ETV Bharat / state

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଫ୍ଲାଗସିପ କାର୍ଯ୍ୟକ୍ରମ ସମୀକ୍ଷା - ମନ୍ତ୍ରୀ ରଣେନ୍ଦ୍ର ପ୍ରତାପଙ୍କ ସମୀକ୍ଷା

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ବିଭିନ୍ନ ଫ୍ଲାଗସିପ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଅଧିକ ପଢନ୍ତୁ

Flagship Program of Fisheries Department reviewed
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଫ୍ଲାଗସିପ କାର୍ଯ୍ୟକ୍ରମ ସମୀକ୍ଷା
author img

By

Published : May 3, 2023, 10:05 AM IST

ଭୁବନେଶ୍ବର: ୫-‘ଟି’ ଉପକ୍ରମରେ ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମ ଗୁଡ଼ିକର ସଫଳ ରୂପାୟନ ଦ୍ବାରା ରାଜ୍ୟର ମତ୍ସ୍ୟ ସମ୍ପଦ ଓ ପ୍ରାଣୀ ସମ୍ପଦର ବିକାଶ ହୋଇଛି । ଏହା ସହିତ ମତ୍ସ୍ୟ ଚାଷୀ ଓ ପଶୁ ପାଳକମାନଙ୍କ ରୋଜଗାର ଓ ଆୟବୃଦ୍ଧି କରାଯାଇଛି । ଏହା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଫ୍ଲାଗସିପ ଯୋଜନା ଓ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । କୃଷି ଭବନରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବୈଠକ । ଏହି ବୈଠକରେ ଅଧ୍ୟକ୍ଷତା କରି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ବୈଠକରେ ବିଗତ ବର୍ଷ ଗୁଡ଼ିକରେ ରାଜ୍ୟ ସରକାରଙ୍କ ପକ୍ଷରୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ବଜେଟରେ ବ୍ୟୟ ବରାଦ ବୃଦ୍ଧି କରାଯାଇ ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ଅଭିବୃଦ୍ଧି ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଯୋଜନାର ସୁଫଳ ସିଧାସଳଖ ହିତାଧିକାରୀ ଚାଷୀ ଯେପରି ପାଇପାରନ୍ତି, ସେଥି ନିମନ୍ତେ ‘ମୋ ସରକାର’ କାର୍ଯ୍ୟକ୍ରମକୁ କଡ଼ାକଡ଼ି ଭାବରେ ଅନୁପାଳନ କରିବା ଉପରେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଣୀ ସମ୍ପଦର ଯତ୍ନ ଓ ସ୍ବାସ୍ଥ୍ୟର ସୁରକ୍ଷା ଦିଗରେ ପ୍ରାଣୀଧନ ନିରୀକ୍ଷକଙ୍କ ଦକ୍ଷତାର ଗୁରୁତ୍ବକୁ ଦୃଷ୍ଟିରେ ରଖି ସେମାନଙ୍କ ଦକ୍ଷତା ବିକାଶର ବିଭିନ୍ନ ଦିଗ ସଂପର୍କରେ ବୈଠକରେ ବିଶଦ ଭାବରେ ଆଲୋଚନା ହୋଇଛି ।

ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ, ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି । ରାଜ୍ୟର ପ୍ରାୟ ୭୦ ପ୍ରତିଶତ ଜନସାଧାରଣ ଜୀବିକା ନିମନ୍ତେ କୃଷି ଏବଂ ମତ୍ସ୍ୟ ଓ ପ୍ରାଣୀପାଳନ ଉପରେ ନିର୍ଭର କରୁଛନ୍ତି । ସେମାନଙ୍କର ଆର୍ଥିକ ଓ ସାମାଜିକ ବିକାଶ ନିମନ୍ତେ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ଆବଶ୍ୟକ । ଯଦ୍ବାରା ରାଜ୍ୟରେ ପ୍ରାଣୀଜାତ ଖାଦ୍ୟର ଉତ୍ପାଦନ ବୃଦ୍ଧି ପାଇବ । ୨୦୨୪ ସୁଦ୍ଧା ରାଜ୍ୟକୁ ମାଛ ଜାଆଁଳ ଉତ୍ପାଦନରେ ସ୍ବାବଲମ୍ବୀ କରିବା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି । ସଅଳ ମାଛ ଜାଆଁଳ ଉତ୍ପାଦନ କାର୍ଯ୍ୟକ୍ରମ ଆରମ୍ଭ କରିବା ସହିତ ଉତ୍ପାଦନକାରୀଙ୍କ ନେଟୱାର୍କକୁ ସୁଦୃଢ଼ କରିବାକୁ ମଧ୍ୟ ସରକାର ନିଷ୍ପତ୍ତି କରିଛନ୍ତି । ସେହିପରି ସଅଳ ମାଛ ଜାଆଁଳ ଉତ୍ପାଦନ ନିମନ୍ତେ ବେସରକାରୀ ହ୍ୟାଚେରୀମାନଙ୍କୁ ସହାୟତା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.