ଷତିଗ୍ରସ୍ତ ମାଛଧରା ଡଙ୍ଗା ଓ ଜାଲ ବାବଦକୁ ୩୫ ଲକ୍ଷ ୮୬ ହଜାର ଟଙ୍କା ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । ବିଭିନ୍ନ ଜିଲ୍ଲାର କ୍ଷତିଗ୍ରସ୍ତ ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଏହି ସହାୟତା ରାଶି ପ୍ରଦାନ କରାଯାଉଛି । ବନ୍ୟାରେ କ୍ଷତିଗ୍ରସ୍ତ କଟକ, ବୌଦ୍ଧ, କନ୍ଧମାଳ, ଖୋର୍ଦ୍ଧା, ଝାରସୁଗୁଡ଼ା ଏବଂ ସୁବର୍ଣ୍ଣପୁର ଜିଲ୍ଲାର ମତ୍ସ୍ୟଜୀବୀମାନଙ୍କୁ ଆର୍ଥିକ ସହାୟତା ରାଶି ବଣ୍ଟନ କରାଯାଇଥିବାବେଳେ ଅନ୍ୟ ଜିଲ୍ଲାଗୁଡ଼ିକରେ ସହାୟତା ରାଶି ତୁରନ୍ତ ବାଣ୍ଟିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ:ଓଡିଶା PMAY ଅର୍ବାନ ପୁରସ୍କାରରେ ସମ୍ମାନିତ

ରାଜ୍ୟର ୧୪ ଜିଲ୍ଲାରେ ବନ୍ୟା ଓ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ୬୭ଟି ମତ୍ସ୍ୟ ପୋଖରୀ, ୨୧୬୮ଟି କ୍ଷତିଗ୍ରସ୍ତ ମାଛ ଜାଅଁଳ ଫାର୍ମ ଏବଂ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ୬୬ଟି ମାଛଧରା ଡଙ୍ଗା, ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ୨୨୮ଟି ମାଛଧରା ଡଙ୍ଗା, ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ୫୪୫ଟି ମାଛଧରା ଜାଲ ଏବଂ ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ୨୮୬ଟି ମାଛଧରା ଜାଲ ବାବଦକୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 20, 2022, 7:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.