ETV Bharat / state

ଅଚାନକ ଖୋର୍ଦ୍ଧା ଗସ୍ତରେ ପୂର୍ତ୍ତମନ୍ତ୍ରୀ, ପରଖିଲେ ଆହାର କେନ୍ଦ୍ର

ଖୋର୍ଦ୍ଧା ଜିଲ୍ଲାରେ ଆହାର କେନ୍ଦ୍ର ବୁଲି ଦେଖିଲେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଅଧିକ ପଢନ୍ତୁ...

author img

By

Published : Oct 5, 2021, 12:49 PM IST

ଆହାର କେନ୍ଦ୍ର ପରିଦର୍ଶନ କଲେ ପୂର୍ତ୍ତ ମନ୍ତ୍ରୀ

ଖୋର୍ଦ୍ଧା: ପୂର୍ତ୍ତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଆଜି(ମଙ୍ଗଳବାର) ଅଚାନକ ଖୋର୍ଦ୍ଧା ଜିଲ୍ଲାକୁ ଗସ୍ତ କରିଛନ୍ତି । ଏହି ଗସ୍ତରେ ସେ ମୁଖ୍ୟ ଚିକିତ୍ସାଳୟ ଏବଂ ପରିସରରେ ଥିବା ଆହାର କେନ୍ଦ୍ରକୁ ବୁଲି ଦେଖିଥିବା ଜଣାପଡ଼ିଛି ।

ଏହି ଆହାର କେନ୍ଦ୍ରରେ ଲୋକଙ୍କୁ କିଭଳି ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯାଉଛି କି ନାହିଁ ତାହା ବୁଲି ଦେଖିଛନ୍ତି । ତେବେ ଆହାର କେନ୍ଦ୍ରରେ ଭୋଜନ କରୁଥିବା ଲୋକମାନେ ଭଲ ଖାଦ୍ୟ ମିଳୁଥିବା କହିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାସହିତ ସେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ଭିତ୍ତିଭୂମି କିପରି ସୁଦୃଢ଼ ହୋଇପାରିବ ସେନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।

ସେହିପରି ମନ୍ତ୍ରୀ ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟକୁ ଯାଇ ଭିତ୍ତିଭୂମିର ବିକାଶ ସମ୍ପର୍କରେ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ । ଏହି ଗସ୍ତରେ ମନ୍ତ୍ରୀଙ୍କ ସହ ଖୋର୍ଦ୍ଧା ବିଧାୟକ ଜିତେନ୍ଦ୍ରନାଥ ମିତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.