ETV Bharat / state

ବୋର୍ଡ ପରୀକ୍ଷା ନେଇ ପ୍ରସ୍ତୁତି ଆରମ୍ଭ, ଅବାଧ ଏବଂ ନିରପେକ୍ଷ ପରୀକ୍ଷା ଉପରେ ଫୋକସ୍ - ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ବୋର୍ଡ ପରୀକ୍ଷାକୁ ନେଇ ଆରମ୍ଭ ହେଲାଣି ପ୍ରସ୍ତୁତି । ପରୀକ୍ଷାଗୁଡ଼ିକୁ ଅବାଧ ଏବଂ ନିରପେକ୍ଷ ଭାବରେ କରିବାକୁ ଯୋଜନା । ଏନେଇ ଅନୁଷ୍ଠିତ ହୋଇଯାଇଛି ସମୀକ୍ଷା ବୈଠକ। ଅଧିକ ପଢନ୍ତୁ

ବୋର୍ଡ ପରୀକ୍ଷାକୁ ନେଇ ଆରମ୍ଭ ପ୍ରସ୍ତୁତି , ପରୀକ୍ଷାଗୁଡ଼ିକୁ ଅବାଧ ଏବଂ ନିରପେକ୍ଷ ଭାବରେ କରିବାକୁ ଯୋଜନା

author img

By

Published : Nov 10, 2022, 10:58 PM IST

ଭୁବନେଶ୍ବର: ଆଗକୁ ହେବାକୁ ଯାଉଛି ବୋର୍ଡ ପରୀକ୍ଷା । ଏ ନେଇ ଆରମ୍ଭ ହେଲାଣି ପ୍ରସ୍ତୁତି । ପରୀକ୍ଷାଗୁଡ଼ିକୁ ଅବାଧ ଏବଂ ନିରପେକ୍ଷ ଭାବରେ କରିବାକୁ ଯୋଜନା। ତେବେ ବିଦ୍ୟାଳୟ ଏବଂ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।

ଏହି ବୈଠକରେ ଉଚ୍ଚ ମାଧ୍ୟାମିକ ଶିକ୍ଷାପରିଷଦ ଏବଂ ମାଧ୍ୟମିକ ବୋର୍ଡ ଦ୍ବାରା ପରିଚାଳିତ ହେବାକୁ ଥିବା ପରୀକ୍ଷାଗୁଡ଼ିକୁ ଅବାଧ ଏବଂ ନିରପେକ୍ଷ ଭାବରେ କରିବାକୁ ଯୋଜନାମାନ ମଧ୍ୟ ସ୍ଥିର କରାଯାଇଛି ।

ଏନେଇ ବୈଠକରେ ଓଡ଼ିଶା ଶିକ୍ଷା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅଶ୍ଵନି କୁମାର ମିଶ୍ର, ମାଧ୍ୟମିକ ବୋର୍ଡର ଅଧ୍ୟକ୍ଷ ରାମାସିସ ହାଜିରା, ଅତିରିକ୍ତ ଶାସନ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର, ଖଗେନ୍ଦ୍ର କୁମାର ପାଢ଼ୀଙ୍କ ସମେତ ବିଭାଗୀୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ରହିଛନ୍ତି।

ଆଉ କେଇ ଦିନ ଗଲା ପରେ ଦଶମ ଏବଂ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଆରମ୍ଭ ହେବ। ଯାହା ଏବେ ଠାରୁ ପ୍ରକ୍ରିୟା ଆରମ୍ଭ ହେଲାଣି। ପରୀକ୍ଷା ସମୟରେ ଯେଉଁ ଭଳି ଭାବରେ କପିକୁ ରୋକା ଯାଇପାରିବ ସେନେଇ ମଧ୍ୟ ବ୍ୟବସ୍ଥା କରାଯାଉଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.