ETV Bharat / state

ଆପଦା ପ୍ରବନ୍ଧନ ପୁରସ୍କାର ସହ ଓଡ଼ିଶା ଫେରିଲେ ପ୍ରମିଳା, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ସମସ୍ତ ଶ୍ରେୟ - ପ୍ରମିଳା ମଲ୍ଲିକ

ନୂଆଦିଲ୍ଲୀରୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ର ଲାଗି ଆପଦା ପ୍ରବନ୍ଧନ ପୁରସ୍କାର ଗ୍ରହଣ କରିବା ପରେ ଆଜି ଓଡ଼ିଶା ଫେରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ

Minister Pramila Mallik
Minister Pramila Mallik
author img

By

Published : Mar 12, 2023, 5:31 PM IST

ଆପଦା ପ୍ରବନ୍ଧନ ପୁରସ୍କାର ସହ ଓଡ଼ିଶା ଫେରିଲେ ପ୍ରମିଳା

ଭୁବନେଶ୍ବର: ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଓସଡମା (OSDMA)କୁ ପୁଣି ଜାତୀୟ ସ୍ବୀକୃତି ମିଳିଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଏହି ସୁବାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ଗ୍ରହଣ କରିବା ପରେ ରବିବାର ଓଡ଼ିଶା ଫେରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି । ଏହି ପୁରସ୍କାରର ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି ।

OSDMA ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଯେପରି ଭଲ କାମ କରିଛି, ସେଥିପାଇଁ ସାରା ଭାରତରେ ପ୍ରଶଂସିତ ହୋଇଛି ବୋଲି ସେ କହିଛନ୍ତି । ଏଥିସହ ସେ ଓଡ଼ିଶାର ବିପର୍ଯୟ ପରିଚାଳନାକୁ ନେଇ ବିରୋଧୀଙ୍କୁ କହିଛନ୍ତି, "ବିରୋଧୀ ତ କହିବେ । ନ କହିଲେ କିଏ ଶୁଣିବ । ମିଛ ସତ ନ କହିଲେ କିଏ ସେମାନଙ୍କୁ ଶୁଣିବେ । ନିଜ ଦଳକୁ ବଞ୍ଚାଇବା ପାଇଁ ଓ ମୁହଁ ଲୁଚାଇବାକୁ କଥା କୁହନ୍ତି । ବିରୋଧୀଙ୍କୁ ସବୁ ଦେଖାଯାଏ ହେଲେ ସେ ଦେଖିକି ବି ଆଖି ବୁଝି ଦିଅନ୍ତି କାରଣ ନବୀନ ପଟ୍ଟନାୟକ ଓ ବିଜେଡି ସରକାରଙ୍କ ପ୍ରଶଂସା ସେମାନେ ସହିପାରନ୍ତି ନାହିଁ ।"

ଏହା ବି ପଢନ୍ତୁ- Aapda Prabandhan Puraskar : ଆପଦା ପ୍ରବନ୍ଧନ ପୁରସ୍କାର ପାଇଲା ଓଡିଶା

ଶୁକ୍ରବାର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନଠାରେ ଆୟୋଜିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ମଞ୍ଚର ୩ୟ ଅଧିବେଶନକୁ ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ ଓଡ଼ିଶାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ପୁରସ୍କାର ପ୍ରଦାନ ପୂର୍ବରୁ ଗତ ୨୩ ବର୍ଷ ଧରି OSDMAର ବିପର୍ଯ୍ୟୟ ପରିଚାଳନାକୁ ନେଇ ଏକ କ୍ଷୁଦ୍ର ଭିଡିଓ ପ୍ରଦର୍ଶିତ ହୋଇଥିଲା । ପୁରସ୍କାର ବାବଦକୁ ୫୧ ଲକ୍ଷ ଟଙ୍କା ରାଶି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଦେଶରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ସୂଚନା ଥାଉ କି ପ୍ରତିବର୍ଷ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ତେବେ ଓସଡମାକୁ ଦ୍ବିତୀୟ ଥର ଲାଗି ଏହି ଜାତୀୟ ସ୍ବୀକୃତି ମିଳିଛି । OSDMA ସହିତ ମିଜୋରାମର ଲୁଙ୍ଗଲେଇ ଦମକଳ କେନ୍ଦ୍ର ମଧ୍ୟ ଅନୁଷ୍ଠାନ ବର୍ଗରେ ୨୦୨୩ ବର୍ଷ ଲାଗି ଏହି ପୁରସ୍କାର ଗ୍ରହଣ କରିଛି । ତେବେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧୀକରଣ (ଓସଡମା) ୧୯୯୯ ମହାବାତ୍ୟା ପରେ ଗଠିତ ହୋଇଥିବା ବେଳେ ବିପର୍ଯ୍ୟୟ ସମୟରେ ବିଭିନ୍ନ ଦାୟିତ୍ବ ନିର୍ବାହ କରିଆସୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.