ETV Bharat / state

ରାଜଧାନୀରେ ଗଡ଼ିଲା ମ୍ୟାଙ୍ଗୋ ଅନ ହ୍ୱିିଲ, ଖୋଲିଲା ଗାଁ ଆମ୍ବ ପସରା - ମ୍ୟାଙ୍ଗୋ ଅନ ହ୍ୱିିଲ କାର୍ଯ୍ୟକ୍ରମ

ଏସଆଇଆରଡି କ୍ୟାମ୍ପସ ସମ୍ମୁଖରେ ଖୋଲିଲା ଗାଁ ଆମ୍ବ ପସରା । ‘ମ୍ୟାଙ୍ଗୋ ଅନ୍‌ ହ୍ୱିଲ’କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ଅଧିକ ପଢନ୍ତୁ ।

Mango on wheel
ଗାଁ ଆମ୍ବ ପସରା
author img

By

Published : Jun 9, 2023, 8:07 AM IST

ଭୁବନେଶ୍ବର: ଓରମାସ ତରଫରୁ ଆୟୋଜନ ହୋଇଛି ଗାଁ ଆମ୍ବ ପସରା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗୁରୁବାର ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଏହି ଆମ୍ବ ବଜାର ଚାଲିବ । ଏସଆଇଆରଡି କ୍ୟାମ୍ପସ ସମ୍ମୁଖରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହି ଆମ୍ବ ବଜାର ଉଦଘାଟନ କରିଛନ୍ତି । ମେଳା ଉଦଘାଟନ ଅବସରରେ ମନ୍ତ୍ରୀ ଓଡ଼ିଶା ଆମ୍ବ ଲୋଗୋର ଉନ୍ମୋଚନ କରିଛନ୍ତି । ଏଥିସହ ରାଜଧାନୀବାସୀଙ୍କୁ ଚାଷୀ ବଗିଚାର ତାଜା ଆମ୍ବ ଯୋଗାଇ ଦେବା ପାଇଁ ଓରମାସ ଦ୍ୱାରା ପ୍ରସ୍ତୁତ ‘ମ୍ୟାଙ୍ଗୋ ଅନ୍‌ ହ୍ୱିଲ’କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ବରରେ ମିଳିବ 7 ଜିଲ୍ଲାର ଆମ୍ବ ।

Mango on wheel
Mango on wheel

ଓରମାସ ଆମ୍ବ ପସରା ବଜାରରେ ବିକ୍ରି ହେଉଛି ୭ଟି ଜିଲ୍ଲାର ଚାଷୀଙ୍କ ବଗିଚାର ତାଜା ସ୍ୱାଦିଷ୍ଟ ଆମ୍ବ । ଏଥର ମେଳାରେ ଅନୁଗୋଳ, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାର ଚାଷୀମାନଙ୍କ ବଗିଚାର ଆମ୍ବ ବିକ୍ରି କରାଯାଉଛି । ରାଜଧାନୀର ଗ୍ରାହକଙ୍କୁ ଆମ୍ବ ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ମୋବାଇଲ ଭ୍ୟାନ ବା ‘ମ୍ୟାଙ୍ଗୋ ଅନ ହ୍ୱିଲ’ର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି ଘରେ ବସି ଅନଲାଇନରେ ସ୍କୁପି ଏବଂ ଏଭରଗ୍ରୋ ନାଓ ଜରିଆରେ ମଧ୍ୟ ଓରମାସ ଆମ୍ବ କିଣିବାର ସୁବିଧା କରାଯାଇଛି । ସକାଳ 8ଟାରୁ ଦିନ 1ଟା ଓ ଅପରାହ୍ନ 3ଟାରୁ ସନ୍ଧ୍ୟା 6ଟା ଯାଏଁ ଏହି ପରସା ଖୋଲା ରହିବ ।

Mango on wheel
Mango on wheel

ଚଳିତ ବର୍ଷ ମେଳାରେ ଆମ୍ରପଲ୍ଲୀ, ଦଶେରୀ, ବାଇଗଣପଲେଇ, ସୁନ୍ଦରୀ, ତୋଟାପୁରୀ, ମଲ୍ଲିକା ଓ ଲେଙ୍ଗଡ଼ା ଭଳି ସ୍ୱାଦିଷ୍ଟ ଆମ୍ବ ବିକ୍ରି କରାଯାଉଛି । ଗାଁ ଆମ୍ବ ପସରା କାର୍ଯ୍ୟକ୍ରମରେ ଗଛ ପାକଳ ସ୍ୱାଦିଷ୍ଟ ଆମ୍ବ ବିକ୍ରି କରାଯାଉଥିବାରୁ ରାଜଧାନୀବାସୀଙ୍କ ମଧ୍ୟରେ ଏହି ଆମ୍ବ କିଣିବା ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥାଏ । ପରିବେଶ ସୁରକ୍ଷା ସହ ପଲିଥିନ ବ୍ୟାଗର ବ୍ୟବହାର ନ କରିବା ପାଇଁ ଓରମାସ ତରଫରୁ ଗାଁ ଆମ୍ବ ପସରା ବଜାରରେ ଗ୍ରାହକମାନେ ଆମ୍ବ ନେବା ପାଇଁ ଝୋଟରୁ ପ୍ରସ୍ତୁତ କପଡ଼ା ବ୍ୟାଗ ଏବଂ କାର୍ଟୁନ ବାକ୍ସ ମଧ୍ୟ ଉପଲବ୍ଧ ରହିଛି । ଗ୍ରାମାଞ୍ଚଳର ଆମ୍ବ ଚାଷୀଙ୍କୁ ସଠିକ ବଜାର ସୁବିଧା ସହ ଉପଯୁକ୍ତ ଦରରେ ଆମ୍ବ ବିକ୍ରି କରିବା ପାଇଁ ଓରମାସ ତରଫରୁ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଗାଁ ଆମ୍ବ ପସରା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ରାଜଧାନୀରେ ମଧ୍ୟ ପ୍ରତିବର୍ଷ ଗାଁ ଆମ୍ବ ପସରା କାର୍ଯ୍ୟକ୍ରମ କରାଯାଉଛି । ଏହା ଫଳରେ ଚାଷୀମାନେ ସେମାନଙ୍କ ବଗିଚାର ଆମ୍ବ ଉପଯୁକ୍ତ ଦରରେ ବିକ୍ରି କରି ବେଶ ଦୁଇପଇସା ରୋଜଗାର କରି ପାରୁଛନ୍ତି । ଆମ୍ବ ବଜାରରେ ଅଂଶଗ୍ରହଣ କରିବା ପାଇଁ ଓରମାସ ପକ୍ଷରୁ ସମ୍ପୃକ୍ତ ଚାଷୀମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି । ମେଳାର ପ୍ରଚାରପ୍ରସାର ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏଥିସହ ଜାତୀୟ ବଜାରରେ ଓଡ଼ିଶାର ସ୍ୱାଦିଷ୍ଟ ଆମ୍ବ ଉପଲବ୍ଧ କରାଇବା ପାଇଁ ଓର୍‌ମାସ, ମଦର ଡାଏରୀ, ନାଫେଡ ଓ ରିଲାଏନସ ସଂସ୍ଥା ସହିତ ସ୍ଥାନୀୟ ଆମ୍ବ ଚାଷୀଙ୍କ ଚୁକ୍ତିନାମା କରି ସେମାନଙ୍କୁ ଓଡ଼ିଶା ଆମ୍ବ ଯୋଗାଇ ଦିଆଯାଉଛି । କାର୍ଯ୍ୟକ୍ରମ ଶୁଭାରମ୍ଭ ସମୟରେ ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ଓ ଅନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.